ଏଇ ଭାରତରେ

ଶିକ୍ଷା କ୍ଷେତ୍ରରେ ମହତ୍‌ ସେବା ଯୋଗାଉଥିବା ଯେଉଁ କେତେଜଣ ବ୍ୟକ୍ତି ଅଛନ୍ତି ସେମାନଙ୍କ ମଧ୍ୟରେ ମୁମ୍ବାଇର ପୋର୍ଟିଆ ପୁଟାତୁଣ୍ଡା ଅନ୍ୟତମ। ସେ ଭାରତର ସବୁଠୁ ଉଚ୍ଚରେ ଥିବା ହିମାଚଳପ୍ରଦେଶ କୋମିକ ଗାଁରେ ଅସହାୟ ପିଲାମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ପୋର୍ଟିଆ ତାଙ୍କ ସାମ୍ବାଦିକ କ୍ୟାରିୟରକୁ ପଛ କରିଦେଇ ଏହି କାର୍ଯ୍ୟ କରୁଛନ୍ତି। ପିଲାମାନଙ୍କୁ ମାଗଣାରେ ରଖି ସେମାନଙ୍କୁ ପଢାଇବା ସହ ଅନ୍ୟ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି। ଏହି କାର୍ଯ୍ୟର ସୁପରିଚାଳନା ପାଇଁ ସେ ‘ପ୍ଲାନେଟ ସ୍ପିତି ଫାଉଣ୍ଡେଶନ’ ଗଠନ କରିଛନ୍ତି। ପିତାଙ୍କ ଦେହାନ୍ତ ପରେ ପୋର୍ଟିଆ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ। ପରେ ଏଥିରୁ ମୁକୁଳିବା ଲାଗି ସ୍ପିତି ଭ୍ୟାଲିର କାଜା ଅଞ୍ଚଳକୁ ବୁଲିବାକୁ ଯାଇ ଶିକ୍ଷାର ଅବ୍ୟବସ୍ଥା ଦେଖିବାକୁ ପାଇଥିଲେ। ପରେ ୨୦୨୦ରେ ଚାକିରି ଛାଡ଼ି କାଜାକୁ ଯାଇ ସେଠାରେ ପିଲାଙ୍କୁ ମାଗଣାରେ ପଢ଼ାଇବା ଆରମ୍ଭ କରିଥିଲେ। ସମୟକ୍ରମେ ସେ ସେହି ଅଞ୍ଚଳରେ ଥିବା ସବୁଠୁ ଉଚ୍ଚ ଗାଁ କୋମିକରେ ପହଞ୍ଚି ସେଠାକାର ପିଲାଙ୍କ ଦୁର୍ଦ୍ଦଶା ଦେଖି ସେମାନଙ୍କ ରହିବା, ଖାଇବା ଓ ପଢ଼ିବା ବ୍ୟବସ୍ଥା କରିଥିଲେ, ଯାହା ଏଯାବତ ଚାଲିଛି। ପୋର୍ଟିଆ ଏବେ ସେହି ପିଲାମାନଙ୍କ ପାଇଁ ‘ମା’ ପାଲଟିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

ପରମାଣୁ ଶାନ୍ତିଯାତ୍ରା

୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’…

ଜୈବିକ ଖାଦ୍ୟର ପୃଥିବୀ

ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ…

ବିଶ୍ୱରେ ଅରାଜକତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି।…

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri