ଏନଏସିର ପଲିଥିନ ଚଢ଼ାଉ ଅଭିଯାନ

ବିଜେପୁର, ୧୨।୬ (ଡି.ଏନ.ଏ): ବିଜେପୁର ଏନଏସି ପକ୍ଷରୁ ବୁଧବାର ସ୍ଥାନୀୟ ସହରର ବ୍ୟବସାୟିକ ପ୍ରତିଷ୍ଠାନରେ ପଲିଥିନ ଚଢ଼ାଉ କରାଯାଇଥିଲା । ଏଥିରେ ୧୦ କେଜି ଓଜନର ପଲିଥିନ ଜବତ ହୋଇଛି । ସ୍ବଚ୍ଛ ଓ ସୁନ୍ଦର ଓଡିଶା ଗଠନ ପାଇଁ ପରିବେଶ ପ୍ରଦୂଷଣ ରୋକିବାରେ ପଲିଥିନ ବାଧକ ସାଜୁଛି । ତେଣୁ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ତଥା ଏନଏସିର ବିକାଶ ସାହୁଙ୍କ ନେତୃତ୍ୱରେ କର୍ମଚାରୀମାନେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ କରିଥିଲେ । ନବଗଠିତ ବିଜେପୁର ଏନଏସିକୁ ପଲିଥିନ ମୁକ୍ତ କରିବାକୁ ସମସ୍ତ ବ୍ୟବସାୟୀଙ୍କୁ ଅନୁରୋଧ କରାଯାଇଛି । ନିଜ ନିଜ ଦୋକାନରୁ ପଲିଥିନ ହଟାଇବାକୁ ଦୁଇ ଦିନ ସମୟ ଦିଆଯାଇଛି । ଏହାର ଖିଲାପ କଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନଏସି ପକ୍ଷରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୭ଜଣଙ୍କୁ ‘ଦଧୀଚି ପ୍ରତିଭା ସମ୍ମାନ’

ଭୁବନେଶ୍ୱର,୬।୯(ବ୍ୟୁରୋ): ଦଧୀଚି ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ଶନିବାର ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ୩ୟ ‘ଦଧୀଚି ପ୍ରତିଭା ସମ୍ମାନ-୨୦୨୦’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୋଟ ୭ଜଣଙ୍କୁ ‘ଦଧିଚି...

ଚାଲିଛି ବେଆଇନ ପଥର ଫୁଟା: ଦୁର୍ଘଟଣା ପରେ ଚଢ଼ାଉ, ୬ ଗିରଫ

ଭଞ୍ଜନଗର,୩୦।୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଅନେକ ପଥର କ୍ୱାରୀ ବିଭିନ୍ନ କାରଣ ଯୋଗୁ ନିଲାମ ହୋଇପାରୁନାହିଁ। ଏହାର ସୁଯୋଗ ନେଇ ପଥର ମାଫିଆ ବେନିୟମ ଭାବେ ପାହାଡ଼ରୁ ପଥର...

ନୟାଗଡ଼ର ୨ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୮।୧୦: ୫ ଟି ଅଭିଯୋଗ ଏବଂ ଏକ ମାମଲାରେ ଗୋଟିଏ ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ ମାମଲା ରୁଜୁ କରିବା ଅଭିଯୋଗରେ...

ଅସହାୟଙ୍କ ଦୁଃଖ ବୁଝିଲେ ଜିଲାପାଳ

ଅନୁଗୋଳ ଅଫିସ, ୧୪।୪ କରୋନା କଟକଣା ପାଇଁ ସୋମବାର ଓଡ଼ିଆ ନବବର୍ଷ ସାଙ୍ଗକୁ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଫିକା ପଡ଼ିଯାଇଛି। ଓଡ଼ିଆ ଘରର...

ଏନ୍‌ଏଲ୍‌ସି କମ୍ପାନୀକୁ ବିରୋଧ, ମାଟିଖୋଳା କାର୍ଯ୍ୟ ବନ୍ଦ କଲେ ଅଞ୍ଚଳବାସୀ

ସମ୍ବଲପୁର,୯।୧(ବ୍ୟୁରୋ): ସମ୍ବଲପୁର ରେଙ୍ଗାଳି ତହସିଲ ତଲାବିରା କୋଇଡ଼ା ଖଣି ୧ ଓ ୨ ନମ୍ବର ଏନ୍‌ଏଲ୍‌ସି କମ୍ପାନୀ କୋଇଲା ଉତ୍ତୋଳନ କରିବା ନେଇ ସ୍ଥାନୀୟ ଅଞ୍ଚଳବାସୀ...

ମହଙ୍ଗା ପଡ଼ିଲା ସଟ୍ ଡାଉନ ବେଳେ ବାହାରେ ବୁଲିବା : ଭୁବନେଶ୍ୱରରେ ୪୫,ଭଦ୍ରକ ରେ ୯ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରାନଟାଇନ ରେ ପଠାଇଲା ପୋଲିସ୍, ୧୯ଙ୍କ ନାମରେ ମାମଲା

ଭୁବନେଶ୍ୱର, ୪। ୪(ବ୍ୟୁରୋ ): ସମଗ୍ର ବିଶ୍ଵରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଇତି ମଧ୍ୟରେ ୨୦ ଜଣ...

ମାଓବାଦୀ ପ୍ରବଣ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ଆସୁଛନ୍ତି। ମଝିରେ ମଝିରେ ବିଦେଶୀ...

ଆର୍ଟହଜ୍‌ ଗ୍ୟାଲେରିରେ ଓଡ଼ିଆ ଶିଳ୍ପୀଙ୍କ ଚିତ୍ରକଳା

ଭୁବନେଶ୍ୱର, ୨୪ା୧୦(ବ୍ୟୁରୋ): ବାଲେଶ୍ୱର ଜିଲା ଗୋହିରାପଦା ଗ୍ରାମର ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ‘ନେଚର ଫାଣ୍ଟାସି’ ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ...

Coronavirus Update

Archives

Model This Week

Why Dharitri