ଏଠାରେ କୁକୁରକୁ ପୂଜା କରାଯାଇ ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ପାଳନ କରାଯାଏ ନାହିଁ। ଏହା ଜାପାନ, ଗୁଆନା, ମାଲେସିୟା, ମରିସସ୍‌, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ କରାଯାଇଥାଏ। ତେବେ ଭାରତର ପଡୋଶୀ ଦେଶ ନେପାଳରେ ଏହା ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଏଠାରେ କୁକୁରକୁ ପୂଜା କରାଯାଇ ଦୀପାବଳି ପର୍ବ ପାଳନ କରାଯିବାର ପରମ୍ପରା ରହିଛି। ଏଠି ଦୀପାବଳି ୫ ଦିନ ଧରି ପାଳନ କରାଯାଉଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଦିନ କୁକୁରଙ୍କ ଉତ୍ସବ ଭାବେ ପାଳନ କରାଯାଏ। ଅର୍ଥାତ୍‌ ଦୀପାବଳି ପରଦିନ ଏହି ଉତ୍ସବ ଅବସରରେ କୁକୁରଙ୍କୁ ଫୁଲରେ ସଜାଇ ସେମାନଙ୍କ ମୁଣ୍ଡରେ ଟିକା ଲଗାଇ ଦିଆଯାଏ। ତା’ସହ ସେମାନଙ୍କୁ ସେମାନଙ୍କର ମନ ପସନ୍ଦ ଖାଦ୍ୟ ମଧ୍ୟ ପରସା ଯାଇଥାଏ। ତେବେ ମଣିଷ-କୁକୁରଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ ଏହି ପୂଜା କରାଯାଏ ବୋଲି ସେମାନେ ମତ ଦିଅନ୍ତି। ଅନ୍ୟପଟେ କୁକୁରକୁ ଭୈରବଙ୍କ ଦୂତ କୁହାଯାଇଥାଏ। ତେଣୁ ଧନ୍‌ତେରାସ ଦିନରୁ ଏମାନଙ୍କର ପୂଜା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ନୂଆ ଲହର, ବହୁ ସହରରେ ଲକ୍‌ଡାଉନ୍‌…

.ବେଜିଂ, ୨୮।୩ : ପୁଣିଥରେ ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ସୋମବାରଠାରୁ ଶାଙ୍ଘାଇ ସମେତ ଦେଶର ବହୁ...

କରୋନା ଟୀକା ପ୍ରସ୍ତୁତି ଲାଗି ୨୦ ବିକଶିତ ଦେଶ ଦିଅନ୍ତୁ ୮ ଶହ କୋଟି ଡଲାର: ୧୬୫ ଜଣ ବିଶିଷ୍ଟ ବ୍ୟକ୍ତି ଲେଖିଲେ ଚିଠି

ଓ୍ବାଶିଂଟନ,୮।୪: ସାରା ପୃଥିବୀରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ଟୀକା ପ୍ରସ୍ତୁତି ଲାଗି ୨୦ ବିକଶିତ ଦେଶକୁ...

ଜର୍ମାନୀରେ ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ରରେ ୨୫ ସନ୍ଦିଗ୍ଧ ଗିରଫ…

ବର୍ଲିନ,୮।୧୨ : ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଦକ୍ଷିଣପନ୍ଥୀ ଉଗ୍ରବାଦୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଜର୍ମାନୀର ଅନେକ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୋଲିସ...

ଚାଇନାରେ ତାଣ୍ଡବ ରଚିବ ‘ଡୋକସୁରି’! ଚଳିତ ବର୍ଷର ପଞ୍ଚମ ଘୂର୍ଣ୍ଣିଝଡ଼

ବେଜିଂ,୨୮।୭: ପ୍ରଶାନ୍ତ ମହାସାଗରେ ରବିବାର ସୃଷ୍ଟି ହୋଇଥିବା ‘ଡୋକସୁରି’ ଘୂର୍ଣ୍ଣିଝଡ଼ ଚାଇନାରେ ତାଣ୍ଡବ ରଚିବାକୁ ପ୍ରସ୍ତୁତ ହୋଇଗଲାଣି। ଏବେ ଚାଇନାରେ ଖୁବ ଜୋରରେ ପବନ ବହିବା...

ଆମେରିକା ପତାକା ବଞ୍ଚାଇ ଦେଲା ବିଲେଇର ଜୀବନ

ୱାଶିଂଟନ,୧୪।୯: ନୂଆ ଜୀବନ ପାଇଲା ବିଲେଇ। ଆମେରିକାର ମିଆମିସ୍ଥିତ ହାର୍ଡ ରକ ଷ୍ଟାଡିୟମରେ ରବିବାର ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଏକ ବିଲେଇ ଉପର ମହଲାରୁ...

କାର୍‌ ବୋମା ବିସ୍ଫୋରଣ

କାବୁଲ,୭।୮: ଆଫଗାନିସ୍ତାନ କାବୁଲରେ କାର୍‌ ବୋମା ବିସ୍ଫୋରଣରେ ୯୫ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ବାଜି ମାରିପାରନ୍ତି ମାର୍କୋସ୍‌ ଜୁନିୟର

ମାନିଲା, ୮ା୨: ଫିଲିପାଇନ୍ସ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ସ୍ବର୍ଗତ ଫର୍ଡିନାଣ୍ଡ୍‌ ମାର୍କୋସ୍‌ଙ୍କ ପୁଅ ଫର୍ଡିନାଣ୍ଡ ମାକ୍ରୋସ୍‌...

ଗୁଳି ବର୍ଷୁଛି, ଆମେ ଲୁଚିଛୁ

କ୍ୱିଭ୍‌, ୨୧ା୨: ‘ଘର ନିକଟରେ ବ୍ୟାଗ୍‌ ଧରି ଛିଡ଼ା ହୋଇଥିଲି। ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବା ସହ ଗଛ ଜଳିବାକୁ ଲାଗିଲା। ଭୟରେ ଦୌଡ଼ି ଆସି...

Advertisement
Archives

Model This Week