ଏକ ଟଙ୍କାରେ ମିଳିବ ଗୋଟିଏ ଚାରା

ବ୍ରହ୍ମପୁର ଅଫିସ୍‌,୪ା୭-ବ୍ରହ୍ମପୁର ବନଖଣ୍ଡ ତରଫରୁ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଚାରା ବିକ୍ରୟ କେନ୍ଦ୍ର ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରି କହିଥିଲେ, ଗଞ୍ଜାମ ଜିଲା ଏକ ବାତ୍ୟାପ୍ରବଣ ଅଞ୍ଚଳ। ଜିଲାରେ ବ୍ୟାପକ ଚାରାରୋପଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଚାରା ବିକ୍ରୟ କେନ୍ଦ୍ରରେ ଚାରା ପିଛା ୧ଟଙ୍କା ମୂଲ୍ୟରେ ଲୋକଙ୍କୁ ଯୋଗାଇ ଦିଆଯିବ। ଛତ୍ରପୁର, ଖଲ୍ଲିକୋଟ, ଦିଗପହଣ୍ଡି, ଗୋଳନ୍ଥରାରେ ମଧ୍ୟ ଚାରା ବିକ୍ରୟ କେନ୍ଦ୍ର ଖୋଲାଯିବ। ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କିସମର ଚାରା ପ୍ରସ୍ତୁତ କରାଯାଇଛି। ଚଳିତ ବନ ମହୋତ୍ସବରେ ଲୋକେ ନିଜ ବାରିିରେ ଅତି କମରେ ଗୋଟିଏ ଚାରାରୋପଣ କରିବାକୁ ବନଖଣ୍ଡ ଅଧିକାରୀ ବେହେରା ଅନୁରୋଧ କରିଛନ୍ତି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ରେଞ୍ଜର ଏ.ରାଜାରାଓ ସୁବୁଦ୍ଧି,ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍‌.ଦିଲୀପ କୁମାର, ମାରୱାଡି ମହିଳା ସମିତିର ସଭାନେତ୍ରୀ ମମତା ଚୌଧୁରୀ, ସମ୍ପାଦିକା ରୁବି ଖେମାଣୀ, ଦିଗାମ୍ବର ପାତ୍ର, ରାଜିବ ପାତ୍ରଙ୍କ ସମେତ ବହୁ କର୍ମଚାରୀ ସହଯେ।ଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଦେଲାଣି ଏମିତି ଚେତାବନୀ ଏବେ ଚୁଲି ଜଳିବା ହେବ ମୁସ୍କିଲ

ତେହରାନ,୨।୬: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଚାଲିଥିବା ଆଲୋଚନା ମଧ୍ୟରେ, କୌଣସି ଦେଶ ଅନ୍ୟକୁ ଭୟଭୀତ କରିବାକୁ କୌଣସି ପ୍ରୟାସ ଛାଡ଼ୁନାହାଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ…

ସୁସ୍ମିତା ସେନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଲଳିତ ମୋଦି, କହିଲେ ଏମିତି କଥା ସଭିଏଁ ଚକିତ

ନୂଆଦିଲ୍ଲୀ,୨।୬: ୨୦୨୨ ମସିହାରେ, ଏକ ଇନଷ୍ଟାଗ୍ରାମ ପୋଷ୍ଟ ଏତେ ଝଡ଼ ସୃଷ୍ଟି କରିଥିଲା ଯେ ଏହା ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ପର୍ଯ୍ୟନ୍ତ…

ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ):ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲା ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ସ୍ଥାନୀୟ ଚାଷୀ…

ଦିଲ୍ଲୀ ଗଲେ ନବୀନ, ବଢୁଛି ଚର୍ଚ୍ଚା: ଦେବୀ କହିଲେ…

ଭୁବନେଶ୍ୱର,୨ା୬(ସୁନିତ୍‌ ମିଶ୍ର):ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୭ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ନବୀନ ନିର୍ଦ୍ଦିଷ୍ଟ ଭାବେ କେଉଁ ଉଦ୍ଦେଶ୍ୟ ନେଇ ଦିଲ୍ଲୀ…

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

ଆସିଲା ମୌସୁମୀ, ଖୁବଶୀଘ୍ର ଛୁଇଁବ କେରଳ

ନୂଆଦିଲ୍ଲୀ,୨।୬: ଦେଶର ପାଣିପାଗ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ମୁହୂର୍ତ୍ତରେ କେରଳରେ ପହଞ୍ଚିପାରେ।…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଭାରତ ଗସ୍ତରେ ଆସି ବଡ଼ ଘୋଷଣା କଲେ ମ୍ୟାନ୍‌ମାର ରାଷ୍ଟ୍ରପତି, ଖୁସିରେ ମୋଦି କହିଲେ…

ନୂଆଦିଲ୍ଲୀ,୨।୬: ଭାରତର ସୁରକ୍ଷା ସ୍ବାର୍ଥ ବିରୋଧରେ ମ୍ୟାନ୍‌ମାର ଅଞ୍ଚଳ ବ୍ୟବହାର ହେବାକୁ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଏହାର ରାଷ୍ଟ୍ରପତି ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri