Posted inଖେଳ

ଏକାସଙ୍ଗେ ଖେଳିପାରନ୍ତି ଧୋନୀ, ସଚିନ

ମେଲବୋର୍ନ,୧୫।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକାସଙ୍ଗେ ପୁଣି ଥରେ କ୍ରିକେଟ ପଡ଼ିଆରେ ନଜର ଆସିପାରନ୍ତି। ସଚିନ ଅବସର ନେଇସାରିଥିବାବେଳେ ଧୋନୀ ଦୀର୍ଘଦିନ ହେଲା କ୍ରିକେଟରୁ ଦୂରେଇ ରହିଛନ୍ତି। ଦୁହିଁଙ୍କ କମ୍ବିନେଶନ ପୁଣି ଥରେ ଦେଖିବା ପାଇଁ ପ୍ରଶଂସକମାନେ ବ୍ୟାକୁଳ। ମିଳିଥିବା ସୂଚନା ମୁତାବକ, ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ସାହାଯ୍ୟ କରିବା ଲାଗି ଏକ ଚ୍ୟାରିଟି କ୍ରିକେଟ ମ୍ୟାଚ୍‌ ଆୟୋଜନ କରାଯିବ। ଏହି ମ୍ୟାଚ୍‌ ମେଲବୋର୍ନ ଗ୍ରାଉଣ୍ଡରେ ଫେବୃୟାରୀ ୮ ତାରିଖରେ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି। ଗୋଟିଏ ଦଳର ନେତୃତ୍ୱ ରିକି ପଣ୍ଟି ଓ ଅନ୍ୟ ଦଳରେ ସେନ ଓ୍ବର୍ନ ଅଧିନାୟକ ରହିବେ। ମ୍ୟାଚ୍‌ର ନାମ ବଶଫାୟାର ରିଲିଫ ମ୍ୟାଚ୍‌ ବୋଲି ସ୍ପଷ୍ଟ କରାଯାଇଛି। ମ୍ୟାଚ୍‌ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ରେ ବିଶ୍ୱର କିମ୍ବଦନ୍ତୀ ଖେଳାଳିମାନେ ପ୍ରତିନିଧିତ୍ୱ କରିବା ପାଇଁ ଆମନ୍ତ୍ରଣ କରାଯାଇଛି। ଆଶା କରାଯାଉଛି, ଧୋନୀ ଓ ସଚିନ ଏହି ମ୍ୟାଚ୍‌ରେ ଖେଳିବେ। ମ୍ୟାଚ୍‌ ନିମନ୍ତେ ଦୁଇ ଖେଳାଳିଙ୍କ ପ୍ରଶଂସକମାନେ ଏବେଠାରୁ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ବିଶ୍ୱକପ୍‌ ଜିତିବା ସପକ୍ଷରେ ୧.୫ ବିଲିୟନ ପ୍ରଶଂସକ: ହାର୍ଦ୍ଦିକ

ନଟ୍ଟିଂହାମ,୧୩।୬(ପିଟି): କେବଳ ୧.୫ ବିଲିୟନ ପ୍ରଶଂସକ ଭାରତ ବିଶ୍ୱକପ୍‌ ଜିତିବ ବୋଲି ଆଶା କରୁଛନ୍ତି। ଏଥିଯୋଗୁ ଭାରତୀୟ ଦଳ ଉପରେ ଚାପ ରହିବ ନାହିଁ ବୋଲି...

ଅବସର ନିଷ୍ପତ୍ତି

ଦୀର୍ଘ ୧୯ ବର୍ଷର କ୍ୟାରିୟରରେ ଡେଭିଡ ଭିଲା ସ୍ପେନ୍‌ ପାଇଁ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ...

ସେମିରେ ସେରେନା, ଫେଡରର ଆଉଟ୍‌

ନ୍ୟୁୟର୍କ,୪।୯: ମହିଳା କିମ୍ବଦନ୍ତୀ ଖେଳାଳି ସେରେନା ଓ୍ବିଲିୟମ୍ସ ୟୁଏସ୍‌ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ସୁଇଜରଲାଣ୍ଡର ରୋଜର ଫେଡରର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର...

କଳିଙ୍ଗରେ ୬ ଗ୍ରୁପ୍‌, ୨ ନକ୍‌ଆଉଟ ମ୍ୟାଚ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)- ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତର ୫ଟି ସହରରେ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ...

ବିଶ୍ୱକପ୍‌ରେ ପାକିସ୍ତାନକୁ ସବୁଥର ହରାଇଛି ଭାରତ

ମାଞ୍ଚେଷ୍ଟର,୧୬।୬(ପି.ଟି.)-ଆଇସିସି ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ୬ଥର ପରସ୍ପରକୁ ଭେଟିଛନ୍ତି। ସବୁ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ହାତ ଖାଲି ରହିଛି। ତେବେ...

କୋହଲିଙ୍କ ମ୍ୟାଥ୍‌ ଘର ଶୂନ

ଅନ୍ତର୍ଜାତୀୟ କ୍ରିକେଟରେ ଶତକ ପରେ ଶତକ ଲଗାଇ ଚାଲିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏମିତି ଏକ ରୋଚକ କଥା ରହିଛି, ତାହା...

ସେହ୍ବାଗଙ୍କ ସମକକ୍ଷ ହେଲେ ଅଗ୍ରଓ୍ବାଲ

ବିଶାଖାପାଟଣା,୩।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଗୁରୁବାର ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଦ୍ୱିଶତକ ଲଗାଇଛନ୍ତି। ମ୍ୟାଚ୍‌ର ଦ୍ୱିତୀୟ ଦିନ ରୋହିତ...

ପାକିସ୍ତାନକୁ ହରାଇଲା ଭାରତ

ମାଞ୍ଚେଷ୍ଟର, ୧୭।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପର ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ମହା ମୁକାବିଲାରେ ଭାରତର ବିଜୟ ଧ୍ୱଜା ଉଡ଼ିଛି। ରୋହିତ ଶର୍ମାଙ୍କ ଶତକ, ଅଧିନାୟକ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *