ଏଇ ଭାରତରେ

ଶ୍ରାବଣ ମାସ ପାଖେଇ ଆସୁଥିବା ବେଳେ ଏହି ସମୟରେ ହଜାର ହଜାର ଶିବଭକ୍ତ କାଉଡି ଯାତ୍ରାରେ ବାହାରିବେ। କାଉଡିଆଙ୍କ ବିଶ୍ରାମ ପାଇଁ ପଥ ପାର୍ଶ୍ୱରେ ଠାଏ ଠାଏ ବିଶ୍ରାମାଗାର କରାଯିବା ସହିତ ସେମାନଙ୍କ ବାହୁଙ୍ଗି ରଖିବା ପାଇଁ ବାଉଁଶ ଆଡି ବ୍ୟବସ୍ଥା କରାଯାଇଥାଏ। ଏଥର କାଉଡି ଯାତ୍ରାରେ ଯାଉଥିବା ଭକ୍ତଙ୍କ ଉପରେ ଆକାଶମାର୍ଗରୁ ଫୁଲ ବର୍ଷା ହେବ। ଉତ୍ତରପ୍ରଦେଶ ସରକାରଙ୍କର ଏହା ଏକ ଅଭିନବ ପଦକ୍ଷେପ। ହେଲିକପ୍ଟର ଯୋଗେ ସେମାନଙ୍କ ଉପରକୁ ଫୁଲ ପକାଇବାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାତ୍ରା ସମୟରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କାଉଡିଆମାନେ ପ୍ଲାଷ୍ଟିକ ଓ ଥର୍ମୋକୁଲ ବ୍ୟାଗ୍‌ର ବ୍ୟବହାର ନ କରିବା ଏବଂ ଏମାନଙ୍କ ଯାତ୍ରା ପଥରେ କୌଣସି ମଦ ଦୋକାନ ଓ କଂସେଇଖାନା ଯେପରି ନ ରୁହେ ସେଥିପ୍ରତି ଦୃଷ୍ଟିଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କୁମ୍ଭମେଳା ଭଳି କାଉଡି ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ବର୍ଷ ଜୁଲାଇ ୧୭ରୁ କାଉଡି ଯାତ୍ରା ଆରମ୍ଭ ହେଉଥିବାବେଳେ ୟୁପି ସରକାରଙ୍କ ଏଭଳି ଅଭିନବ ପଦକ୍ଷେପ ଶିବଭକ୍ତଙ୍କ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ସଦୃଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଣୀ ଶିକ୍ଷକର ବିଡ଼ମ୍ବନା

ଓଡ଼ିଶାରେ କାର୍ଯ୍ୟରତ ସବୁ ଶିକ୍ଷକ ଶ୍ରେଣୀ ଶିକ୍ଷକ ନୁହନ୍ତି। ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ବିଭିନ୍ନ କିସମର ଶିକ୍ଷକ ଅଛନ୍ତି-ଯେମିତି ପ୍ରଶାସକ ଶିକ୍ଷକ, ସଂଗଠକ...

ଏଇ ଭାରତରେ

ପିଲାଦିନରୁ ଚାଷ ପ୍ରତି ଆଗ୍ରହ ରଖିଥିବା କେରଳର ଜଣେ ଚାଷୀ ଏବେ ୧୭୦ କିସମର କଦଳୀ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି। ଓ୍ବାଏନାଡ୍‌ର ଏହି...

ଖାଦ୍ୟ ବିପ୍ଳବ

ବିଶ୍ୱରେ ୧୯୧୮-୧୯ରେ ସ୍ପାନିସ୍‌ ଫ୍ଲୁ ବେଳେ ଯେଉଁସବୁ ଦେଶରେ ମୃତ୍ୟୁ ଘଟିଥିଲା, ତା’ର ସ୍ପଷ୍ଟ ତଥ୍ୟ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ସେତେବେଳେ ଭାରତରେ ୧...

ଶାନ୍ତିର ଆଲୋକବର୍ତ୍ତିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ ଇଟାଲୀୟ କ୍ୟାଥଲିକ୍‌ ଧର୍ମ ପ୍ରଚାରକ ସେଣ୍ଟ ଫ୍ରାନ୍ସିସ୍‌ଙ୍କ ଭୂମିକା ସ୍ମରଣୀୟ । ଭାଟିକାନ୍‌...

ନୂଆ ବାଟର ବାଟୋଇ

ଡ. ହୃଷୀକେଶ ମଲ୍ଲିକ   ନନ୍ଦିନୀ ଶତପଥୀ ଉତ୍ତର-ସ୍ବାଧୀନ ଭାରତବର୍ଷର ସବୁଠୁଁ ଅଧିକ ଶୌର୍ଯ୍ୟଦୀପ୍ତା ରାଜନେତ୍ରୀ, ଯାହାଙ୍କର ନେତୃତ୍ୱଦାନ କ୍ଷମତା ଛାତ୍ର-ରାଜନୀତିରୁ ସ୍ପଷ୍ଟ ହୋଇଥିଲା। ବ୍ରିଟିଶ୍‌...

ଏଇ ଭାରତରେ

ଉତ୍ତରାଖଣ୍ଡ ପାହାଡ଼ିଆ ଅଞ୍ଚଳର ଦୁର୍ଗମ ଗାଁଗୁଡିକରେ ଲକ୍‌ଡାଉନ୍‌ରେ ଓ୍ୟଷଧ ପହଞ୍ଚାଉଛନ୍ତି ମନୀଷ ପନ୍ଥ। ମୁଖ୍ୟତଃ ପକ୍ଷାଘାତ, ଉଚ୍ଚରକ୍ତଚାପ ଏବଂ ଅନ୍ୟ ଜୀବନଶୈଳୀ ସମ୍ବନ୍ଧିତ ରୋଗରେ ପୀଡ଼ିତ...

ଏକ୍ସଟେନ୍‌ଶନ: ଦେଶ ଅନାଇଛ

କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଉଦ୍ଦେଶ୍ୟ ରଖି...

ଭଲ ମଣିଷ ମିଳିବା କଷ୍ଟ

ଉମାଶଙ୍କର ପ୍ରସାଦ ଆଜିର ସମାଜରେ ତଥାକଥିତ ବଡ଼ ମଣିଷମାନଙ୍କର ସଂଖ୍ୟା ସେମାନଙ୍କ ଭୂମିକା ଅନୁଯାୟୀ ବଢ଼ି ବଢ଼ି ଚାଲିଥିବା ବେଳେ ବାସ୍ତବ ‘ଭଲମଣିଷ’ମାନଙ୍କର ସଂଖ୍ୟା ସେହି...

Advertisement
Archives

Model This Week