ଏଇ ଭାରତରେ

ମଧ୍ୟପ୍ରଦେଶର ମଣ୍ଡଲା ଜିଲାର ଏକ ଗାଁରେ ରହିଛି ଏକ ଅଦ୍ଭୁତ ପରମ୍ପରା। ଏଠାରେ ବସବାସ କରୁଥିବା ଗୋଣ୍ଡ ଜନଜାତିରେ କୌଣସି ମହିଳା ଜୀବନକାଳ ମଧ୍ୟରେ ବିଧବା ହୁଅନ୍ତି ନାହିଁ। କାରଣ ଏଠାରେ କୌଣସି ମହିଳାଙ୍କ ସ୍ବାମୀ ମୃତ୍ୟୁବରଣ କଲେ ସମ୍ପୃକ୍ତ ମହିଳା ଘରେ ଥିବା ଅବିବାହିତ ପୁରୁଷଙ୍କୁ ବିବାହ କରିଥାଆନ୍ତି। ବିଶେଷକରି ଦିଅରକୁ ଉକ୍ତ ବିଧବା ମହିଳାଙ୍କ ସହ ବିବାହ କରିଦିଆଯାଏ। କେତେକ ସ୍ଥଳେ ଘରେ ବିବାହ ଉପଯୁକ୍ତ ନାତି ଥିଲେ ତାଙ୍କ ସହ ଉକ୍ତ ବିଧବା ମହିଳାଙ୍କର ବିବାହ କରାଯାଇଥାଏ। ଏହା ସମ୍ଭବ ନ ହେଲେ ଏହାର ବିକଳ୍ପ ମଧ୍ୟ ରହିଛି। ଉକ୍ତ ମହିଳାଙ୍କ ସ୍ବାମୀ ଯେବେ ଦେହତ୍ୟାଗ କରିଥାଆନ୍ତି ତା’ର ୧୦ ଦିନ ପୂରଣ ହେବା ପରେ ଗାଁର ଜଣେ ବ୍ୟକ୍ତି ଉକ୍ତ ମହିଳାଙ୍କୁ ରୁପା ଲାଗିଥିବା ଏକ ପାଟ ଉପହାର ଦେଇଥାଆନ୍ତି। ଯେଉଁ ବ୍ୟକ୍ତି ଏହି ପାଟ ଉପହାର ଦେଇଥାଆନ୍ତି, ସେହି ବ୍ୟକ୍ତିଙ୍କ ଘରକୁ ଉକ୍ତ ବିଧବା ମହିଳାଙ୍କୁ ପଠାଇ ଦିଆଯାଇଥାଏ। ଗାଁରେ ମହିଳାଙ୍କୁ ବିଧବା ବେଶରେ ଦେଖିବା ଅଶୁଭ ବୋଲି କହି ଗାଁ ଲୋକେ ଆଜି ବି ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri