ନୂଆ ଗାଡ଼ି ପାଇଁ ନେବାକୁ ହେବ ଲମ୍ବା ଅବଧିର ବୀମା ପଲିସି: ଆଇଆର୍‌ଡିଏ

ନୂଆଦିଲ୍ଲୀ,୧୩-୭: ନୂଆ ଗାଡ଼ି କିଣୁଥିବା ବ୍ୟକ୍ତିବିଶେଷଙ୍କୁ ଲମ୍ବା ଅବଧିର ବୀମା ପଲିସି କିଣିବାକୁ ହେବ। ଏହା ବାଧ୍ୟତାମୂଳକ ହୋଇଛି। ତେବେ ପୂର୍ବରୁ ଗାଡ଼ି ପଲିସି ଥିବା ବ୍ୟକ୍ତିମାନେ ପ୍ରତିବର୍ଷ ଏହାର ନବୀକରଣ କରିବାକୁ ହେବ ବୋଲି ଭାରତୀୟ ବୀମା ନିୟାମକ ପ୍ରାଧିକରଣ(ଆଇଆର୍‌ଡିଏ) ସ୍ପଷ୍ଟ କରିଛି। ଜାରି ନୂଆ ନିୟମ ଅନୁଯାୟୀ, ଦୁଇଚକିଆ ଗାଡି କିଣୁଥିବା ବ୍ୟକ୍ତିଙ୍କୁ ୫ ବର୍ଷ ଲାଗି ବୀମା ନେବାକୁ ହେବ। ସେହିପରି ନୂଆ କାର୍‌ ପାଇଁ ୩ ବର୍ଷ ସୀମା ଅପରିହାର୍ଯ୍ୟ ହୋଇଛି। ସମସ୍ତ ନୂଆ ଗାଡ଼ି କିଣୁଥିବା ବ୍ୟକ୍ତିବିଶେଷଙ୍କୁ ଥାର୍ଡ ପାର୍ଟି ବୀମା ନେବା ବାଧ୍ୟତାମୂଳକ ହୋଇଛି। ଏହି ନୂଆ ନିୟମ ୨ ବର୍ଷ ଅଥବା ଏହାପୂର୍ବରୁ କିଣାଯାଇଥିବା ଗାଡ଼ି ପାଇଁ ଲାଗୁ ହେବ ନାହିଁ ବୋଲି ଆଇଆର୍‌ଡିଏ ପକ୍ଷରୁ ଗତ ୧୧ରେ ପ୍ରକାଶ କରାଯାଇଥିବା ସ୍ପଷ୍ଟୀକରଣରେ କୁହାଯାଇଛି। ପୁରୁଣା ଗାଡ଼ି ମାଲିକଙ୍କୁ ପୂର୍ବଭଳି କେବଳ ୧ ବର୍ଷର ବୀମା କରିବାକୁ ହେବ। ତେବେ ଚାର୍ଜ ବଢ଼ିଯିବ। ଏଣିକି ୧୦୦୦ ସିସିର ବାଇକ କିଣିବା ଉପରେ ଗାଡିମାଲିକଙ୍କୁ ବୀମା ନେବା ଲାଗି ୪୫ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଓନ୍‌ ଡ୍ୟାମେଜ୍‌ ବୀମା ୧ ବର୍ଷ ପାଇଁ ନେଇ ହେବ। ଏହାଦ୍ୱାରା ଗାଡ଼ିର ଏକ୍ସ ସୋରୁମ୍‌ ମୂଲ୍ୟ ଅଧିକ ହୋଇଯିବ। ଏହାଦ୍ୱାରା ଗାଡ଼ି ମାଲିକଙ୍କ ଖର୍ଚ୍ଚ ୧୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ। ଏଥିସହିତ ବ୍ୟକ୍ତିଗତ ବୀମା କଭରର କ୍ଲେମ୍‌ ରାଶିକୁ ଆଇଆର୍‌ଡିଏ ୨ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ୨ ଚକିଆ ଗାଡ଼ି ପାଇଁ କ୍ଲେମ୍‌ ରାଶି ୧ ଲକ୍ଷ ଟଙ୍କା ଏବଂ ଚାରିଚକିଆ ଗାଡ଼ି ପାଇଁ ୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏଥିଲାଗି ଗ୍ରାହକଙ୍କଠାରୁ ପ୍ରିମିୟମ ବାବଦରେ ୫୦ ଅଥବା ୧୦୦ ଟଙ୍କା(ଟିକସ ସହ) ନିଆଯାଉଥିଲା। ଏବେ ସମସ୍ତ ଗାଡ଼ି ମାଲିକଙ୍କୁ ବ୍ୟକ୍ତିଗତ ବୀମା କଭର ନେବାକୁ ହେବ ଏବଂ ଏଥିପାଇଁ ବାର୍ଷିକ ୭୫୦ ଟଙ୍କା ଦେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri