ଏଇ ଭାରତରେ

ନୀରବଚ୍ଛିନ୍ନ ସାଧନା ବଳରେ ସବୁକିଛି ସମ୍ଭବ,ଏହା ପ୍ରମାଣ କରିଛନ୍ତି ପଶ୍ଚିମବଙ୍ଗର ତାରାପଦ ହାଲ୍‌ଦାର। ସେ ଦିନ ମଜୁରିଆରୁ ଏବେ ପାଲଟିଛନ୍ତି ଦେଶର ଜଣେ ପ୍ରତିଷ୍ଠିତ ସିତାର କାରିଗର। ଦାଦପୁର ଗାଁର ଏହି କଳାକାର ନିଜସ୍ବ ଉଦ୍ୟମରେ ତାଙ୍କ ଗାଁକୁ ଭାରତର ଏକ ସିତାର ନିର୍ମାଣ କେନ୍ଦ୍ର କରିପାରିଛନ୍ତି। ୧,୦୦୦ ହସ୍ତଶିଳ୍ପ କାରିଗରଙ୍କୁ ସିତାରା ତିଆରି କରିବାର କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ପ୍ରଶିକ୍ଷିତ କାରିଗରମାନେ ସେମାନଙ୍କ ଘରେ ସିତାର ତିଆରି କରୁଛନ୍ତି। ସିତାର ତିଆରି କରିବା ଲାଗି ଲାଉ, ବାଉଁଶ, କାଠ, ସେଲୁଲାଇଟ ପେପର ବ୍ୟବହାର କରୁଛନ୍ତି। ହଳଧର କୌଣସି ଡିଗ୍ରୀ ହାସଲ କରି ନାହାନ୍ତି କି ମ୍ୟୁଜିକ ଉପରେ ପ୍ରଶିକ୍ଷଣ ନେଇ ନାହାନ୍ତି । କିନ୍ତୁ ତାଙ୍କ ହାତ ତିଆରି ସିତାର ବଜାରରେ ଉପଲବ୍ଧ ଭଲ କ୍ୱାଲିଟିର ସିତାରଠାରୁ କୌଣସି ଗୁଣରେ କମ୍‌ ନୁହେଁ। ୧୯୬୦ରୁ ସେ ଏହି କାମ ଆରମ୍ଭ କରି ଦୀର୍ଘ ବର୍ଷ ମଧ୍ୟରେ ଗାଁର ସବୁ ଲୋକଙ୍କୁ ରୋଜଗାରକ୍ଷମ କରିବା ତାଙ୍କ ତ୍ୟାଗର ଏକ ବଳିଷ୍ଠ ଦୃଷ୍ଟାନ୍ତ। ତାରାପଦଙ୍କୁ ଏବେ ତାଙ୍କ ପୁଅ ସହଯୋଗ କରୁଛନ୍ତି। ୧୬ ବର୍ଷ ବୟସରେ କୋଲକାତା ଯାଇ ପ୍ରଥମେ ଏକ ଚା’ଦୋକାନରେ କାମ କରିଥିଲେ। ପରେ ଏକ ମ୍ୟୁଜିକ କମ୍ପାନୀରେ ୨ ଟଙ୍କା ମଜୁରିରେ କାମ କଲେ ଓ ସେଠାରେ ସେ ସିତାର ତିଆରି କରିବାର କୌଶଳ ଶିକ୍ଷା କରିଥିଲେ। ପରେ ଲକ୍ଷ୍ନୌ ଯାଇ ଏ ସମ୍ପର୍କରେ ଶିକ୍ଷା କରି ଗାଁକୁ ଫେରି ଏହି କାମ ଆରମ୍ଭ କରିଥିଲେ। ସିତାରଗୁଡ଼ିକ କ୍ୱାଲିଟି ଅନୁଯାୟୀ ୫,୦୦୦ରୁ ୧୫,୦୦୦ ଟଙ୍କାରେ ବିକ୍ରି ହେଉଛି। ଲୋକମାନେ ତିଆରି କରୁଥିବା ସିତାରଗୁଡ଼ିକ ଭାରତର ବିଭିନ୍ନ ସହର ସମେତ ବିଶ୍ୱର ବିଭିନ୍ନ ଦେଶରେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟର ଜୟ ହେଉ

ସମାଜ ଓ ସାହିତ୍ୟ ସବୁବେଳେ ଓତପ୍ରୋତ ଭାବରେ ଜଡ଼ିତ। ଏକ ସୁସ୍ଥ ସମାଜ ଗଠନ ଦିଗରେ ସାହିତ୍ୟର ଭୂମିକା ସବୁବେଳେ ଆଗରେ। ଆମ ଓଡ଼ିଆ ସାହିତ୍ୟରେ...

ଶୁଗି ସ୍ରଷ୍ଟା

ସ୍ରଷ୍ଟା ଅହରହ ସୃଷ୍ଟିଟିଏ ଲାଗି ଲଢ଼ୁଥାଏ। ଲେଖକ ହୋଇଥିଲେ ଚରିତ୍ର, ସ୍ଥିତି ଓ ଶବ୍ଦଗୁଡ଼ିକ ତା’ ମୁଣ୍ଡରେ ଲହରି ପିଟୁଥାଆନ୍ତି। କିନ୍ତୁ ସେ ତା’ ଇପ୍ସିତ...

ଏଇ ଭାରତରେ

ଉତ୍ତରାଖଣ୍ଡର ଗ୍ରାଫିକ ଏରା ଡିମ୍‌ଡ ୟୁନିଭର୍ସିଟି ଛାତ୍ରମାନଙ୍କ ଏକ ଟିମ୍‌ ବର୍ଜ୍ୟ କାଗଜରୁ ପ୍ରସ୍ତୁତ ବଡିରେ ଏକ ପ୍ରୋଟୋଟାଇପ୍‌ କାର ନିର୍ମାଣ କରି ଖ୍ୟାତି ହାସଲ...

ମିଛ ଆଶ୍ୱାସନା

ଆକାର ପଟେଲ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରିମାସୀରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୁଣି ୪.୭ ପ୍ରତିଶତକୁ କମିଯାଇଛି। ଗତ ଛଅବର୍ଷ ଭିତରେ ଏହା ସବୁଠାରୁ...

ଏଇ ଭାରତରେ

ଭାରତୀୟ ସଂସ୍କୃତିରେ ଘରେ ପ୍ରଥମ ରୁଟି ଗାଈଙ୍କ ପାଇଁ କରାଯାଏ ଓ ଏହା ଶୁଭ ବୋଲି ମାନ୍ୟତା ରହିଛି। କିନ୍ତୁ ଏହି ସଂସ୍କୃତି ଧୀରେ ଧୀରେ...

ଅତୁଳନୀୟ ଅମ୍ଳାନ ପ୍ରତୀକ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାନବ ମହାତ୍ମା ଗାନ୍ଧୀ ଓ ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀ- ଉଭୟ ସମଭାବାପନ୍ନ ମଣିଷ। ବିଧି ପ୍ରେରିତ ମହାପୁରୁଷ। ଜଣେ...

ଉଦାହରଣ ଆଇସ୍‌ଲାଣ୍ଡ

ସମ୍ପାଦକୀୟ/ତଥାଗତ ସତପଥୀ ଉତ୍ତର ଆଟ୍‌ଲାଣ୍ଟିକ୍‌ର ଏକ କ୍ଷୁଦ୍ର ଦ୍ୱୀପ ଦେଶ ଆଇସ୍‌ଲାଣ୍ଡର ପାର୍ଲାମେଣ୍ଟ ‘ଅଲ୍‌ପିଙ୍ଗି’ ନିକଟରେ ଏକ ଅଭିନବ ସଙ୍କଳ୍ପନାମା ଆଣି ବିଶ୍ୱର ଦୃଷ୍ଟି ଆକର୍ଷଣ...

କ୍ରୀଡ଼ାଭିମୁଖୀ ପ୍ରଶାସକ

କୁହାଯାଇଥାଏ ଜୀବନ କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ, ଏକ ଯାତ୍ରା। ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗର (ନଏଡା) ଜିଲାପାଳ ସୁହାସ ଏଲ୍‌ ଓ୍ବାଇ ମଧ୍ୟ ଅନୁଭବ କରନ୍ତି...

Advertisement
Archives

Model This Week