ଏଇ ଭାରତରେ

ସମୀର ବର୍ଦ୍ଦୋଲୋଇ ଯୁବକମାନଙ୍କୁ ନେଇ ଗଠନ କରିଛନ୍ତିି ସବୁଜ ସେନା। ଏହି ସେନାରେ ରହିଛନ୍ତି ୩୨୬ ଜଣ ଗ୍ରୀନ ବା ସବୁଜ କମାଣ୍ଡୋ। ଏହି କମାଣ୍ଡୋମାନେ ଆସାମରେ କୃଷିରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିପାରିଛନ୍ତି। ଅରୁଣାଚଳପ୍ରଦେଶରେ ସମୀରଙ୍କ ପିଲାଦିନ କଟିଥିଲା, ହେଲେ କର୍ମଭୂମି ପାଲଟିଛି ଆସାମ। ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ପ୍ରେଡ୍‌ ଏନ୍‌ଇ’ଏନ୍‌ଜିଓ ମାଧ୍ୟମରେ ୨,୫୦୦ କୃଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଗ୍ରୀନ୍‌ କମାଣ୍ଡୋମାନେ ବୈଜ୍ଞାନିକ ତଥା ପରିବେଶକୁ କ୍ଷତି ନ ପହଞ୍ଚାଇବା ଭଳି ପାରମ୍ପରିକ ପଦ୍ଧତିରେ କିଭଳି କୃଷିକାର୍ଯ୍ୟ କରାଯିବ ସେ ସମ୍ପର୍କରେ କୃଷକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସମଗ୍ର ଦେଶର ୮% ହେଉଛି ଉତ୍ତରପୂର୍ବାଞ୍ଚଳ। ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ କୃଷି କାର୍ଯ୍ୟରେ ବାଧା ଲାଗି ରହିଥିବାରୁ ଏଠାରେ ଖାଦ୍ୟାଭାବ ଲାଗିରହେ। ଏଣୁ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଯୁବକମାନଙ୍କୁ ନେଇ ଆସାମରେ ଏଭଳି ନିଆରା ଅଭିଯାନ ଆରମ୍ଭ କରିଛନ୍ତି ସମୀର। ଗାଁର କୃଷକ ପରିବାରଗୁଡ଼ିକୁ ସହର ବାସିନ୍ଦା ପରିବାରଗୁଡ଼ିକ ପୋଷ୍ୟ ଭାବେ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହି ଅଭିଯାନରେ ସହରୀ ପରିବାରଗୁଡ଼ିକ ଏବେ ସୁଦ୍ଧା ୪୦ଟି କୃଷକ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କଠାରୁ କୃଷି ଉପତ୍ାଦ କିଣୁଛନ୍ତି। ଆଉ ଯାହା କୃଷକଙ୍କ ପାଖରେ ବଳୁଛି ତାହାକୁ ସେମାନେ ବଜାରରେ ବିକ୍ରି କରୁଛନ୍ତି। ସମୀର ମଧ୍ୟ ୧୫୦ରୁ ଊର୍ଦ୍ଧ୍ୱ ସ୍କୁଲକୁ ତାଙ୍କ ଅଭିଯାନରେ ସାମିଲ କରିଛନ୍ତି । ଏମାନେ ସବୁଜ କମାଣ୍ଡୋଙ୍କ ସହ କୃଷକଙ୍କୁ ପ୍ରଶିକ୍ଷଣ ଦେବାରେ ସାହାଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ ମର୍ଯ୍ୟାଦା

ଆଜିର ସମୟରେ ବିଭିନ୍ନ ପଦପଦବୀରେ ଆସୀନ ବ୍ୟକ୍ତିବିଶେଷ ସେହିି ପଦର ମର୍ଯ୍ୟାଦା ରକ୍ଷା କରିବା ପ୍ରତି ଆଦୌ ସଚେତନ କିମ୍ବା ଯତ୍ନବାନ୍‌ ହେଉ ନ ଥିବା...

ରତନ ଟାଟାଙ୍କ ବ୍ୟକ୍ତିତ୍ୱ ଅନେକ ପିଢ଼ି ପାଇଁ ପ୍ରେରଣା

ରତନ ଟାଟା ଆମକୁ ଛାଡ଼ି ଚାଲିଯିବାର ଗୋଟିଏ ମାସ ବିତିଗଲାଣି। କୋଳାହଳପୂର୍ଣ୍ଣ ମହାନଗର ଓ ଛୋଟ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ତାଙ୍କର ଅନୁପସ୍ଥିତି...

ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଡେମି-ଅଫିସିଆଲ(ଡିଓ) ଚିଠି ପଠାଇବାର ଅନେକ ଦଶନ୍ଧିର ପୁରୁଣା ଅଭ୍ୟାସକୁ ଉଜାଗର କରିଛନ୍ତି। ବାବୁ ସାମ୍ରାଜ୍ୟର ଆଭ୍ୟନ୍ତରୀଣ କାର୍ଯ୍ୟ ସହ ଜଡ଼ିତ...

ଏଇ ଭାରତରେ

ପଞ୍ଜାବର ଭଟିଣ୍ଡା ଜିଲାର ବାଲୋ ଗାଁର ବୟସ୍କମାନେ ସେମାନଙ୍କ ପରିଚୟ ନିଶ୍ଚିତ କରିବାକୁ ଆଉ ଟିପଚିହ୍ନ ଦେଉନାହାନ୍ତି। ସେମାନେ ସାକ୍ଷର ହୋଇ ପଞ୍ଜାବୀ କିମ୍ବା ଇଂଲିଶରେ...

ପ୍ରଦୂଷଣ ଭୟାବହତା

ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ କିଛିଦିନ ତଳେ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚତ୍ବା ପରେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି। ଶୀତକାଳୀନ...

ବିମୁଦ୍ରୀକରଣର ଆଠବର୍ଷ ପରେ

ଆଜକୁ ଠିକ୍‌ ୮ ବର୍ଷ ତଳେ ସରକାର ବିମୁଦ୍ରୀକରଣ ପଦକ୍ଷେପ ନେଇ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଥିଲେ। ଏହା ଦୁର୍ନୀତି ଓ...

ସୌରଶକ୍ତିର ଉଜ୍ଜ୍ୱଳ ଭବିଷ୍ୟତ

ଜୈବ ଇନ୍ଧନ ଶକ୍ତିରୁ ସ୍ବଚ୍ଛ ବା ସବୁଜ ଶକ୍ତିକୁ ପରିବର୍ତ୍ତନର ଧାରାରେ ସୌରଶକ୍ତି ଆଗୁଆ ରହିଆସିଛି। ଜଳବାୟ, ଜୀବନ ଧାରଣ ଏବଂ ଶକ୍ତି ସୁରକ୍ଷା ପାଇଁ...

ଲକ୍ଷ୍ୟହୀନ ଯୋଜନା

୧୯୮୦ରୁ ଆମ ଦେଶରେ ଗରିବଙ୍କ ଅର୍ଥନୈତିକ ଉନ୍ନତି ଏବଂ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଶତାଧିକ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ସହାୟତା ଯୋଜନା ହୋଇସାରିଛି। ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri