ଅନୁଗୋଳ ଅଫିସ, ୨୫।୩ – କରୋନା ଭାଇରସ୍ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଦେଶରେ ଜନତା କର୍ପ୍ୟୁ ପାଳନ କରାଯାଇଥିଲା। ଏହାକୁ ଦେଶବ୍ୟାପୀ ସ୍ବାଗତ କରାଯାଇଥିବା ବେଳେ ଅନୁଗୋଳ ଜିଲା ସୁନାଭୁଇ ଗ୍ରାମର ଏକ ପରିବାର ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମ୍ମାନ ଜଣାଇ ତଥା ଜନତା କର୍ଫ୍ୟୁକୁ ସମର୍ଥନ ଦେଇ ଉକ୍ତ ଦିନ ଜଣେ ମୃତକଙ୍କ ଦଶାହ କର୍ମ ନ କରି ଘୁଞ୍ଚାଇ ଦେବା ଚର୍ଚ୍ଚାର ବିଷୟ ହୋଇଛି। ଦଶାହ କର୍ମ ପାଇଁ ବନ୍ଧୁବାନ୍ଧବ, ସାହିଭାଇ, ବ୍ରାହ୍ମଣ, ବାରିକ ପହଞ୍ଚି ତୁଠକୁ ଯିବାକୁ ବାହାରିଥିଲେ। ହେଲେ କର୍ଫ୍ୟୁ ଲାଗିଥିବାରୁ ଦଶାହ କର୍ମକୁ ସ୍ଥଗିତ ରଖି ଏକାଦଶାହ ଦିନ କରାଯିବ ବୋଲି ପରିବାର ଲୋକେ ନିଷ୍ପତ୍ତି ନେବା ସହ ସୋମବାର ତାହା ସମ୍ପନ୍ନ କରିଥିଲେ। ସମ୍ପୃକ୍ତ ପରିବାର ଲୋକଙ୍କ ଏପରି ନିଷ୍ପତ୍ତିକୁ ଅନୁଗୋଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।
Posted inଅନୁଗୋଳ, ଆମ ଜିଲା ଖବର View All

ଦାଉ ସାଧିଲା ଅଦିନିଆ ବର୍ଷା: ଲକ୍ଷାଧିକ ହେକ୍ଟର ଫସଲ ନଷ୍ଟ ଆଶଙ୍କା
ଜଗତ୍ସିଂହପୁର ଅଫିସ୍, ୪।୧: ଚଳିତ ଖରିଫ ଋତୁରେ ଜଗତ୍ସିଂହପୁର ଜିଲାରେ ପ୍ରାୟ ୩,୪୪,୮୦୦ ମେଟ୍ରିକ୍ ଟନ୍ ଧାନ ଅମଳ ଲକ୍ଷ୍ୟ ରଖାଯାଇଥିବା ବେଳେ ଦାଉ ସାଧିଛି...

ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଆରମ୍ଭ
ଅନୁଗୋଳ ଅଫିସ,୪।୧୨: ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଜିଲାପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମଧ୍ୟାହ୍ନରେ ଆରମ୍ଭ ହୋଇଛି। ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ...

ଯାତ୍ରୀଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
ଆନନ୍ଦପୁର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍ଛକଠାରୁ ବସ୍ରୁ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ଥାନା...

କବାଟ ଭାଙ୍ଗି ଟଙ୍କା, ସୁନାଗହଣା ଚୋରିକରିନେଲେ ଦୁର୍ବୃତ୍ତ; ପୋଲିସର ତଦନ୍ତ ଆରମ୍ଭ
ଦିଗପହଣ୍ଡି,୧୮।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀମପୁର ଶାସନ ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଗ୍ରାମର ଅମିତ ତ୍ରିପାଠୀ ସପରିବାର ସହ ଶୋଇଥିବା...

କାଲିଠୁ କଟକରେ ଅନଲାଇନରେ ମିଳିବ ମଦ
କଟକ ଅଫିସ,୨୪।୫-କଟକରେ କାଲିଠୁ ଅନଲାଇନରେ ମିଳିବ ବିଦେଶୀ ମଦ। ହ୍ବାଟସଆପ, ମୋବାଇଲ କଲ ମାଧ୍ୟମରେ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଗ୍ରାହକମାନେ ଏହି ଅର୍ଡର...

୨୦୨୭ ସୁଦ୍ଧା ନୂଆ ୬ ବିମାନବନ୍ଦର
ଯାଜପୁର ଅଫିସ,୧୪ ।୮: ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟରେ ୬ଟି ଲେଖାଏ ବିମାନବନ୍ଦର ଏବଂ ରେଳ ପ୍ରକଳ୍ପର ନୂତନ କାର୍ଯ୍ୟ କିମ୍ବା ବିକାଶ...

ବରଗଡ଼ରେ ୫ କରୋନା ପଜିଟିଭ ଚିହ୍ନଟ : ସମସ୍ତେ ସ୍ଥାନୀୟ ଆକ୍ରାନ୍ତ
ବରଗଡ଼ ଅଫିସ,୨୯।୭: ବରଗଡ଼ ଜିଲାରେ ବୁଧବାର ପୁଣି ୫ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ସ୍ଥାନୀୟ ଆକ୍ରାନ୍ତ ଏବଂ ବରଗଡ଼...

ଭାରତୀୟ ଟାଏକୋଣ୍ଡୋ ପ୍ରଶିକ୍ଷକ ତାଲିକାରେ ଚିନ୍ମୟ
ଭଦ୍ରକ ଅଫିସ,୪।୫-ଭାରତୀୟ ଟାଏକୋଣ୍ଡୋ ଦଳରେ ପ୍ରଶିକ୍ଷକ ତାଲିକାରେ ଦଳରେ ଭଦ୍ରକର ଚିନ୍ମୟ ବେହେରାଙ୍କ ନାମ ସ୍ଥାନ ପାଇଛି। ଚଳିତ ମାସ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ...