ଏବେବି କ୍ଷତିପୂରଣ ପାଇନାହାନ୍ତି ହୀରାକୁଦ ବିସ୍ଥାପିତ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ହୀରାକୁଦ ବନ୍ଧ ନିର୍ମାଣ ହେବାର ୭୦ ବର୍ଷ ପରେ ମଧ୍ୟ ବିସ୍ଥାପିତଙ୍କୁ ଏଯାଏ କ୍ଷତିପୂରଣ ମିଳିନାହିଁ। ସେମାନେ ରହୁଥିବା ପଡ଼ା ଗ୍ରାମକୁ ଏ ପର୍ଯ୍ୟନ୍ତ ରାଜସ୍ବ ଗ୍ରାମର ମାନ୍ୟତା ମିଳିନାହିଁ। ଏଥିଯୋଗୁ ସେହି ଲୋକମାନେ କୌଣସି ସୁବିଧା ସୁଯୋଗ ପାଇପାରୁ ନାହାନ୍ତି। ଏପରିକି ଜମି ପଟ୍ଟା ମଧ୍ୟ ସେମାନଙ୍କୁ ମିଳୁନାହିଁ। ସରକାର ତୁରନ୍ତ ବିସ୍ଥାପିତଙ୍କୁ ରାଜସ୍ବ ଗ୍ରାମର ମାନ୍ୟତା ଦିଅନ୍ତୁ ବୋଲି ପଶ୍ଚିମ ଓଡ଼ିଶାର ନେତାମାନେ ଦାବି କରିଛନ୍ତି। ମୂଳ ପ୍ରଶ୍ନକର୍ତ୍ତା ତଥା ବିଜେଡି ସଭ୍ୟ ଈଶ୍ୱର କୁମାର ମହାନ୍ତି ବିସ୍ଥାପିତଙ୍କୁ ରାଜସ୍ବ ଗ୍ରାମର ମାନ୍ୟତା କାହିଁକି ଦିଆଯାଉ ନାହିଁ ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଦେବେଶ ଆଚାର୍ଯ୍ୟ ବରଗଡ଼, ଅତାବିରା, ଭଟ୍‌ଲୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଉ ନାହିଁ ବା ସେମାନଙ୍କ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳୁ ନାହିଁ। ତୁରନ୍ତ ଏକ କମିଟି ଗଠନ କରି ଏହି ସମସ୍ୟାର ସମାଧାନ କରାଯାଉ ବୋଲି ଆଚାର୍ଯ୍ୟ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ସଭ୍ୟ ରୋହିତ ପୂଜାରୀ ହୀରାକୁଦ ଓ ରେଙ୍ଗାଲିଠାରେ ବସବାସ କରୁଥିବା ବିସ୍ଥାପିତଙ୍କୁ କୌଣସି ସହାୟତା ମିଳୁନାହିଁ ବୋଲି କହିଥିଲେ। ରାଜସ୍ବ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ, ହୀରାକୁଦ ନଦୀବନ୍ଧ ହେବା ବେଳେ ୪୬ଟି ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ସଂପୃକ୍ତ ବାସିନ୍ଦାଙ୍କୁ ୩୨ଟି ଗ୍ରାମରେ ଥଇଥାନ କରାଯାଇଥିଲା। ସେହି ଗ୍ରାମଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଇଛି। ଝାରସୁଗୁଡ଼ା ଜିଲାର ୧୯ ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ବିସ୍ଥାପିତଙ୍କୁ ୧୯ଟି ବସତିରେ ଥଇଥାନ କରାଯାଇଛି। ସେଥିରୁ ଝାରସୁଗୁଡ଼ା ତହସିଲର ଭୁରଶୁଣ୍ଡ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ଅବଶିଷ୍ଟ ଗ୍ରାମ ରାଜସ୍ବ ଆଇନରେ ଆସୁ ନ ଥିବାରୁ ସେଗୁଡ଼ିକୁ ରାଜସ୍ବ ଗ୍ରାମ ଘୋଷଣା କରାଯାଇ ପାରିନାହିଁ। ଏ ସମ୍ବନ୍ଧରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ପଶ୍ଚିମ ଓଡ଼ିଶା ବିଧାୟକମାନଙ୍କ ଉଦ୍ୟୋଗକୁ ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ହୀରାକୁଦ ବନ୍ଧ ଚାରିପଟେ ରହିଥିବା ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଅଫିସରମାନଙ୍କୁ ଡାକି ଆଲୋଚନା କରନ୍ତୁ ବୋଲି ରାଜସ୍ବ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଆଜି ୩୫୪ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୪୬

ଭୁବନେଶ୍ୱର,୪।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୪୬...

CORONAVIRUS UPDATE: ୨୯ ଜିଲାରୁ ୧୩୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୯ ଜିଲାରୁ ୧୩୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭୯୬କୁ ବୃଦ୍ଧି...

ଟୋକନ୍‌ ବ୍ୟବସ୍ଥା ପ୍ରତ୍ୟାହାର ତାତି: ଭୁବନେଶ୍ୱରରେ ଗର୍ଜିଲେ ଚାଷୀ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ପରେ ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି।...

ନିର୍ମାଣ ଅପେକ୍ଷାରେ ଗଲାଣି ୨ ବର୍ଷ

କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏ ସମ୍ପର୍କରେ...

କାଠ ଘରେ ପ୍ରାକୃତିକ ଶୀତତାପ ନିୟନ୍ତ୍ରଣ

ଦାରିଙ୍ଗବାଡ଼ି,୨୩।୧: ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ପସନ୍ଦ ହେଉଛି ପ୍ରାକୃତିକ ପଦ୍ଧତିରେ କରାଯାଇଥିବା ଟେଣ୍ଟ ହାଉସ୍‌ ବା ଶିବିର। ବର୍ତ୍ତମାନ ରାଜ୍ୟ ସରକାରଙ୍କ...

ଆଜି ବିଶ୍ୱ ଐତିହ୍ୟ ଦିବସ: ଐତିହ୍ୟର ସଂରକ୍ଷଣ ସୃଷ୍ଟିକରିଛି ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଐତିହ୍ୟର ଗନ୍ତାଘର ଓଡ଼ିଶା। କୋଣାର୍କର ସୂର୍ଯ୍ୟମନ୍ଦିର ହେଉ କି ରାଜ୍ୟରେ ରହିଥିବା ବହୁ ପୁରାତନ ରାଜପ୍ରାସାଦ, ସବୁଠି ଦେଖିବାକୁ ମିଳିଥାଏ ଉତ୍କଳୀୟ ଐତିହ୍ୟ...

ଓଡ଼ିଶା ପାସ୍‌ ହାର ଅଧିକ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥର ସର୍ବଭାରତୀୟ ସ୍ତରରେ ପାସ୍‌ ହାର ୮୮.୭୮%...

ଗଛରୁ ହାଣୁଥିଲେ ଡାଳ, ଗୋଡ଼ ଛିଡ଼ି କି ପଡ଼ିଲା ତଳେ, ଶେଷରେ ଚାଲିଗଲା ଜୀବନ

ଜେନାପୁର,୩ା୯(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ବ୍ରହ୍ମପୁର ଗ୍ରାମର ବନା ଦଳାଇ (୫୫) ଗଛରେ ଚଢ଼ି ଡାଳ ହାଣୁଥିବା...

Advertisement
Archives

Model This Week