ଏନ୍‌ଟିପିସି ରେଳ ଲାଇନ୍‌ରୁ ମୃତଦେହ ଉଦ୍ଧାର: କୋଇଲା ପରିବହନ ବନ୍ଦ

ତାଳଚେର,୧୪।୧୨(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମ ନିକଟ ଏନ୍‌ଟିପିସି ରେଳ ଲାଇନ୍‌ରୁ ଜଣେ ମହିଳାଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ମହିଳା ଜଣକ ଗୁରୁଜାଙ୍ଗର ମମତା ଦେହୁରୀ (୨୭)ବୋଲି ଜଣାପଡ଼ିଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି। ସକାଳେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ଖବରପାଇ ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ସକାଳଠାରୁ ଏନ୍‌ଟିପିସିକୁ କୋଇଲା ପରିବହନ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୪ ନାବାଳିକା

ରାଉରକେଲା ଅଫିସ,୫ା୩: ରାଉରକେଲାସ୍ଥିତ ପାନପୋଷ ବ୍ରାହ୍ମଣୀ ଘାଟିରେ ଗାଧୋଇବାକୁ ଯାଇ ୪ ନାବାଳିକା ବୁଡ଼ି ଯାଇଛନ୍ତି। ପାଟି ଶୁଣି ନିକଟରେ ଥିବା ସ୍ଥାନୀୟ କିଛି ଲୋକ...

ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସବୁ ସରକାରୀ ଅଫିସ ବନ୍ଦ

ବଲାଙ୍ଗୀର ଅଫିସ,୧୭ା୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବି ନେଇ ଗୁରୁବାର ବଲାଙ୍ଗୀରରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ବଲାଙ୍ଗୀରର...

ଅମଳ ସମୟରେ ଚକଡ଼ା ଦୁଃଖ

ଲଙ୍ଗଳେଶ୍ୱର,୧।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ସାର୍ଥା ଗ୍ରାମର ହଜାର ହଜାର ହେକ୍ଟର ଚାଷଜମିରେ ଚକଡ଼ା ପୋକ ଲାଗିବା ଯୋଗୁ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ...

ଏଏସ୍‌ଆଇ ଗୋପାଳଙ୍କ ଘର ବ୍ରହ୍ମପୁର

ଝାରସୁଗୁଡ଼ା ଅଫିସ୍‌,୩୦।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ନିଜ ରିଭଲଭର୍‌ରୁ ଗୁଳିମାରିଥିବା ପୋଲିସ୍‌ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ଘର ବ୍ରହ୍ମପୁର ହୋଇଥିବାବେଳେ ସେ କନଷ୍ଟେବଳ ଭାବେ...

ଆବାସ ଅପେକ୍ଷାର ହେଉନି ଅନ୍ତ

ଆଠମଲ୍ଲିକ,୧୨ା୮: ଦରିଦ୍ର ବୋଲି ଦୂରରୁ ଜଳ ଜଳ ଦିଶୁଛି। ମାଟି କାନ୍ଥ ଭାଙ୍ଗି ମାଟିରେ ଲୋଟୁଛି। ଭଙ୍ଗା ଛପର ଉପରେ ଜରିପାଲ ଭିଡ଼ାଯାଇଛି। ହେଲେ ଏପରି...

କାର୍ଯ୍ୟରେ ଯୋଗଦେଲେ କଲମପୁର ଗୋଷ୍ଠୀ ଶିକ୍ଷାଧିକାରୀ

ଭବାନୀପାଟଣା,୧୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଜୁନାଗ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତପିମଣି ଜାନୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ...

ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ: ୪ ଅଟକ

ଛତିଆ,୧୩।୧(ଡି.ଏନ୍‌.ଏ.): ଯାଜପୁର ଜିଲା ଛତିଆ ନିକଟ ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା କାରଖାନା ଉପରେ ସୋମବାର ଚଢ଼ାଉ କରାଯାଇଛି। ଥାନା ଅଧିକାରୀଙ୍କ...

ଅସ୍ଥାୟୀ ଆଶ୍ରୟଗୃହରେ ଶ୍ରମିକଙ୍କ ଜୀବନ ଗଲା

ସୋନପୁର/ବିନିକା,୯।୫(ନି.ପ୍ର./ଡି.ଏନ୍‌.ଏ.):ଲକ୍‌ଡାଉନ୍‌ରେ ଫସି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ୟୁପି ସ୍କୁଲ(ଅସ୍ଥାୟୀ ଆଶ୍ରୟ ସ୍ଥଳ)ରେ ରହୁଥିବା ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କର ଶନିବାର ମୃତ୍ୟୁ ହୋଇଛି।...

Advertisement
Archives

Model This Week