ଏଇ ଭାରତରେ

ଅରୁଣାଚଳପ୍ରଦେଶର ଆଇଏଏସ୍‌ ଅଧିକାରୀ ଦେବାଂଶ ଯାଦବ ପ୍ରଶାସନିକ କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ଗରିବ ଛାତ୍ରଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରୁଛନ୍ତି। ଛାଙ୍ଗଲାଙ୍ଗର ଡେପୁଟି କମିଶନର ଭାବେ ଦାୟିତ୍ୱ ତୁଲାଉଥିବା ଦେବାଂଶ ଲୋକମାନଙ୍କ ଅନୁଦାନରେ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୮୦%ରୁ ଅଧିକ ନମ୍ବର ରଖୁଥିବା ୩ଜଣ ଛାତ୍ରଙ୍କୁ ଉଚ୍ଚଶିକ୍ଷା ଦେବାରେ ସଫଳ ହୋଇଛନ୍ତି। ଏହି ଛାତ୍ରମାନଙ୍କ ମଧ୍ୟରେ ଜଣେ ୮୯.୪ % ନମ୍ବର ରଖିଛନ୍ତି। ଏଭଳି ପିଲାମାନଙ୍କୁ ଆର୍ଥିକ ସହାୟତା ଦେବା ଲାଗି ଅନୁରୋଧ କରାଯିବା ପରେ ଦେଶର ବିଭିନ୍ନ ଅଞ୍ଚଳରୁ ଏହା ଆସିବାରେ ଲାଗିଛି। ପ୍ରଥମ ସପ୍ତାହରେ ଲୋକମାନଙ୍କଠାରୁ ୩ ଲକ୍ଷ ଟଙ୍କା ମିଳିଛି ବୋଲି କହନ୍ତି ଦେବାଂଶ। ପରେ ଅଧିକରୁ ଅଧିକ ଆର୍ଥିକ ସାହାଯ୍ୟ ଆସୁଛି। ଅକ୍ଟୋବର ୨୬ରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଏବେ ଯେଉଁ ଅର୍ଥ ମିଳିଛି ସେଥିରୁ ହଷ୍ଟେଲରେ ରହିବା, ଟ୍ୟୁସନ ଫି,ଯିବା ଆସିବା ଓ ଖାଇବା ଖର୍ଚ୍ଚ ବାବଦରେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି କହନ୍ତି ଦେବାଂଶ। ଏହି ଛାତ୍ରମାନେ ଉଚ୍ଚଶିକ୍ଷା ଲାଗି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇପାରିଛନ୍ତି। କେବଳ ଏମାନେ ନୁହନ୍ତି ଆହୁରି ଅଧିକ ପିଲାଙ୍କୁ ସାହାଯ୍ୟ କରିବା ଲାଗି ସେ ଯୋଜନା କରିଛନ୍ତି। ଦେବାଂଶ କହନ୍ତି, ଲୋକମାନେ ଯେଉଁ ଅର୍ଥ ଦାନ କରୁଛନ୍ତି ତାହାର ରେକର୍ଡ ରଖାଯିବା ସହ ତାହାକୁ ସୋସିଆଲ ମିଡିଆରେ ବି ଶେୟାର କରାଯିବ। ଏହି ପିଲାମାନଙ୍କର ବ୍ୟାଙ୍କ୍‌ ଆକାଉଣ୍ଟରେ ଖୁବ୍‌ ଶୀଘ୍ର ଟଙ୍କା ଜମା କରାଯିବ। ଏହା ମଧ୍ୟ ଦାନ ଦେଇଥିବା ଲୋକମାନଙ୍କୁ ଜଣାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ଝୁଣୁଛନ୍ତି

ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି(ଏମ୍‌ପିସି) ନିକଟରେ ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛି। ଫଳରେ ଏହା ୪.୪ ପ୍ରତିଶତରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ, ରେପୋ...

ଦୂର ପର୍ବତ ସୁନ୍ଦର

ତଥାଗତ ସତପଥୀ ଲଦାଖର ଗଲଓ୍ବାନ ଉପତ୍ୟକା ମଧ୍ୟକୁ ଚାଇନାର ପିଏଲ୍‌ଏ ପ୍ରବେଶ ଓ ଭାରତର ୨୦ ଜଣ ଯବାନ ଶହୀଦ ହେବା ବିଷୟ ସମସ୍ତେ ଜାଣନ୍ତି।...

ଚାଲ୍‌ କ’ଣ

ଗତ ସପ୍ତାହରେ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରି ଜେଲ ପଠାଇଛି। ତାଙ୍କ ନିକଟରୁ ୨୦...

ଏଇ ଭାରତରେ

ପାଇଖାନା ନିର୍ମାଣ ହୋଇଛି ୫୦୦ ଏବଂ ୧ ଲିଟର ବିଶିଷ୍ଟ ୮,୦୦୦ରୁ ଅଧିକ ଅଦରକାରୀ ପ୍ଲାଷ୍ଟିକ ବୋତଲରେ। ଏହା ବିଶ୍ୱାସ କରିହେଉ ନ ଥିଲେ ବି...

ଆଧୁନିକ ଯୁଦ୍ଧ

ଆକାର ପଟେଲ ସକାଳେ ଖବରକାଗଜ ପଢ଼ୁ ପଢ଼ୁ ଗୋଟିଏ ଖବର ଉପରେ ନଜର ଅଟକି ରହିଗଲା। ଏଥିରେ ଲେଖାଥିଲା ଯେ ଭାରତୀୟ ବାୟୁ ସେନା ଚାହୁଁଛି...

ନ୍ୟାୟ ମିଳୁଛି କି

ଆକାର ପଟେଲ ଶାହିନବାଗ ପ୍ରତିବାଦସ୍ଥଳକୁ ଅଣାଯିବା ପରେ ଜଣେ ଶିଶୁର ମୃତ୍ୟୁ ହେବା ଘଟଣାର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ନିଜ ତରଫରୁ ଇଚ୍ଛା ପ୍ରକାଶ କରିଛନ୍ତି।...

ଝିଅ ଜନମ ପର ଘରକୁ

ଡ. ଶ୍ରୀହରି ପଣ୍ଡା   କୁହାଯାଏ ଭାଗ୍ୟବାନଙ୍କୁ କନ୍ୟା ମିଳିଥାଏ ା କାରଣ ଦୁନିଆରେ ଯେତେ ଦାନ ଅଛି ସବୁଠାରୁ ବଡ଼ ଦାନ କନ୍ୟାଦାନ ା...

ଏଇ ଭାରତରେ

ପରିବାରକୁ ପିଲାଟିଏ ଆସିଲେ ସମସ୍ତେ ଯେମିତି ଖୁସି ହୁଅନ୍ତି ସେମିତି ତା’ର ଜନ୍ମଦିନକୁ ଜାକଜମକରେ ପାଳନ କରି ଶୁଭେଚ୍ଛା ଅଜାଡି ଦିଅନ୍ତି। ମଙ୍ଗଳ କାମନା କରି...

Advertisement
Archives

Model This Week