ଏଇ ଭାରତରେ

ମଧ୍ୟପ୍ରଦେଶର ମଣ୍ଡଲା ଜିଲାର ଏକ ଗାଁରେ ରହିଛି ଏକ ଅଦ୍ଭୁତ ପରମ୍ପରା। ଏଠାରେ ବସବାସ କରୁଥିବା ଗୋଣ୍ଡ ଜନଜାତିରେ କୌଣସି ମହିଳା ଜୀବନକାଳ ମଧ୍ୟରେ ବିଧବା ହୁଅନ୍ତି ନାହିଁ। କାରଣ ଏଠାରେ କୌଣସି ମହିଳାଙ୍କ ସ୍ବାମୀ ମୃତ୍ୟୁବରଣ କଲେ ସମ୍ପୃକ୍ତ ମହିଳା ଘରେ ଥିବା ଅବିବାହିତ ପୁରୁଷଙ୍କୁ ବିବାହ କରିଥାଆନ୍ତି। ବିଶେଷକରି ଦିଅରକୁ ଉକ୍ତ ବିଧବା ମହିଳାଙ୍କ ସହ ବିବାହ କରିଦିଆଯାଏ। କେତେକ ସ୍ଥଳେ ଘରେ ବିବାହ ଉପଯୁକ୍ତ ନାତି ଥିଲେ ତାଙ୍କ ସହ ଉକ୍ତ ବିଧବା ମହିଳାଙ୍କର ବିବାହ କରାଯାଇଥାଏ। ଏହା ସମ୍ଭବ ନ ହେଲେ ଏହାର ବିକଳ୍ପ ମଧ୍ୟ ରହିଛି। ଉକ୍ତ ମହିଳାଙ୍କ ସ୍ବାମୀ ଯେବେ ଦେହତ୍ୟାଗ କରିଥାଆନ୍ତି ତା’ର ୧୦ ଦିନ ପୂରଣ ହେବା ପରେ ଗାଁର ଜଣେ ବ୍ୟକ୍ତି ଉକ୍ତ ମହିଳାଙ୍କୁ ରୁପା ଲାଗିଥିବା ଏକ ପାଟ ଉପହାର ଦେଇଥାଆନ୍ତି। ଯେଉଁ ବ୍ୟକ୍ତି ଏହି ପାଟ ଉପହାର ଦେଇଥାଆନ୍ତି, ସେହି ବ୍ୟକ୍ତିଙ୍କ ଘରକୁ ଉକ୍ତ ବିଧବା ମହିଳାଙ୍କୁ ପଠାଇ ଦିଆଯାଇଥାଏ। ଗାଁରେ ମହିଳାଙ୍କୁ ବିଧବା ବେଶରେ ଦେଖିବା ଅଶୁଭ ବୋଲି କହି ଗାଁ ଲୋକେ ଆଜି ବି ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କରୋନାର ମୁକାବିଲା କରିବାରେ ଉତ୍ତରାଖଣ୍ଡର ଯୁବକ ଗଣେଶ ଭଟ୍ଟଙ୍କ ଯୋଗଦାନ ପ୍ରଶଂସନୀୟ। ତେହରି ଜିଲା ଦେବପ୍ରୟାଗରେ ରହୁଥିବା ଗଶେଶ ଲକ୍‌ଡାଉନ ସମୟରେ କାର୍‌କୁ ଆମ୍ବୁଲାନ୍ସ ଭାବେ...

ପରିବେଶ ଅନୁକୂଳ ବିକଳ୍ପ ଇନ୍ଧନ ଉପରେ ଗୁରୁତ୍ୱ

ଧର୍ମେନ୍ଦ୍ର ପ୍ରଧାନ ଆମ ସମସ୍ତଙ୍କୁ ଅଳ୍ପ-ବହୁତ ବିଶ୍ୱତାପନର ଗୁରୁତର ପରିଣାମ ଭୋଗିବାକୁ ପଡ଼ୁଛି। ଭୂପୃଷ୍ଠର ତାପମାତ୍ରା ଅତି ସାମାନ୍ୟ ପରିମାଣରେ, ମାତ୍ର ୦.୩ରୁ ୧.୭ ଡିଗ୍ରୀ...

ଲୋକଙ୍କ ସ୍ବର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ଅଧିକାଂଶ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲରେ ଉପସ୍ଥାପକମାନେ ସମଗ୍ର କାର୍ଯ୍ୟକ୍ରମକୁ ନିଜ ଅକ୍ତିଆରକୁ ନେଇଯାଉଥିବା ଆଲୋଚନା ହେଉଛି। ଏପରି କି ପ୍ୟାନେଲରେ...

ପ୍ରେମର ଦିବ୍ୟତା ଓ ଶ୍ରୀଅରବିନ୍ଦଙ୍କ ସାବିତ୍ରୀ

ଡ. ପ୍ରଫୁଲ୍ଲ କୁମାର ସାହୁ ମୁକ୍ତିର ମାନ୍ତ୍ରିକ ମହାଯୋଗୀ ଶ୍ରୀଅରବିନ୍ଦ। ଜଣେ ମହାନ୍‌ ଦାର୍ଶନିକ, ମହାକବି ତଥା ଅଧିବିଦ୍ୟା ବିଶାରଦ। ତାଙ୍କ ମତରେ ମଣିଷ ଏକ...

ଏଇ ଭାରତରେ

ଏକ ଡାକ୍ତର ଦମ୍ପତି ଆଦିବାସୀଙ୍କ ବିକାଶ ଲାଗି କାର୍ଯ୍ୟକରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି। ଡା. ଏମ୍‌. ରେଗି ଏବଂ ଡା. ଲଳିତା ରେଗି ତାମିଲନାଡୁର...

ଉତ୍କଳର ରାଜବଂଶ ଓ ବାଇଶି ପାହାଚ

ବୈକୁଣ୍ଠନାଥ ମିଶ୍ର ଭୌମକର ବଂଶର ଶାସକମାନେ କଳିଙ୍ଗକୁ ଶାସନ କରୁଥିବା ସମୟରେ ସୋମବଂଶୀମାନେ କୋଶଳର ଶାସନକର୍ତ୍ତା ଥିଲେ। ନବମ ଶତାବ୍ଦୀର ଶେଷଭାଗରେ ଭୌମକର ଶାସନର ପତନ...

ଶିଶୁ ଅନନ୍ତଙ୍କ ସାରସ୍ବତ ସୃଷ୍ଟିକର୍ମ

ଡ. ଭବାନୀ ଶଙ୍କର ଦାଶ ଷୋଡ଼ଶ ଶତାବ୍ଦୀବେଳକୁ ପ୍ରାୟ ସମଗ୍ର ଭାରତବର୍ଷରେ ମୁସଲମାନ ଶାସନ ଅଭିଯାନ ପ୍ରଖର ହୋଇଉଠିଥିଲା। ଭାରତର ଗୋଟିଏ ପରେ ଗୋଟିଏ ଅଞ୍ଚଳ...

ମହାକାଶ କନ୍ୟା

ବ୍ୟକ୍ତିତ୍ୱ/ ଶିବ ପ୍ରସାଦ ପୁହାଣ ପିଲାଦିନୁ କ୍ରିଷ୍ଟିନା ମହାକାଶ ଯିବାର ସ୍ବପ୍ନ ଦେଖିଥିଲେ। ତାହା ୧୪ ମାର୍ଚ୍ଚ, ୨୦୧୯ରେ ସାକାର ହୋଇଥିଲା। ଏହି ଦିନ ସେ...

Advertisement


Archives

Model This Week