ଏବେବି କ୍ଷତିପୂରଣ ପାଇନାହାନ୍ତି ହୀରାକୁଦ ବିସ୍ଥାପିତ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ହୀରାକୁଦ ବନ୍ଧ ନିର୍ମାଣ ହେବାର ୭୦ ବର୍ଷ ପରେ ମଧ୍ୟ ବିସ୍ଥାପିତଙ୍କୁ ଏଯାଏ କ୍ଷତିପୂରଣ ମିଳିନାହିଁ। ସେମାନେ ରହୁଥିବା ପଡ଼ା ଗ୍ରାମକୁ ଏ ପର୍ଯ୍ୟନ୍ତ ରାଜସ୍ବ ଗ୍ରାମର ମାନ୍ୟତା ମିଳିନାହିଁ। ଏଥିଯୋଗୁ ସେହି ଲୋକମାନେ କୌଣସି ସୁବିଧା ସୁଯୋଗ ପାଇପାରୁ ନାହାନ୍ତି। ଏପରିକି ଜମି ପଟ୍ଟା ମଧ୍ୟ ସେମାନଙ୍କୁ ମିଳୁନାହିଁ। ସରକାର ତୁରନ୍ତ ବିସ୍ଥାପିତଙ୍କୁ ରାଜସ୍ବ ଗ୍ରାମର ମାନ୍ୟତା ଦିଅନ୍ତୁ ବୋଲି ପଶ୍ଚିମ ଓଡ଼ିଶାର ନେତାମାନେ ଦାବି କରିଛନ୍ତି। ମୂଳ ପ୍ରଶ୍ନକର୍ତ୍ତା ତଥା ବିଜେଡି ସଭ୍ୟ ଈଶ୍ୱର କୁମାର ମହାନ୍ତି ବିସ୍ଥାପିତଙ୍କୁ ରାଜସ୍ବ ଗ୍ରାମର ମାନ୍ୟତା କାହିଁକି ଦିଆଯାଉ ନାହିଁ ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଦେବେଶ ଆଚାର୍ଯ୍ୟ ବରଗଡ଼, ଅତାବିରା, ଭଟ୍‌ଲୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଉ ନାହିଁ ବା ସେମାନଙ୍କ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳୁ ନାହିଁ। ତୁରନ୍ତ ଏକ କମିଟି ଗଠନ କରି ଏହି ସମସ୍ୟାର ସମାଧାନ କରାଯାଉ ବୋଲି ଆଚାର୍ଯ୍ୟ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ସଭ୍ୟ ରୋହିତ ପୂଜାରୀ ହୀରାକୁଦ ଓ ରେଙ୍ଗାଲିଠାରେ ବସବାସ କରୁଥିବା ବିସ୍ଥାପିତଙ୍କୁ କୌଣସି ସହାୟତା ମିଳୁନାହିଁ ବୋଲି କହିଥିଲେ। ରାଜସ୍ବ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ, ହୀରାକୁଦ ନଦୀବନ୍ଧ ହେବା ବେଳେ ୪୬ଟି ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ସଂପୃକ୍ତ ବାସିନ୍ଦାଙ୍କୁ ୩୨ଟି ଗ୍ରାମରେ ଥଇଥାନ କରାଯାଇଥିଲା। ସେହି ଗ୍ରାମଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଇଛି। ଝାରସୁଗୁଡ଼ା ଜିଲାର ୧୯ ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ବିସ୍ଥାପିତଙ୍କୁ ୧୯ଟି ବସତିରେ ଥଇଥାନ କରାଯାଇଛି। ସେଥିରୁ ଝାରସୁଗୁଡ଼ା ତହସିଲର ଭୁରଶୁଣ୍ଡ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ଅବଶିଷ୍ଟ ଗ୍ରାମ ରାଜସ୍ବ ଆଇନରେ ଆସୁ ନ ଥିବାରୁ ସେଗୁଡ଼ିକୁ ରାଜସ୍ବ ଗ୍ରାମ ଘୋଷଣା କରାଯାଇ ପାରିନାହିଁ। ଏ ସମ୍ବନ୍ଧରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ପଶ୍ଚିମ ଓଡ଼ିଶା ବିଧାୟକମାନଙ୍କ ଉଦ୍ୟୋଗକୁ ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ହୀରାକୁଦ ବନ୍ଧ ଚାରିପଟେ ରହିଥିବା ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଅଫିସରମାନଙ୍କୁ ଡାକି ଆଲୋଚନା କରନ୍ତୁ ବୋଲି ରାଜସ୍ବ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri