Posted inଫୁରସତ

ଏମିତି ମନ୍ଦିର ଯେଉଁଠି ଦେବୀ ମାତାଙ୍କୁ ଅର୍ପଣ କରାଯାଏ ଚପଲ ମାଳ…

ଭାରତର ବିଭିନ୍ନ ମନ୍ଦିରରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। କେଉଁଠି ଦେବୀ ଦେବତାଙ୍କୁ ଫୁଲ ତଥା ବିଭିନ୍ନ ନୈବେଦ୍ୟ ଅର୍ପଣ କରାଯାଉଥିବାବେଳେ ଅନ୍ୟ କେଉଁଠି ଭିନ୍ନ ଭିନ୍ନ ପଦାର୍ଥ ଅର୍ପଣ କରାଯାଏ। କର୍ନାଟକ ଗୁଲବର୍ଗ ଜିଲାର ଆଳନ୍ଦ ତହସିଲ୍‌ର ଗୋଲା ଗାଁରେ ରହିଛି ଲକମ୍ମା ଦେବୀଙ୍କ ମନ୍ଦିର। ଏଠାରେ ଶ୍ରଦ୍ଧାଳୁ ମାନସିକ ପୂରଣ ପାଇଁ ଚପଲ ମାଳ ଅର୍ପଣ କରିଥାନ୍ତି। ଦୀପାବଳୀ ପରେ ପଡୁଥିବା ଶୁକ୍ଳ ପଞ୍ଚମୀରେ ଏଠାରେ ବଡ଼ ମେଳା ବସେ। ଦେଶ ବିଦେଶରୁ ଶ୍ରଦ୍ଧାଳୁ ମେଳାରେ ଯୋଗ ଦିଅନ୍ତି। ଅର୍ପଣ କରାଯାଇଥିବା ଚପଲ ମାତା ରାତିରେ ପିନ୍ଧି ବୁଲିବା ସହିତ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ଅତି ପ୍ରାଚୀନ କାଳରୁ ଏଠାରେ ଏହି ପରମ୍ପରା ପ୍ରଚଳିତ ହେଉଥିବା ଲୋକେ କୁହନ୍ତି। ଏଠାରେ ଉଭୟ ହିନ୍ଦୁ ମୁସଲମାନ୍‌ ସମ୍ପ୍ରଦାୟ ଦେବୀ ମାତାଙ୍କୁ ପୂଜା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri