ଏଇ ଭାରତରେ

ପାଇଖାନା ନ ଥିବା ଘରକୁ ବୋହୂ ହୋଇ ଆସିଥିବା ଝିଅଟି ନିଜସ୍ବ ଉଦ୍ୟମରେ ଗାଁରେ ବର୍ଷକ ଭିତରେ ୨୫୦ଟି ପାଇଖାନା ନିର୍ମାଣ କରିବା ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶରେ। ୨୧ ବର୍ଷୀୟା କୋମଲ ହଡାଲା ଏଭଳି କାର୍ଯ୍ୟ କରି ସ୍ବଚ୍ଛ ଭାରତର ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଦକ୍ଷିଣପୁରୀରେ ତାଙ୍କର ଜନ୍ମ। ତାଙ୍କ ବାହାଘର ହୋଇଥିଲା ଉତ୍ତରପ୍ରଦେଶର ନିଥୋରା ଗାଁରେ। ଶାଶୁଘରେ ପାଇଖାନା ନ ଥିଲା। ତାଙ୍କୁ ବାହାରେ ଶୌଚ କରିବାକୁ ପଡୁଥିଲା। ଏହା କେବଳ ତାଙ୍କ କ୍ଷେତ୍ରରେ ଘଟୁ ନ ଥିଲା, ବରଂ ନିଥୋରାର ସବୁ ମହିଳା ଏଭଳି ସମସ୍ୟାକୁ ସାମ୍‌ନା କରୁଥିଲେ। ପ୍ରଥମେ କୋମଲ ପରିବାର ଲୋକଙ୍କୁ ସ୍ବଚ୍ଛତା ସମ୍ପର୍କରେ ବୁଝାଇ ଘରେ ପାଇଖାନା ନିର୍ମାଣ କରାଇଥିଲେ। ପରେ ଗାଁରେ ଅନ୍ୟ ଘରଗୁଡିକରେ ପାଇଖାନା ନିର୍ମାଣ କରିବାର ପ୍ରୟାସ ଆରମ୍ଭ କରିଥିଲେ। ଘର ଭିତରେ ପାଇଖାନା ନିର୍ମାଣ କରିବା ଠିକ୍‌ ନୁହେଁ ବୋଲି ବିଶ୍ୱାସ କରୁଥିବା ବୟସ୍କ ବ୍ୟକ୍ତିମାନେ କୋମଲଙ୍କୁ ପ୍ରଥମେ ବିରୋଧ କରିଥିଲେ। କିନ୍ତୁ ପାଇଖାନାର ଉପକାରିତା ସମ୍ପର୍କରେ ଜାଣିବା ପରେ ସେମାନେ ଗାଁରେ ପାଇଖାନା ନିର୍ମାଣ କରିବା ଲାଗି କୋମଲଙ୍କୁ ସମର୍ଥନ କରିଥିତ୍ଲେ। ସେ ଗାଁ ମୁଖିଆଙ୍କୁ ପାଇଖାନା ନିର୍ମାଣ କରିବା ଲାଗି ଅନୁରୋଧ କରି ସଫଳତା ପାଇବା ପରେ କୋମଲ, ତାଙ୍କ ଶାଶୁ ଓ ଗାଁର ଅନ୍ୟ ମହିଳାମାନେ ଏକାଠି ହୋଇ ଗଠନ କରିଥିଲେ ଏକ ନିଗରାନୀ ସମିତି। ଏହାପରେ ଗାଁର ପୁରୁଷମାନେ ବି ଏଥିରେ ସହଯୋଗର ହାତ ବଢାଇଥିଲେ। ଏହାଦ୍ୱାରା ନିଥୋରାରେ ୨୦୧୯ରେ ୨୫୦ ନୂଆ ପାଇଖାନା ନିର୍ମାଣ କରାଯାଇଥିତ୍ଲା। ଏମିତିକି ୨୦୧୯ରେ ନରଓ୍ବେର ପ୍ରଧାନମନ୍ତ୍ରୀ ଏର୍‌ନା ସୋଲବର୍ଗ ନିଥୋରା ଯାଇ କୋମଲଙ୍କୁ ପ୍ରଶଂସା କରିଥିଲେ। କେବଳ ଏତିକି ନୁହେଁ କୋମଲଙ୍କ ତତ୍ତ୍ୱାବଧାନରେ ମହିଳାମାନେ ଭୋର ୪ଟାରେ ଉଠି ମହିଳାମାନଙ୍କୁ ବାହାରେ ଶୌଚ କରିବାରୁ କ୍ଷାନ୍ତ କରାଇ ପାଇଖାନା ବ୍ୟବହାର କରିବାକୁ କହୁଛନ୍ତି। କୋମଲ ଏବେ ମହିଳାମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମନ୍ଦିର ଉପରୁ ତଳକୁ ଫିଙ୍ଗି ଶିଶୁର ଉଜ୍ଜ୍ୱଳ ଭାଗ୍ୟ ଓ ଦୀର୍ଘ ଜୀବନ କାମନା କରାଯାଇଥାଏ ମହାରାଷ୍ଟ୍ର ସୋଲାପୁର ଜିଲାର ମଙ୍ଗାସୁଲି ଗାଁରେ। ଏହି ଗାଁର...

ଏତେ ହିଂସା କାହିଁକି

ଅନିଲ କୁମାର ବିଶ୍ୱାଳ ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ମତଦାନ ସମୟରେ ଓ ପରେ ଅନେକ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଛିି। ଶାନ୍ତିଶୃଙ୍ଖଳା ରକ୍ଷା...

ଏଇ ଭାରତରେ

ପିଲା ହଜିଗଲେ ପୋଲିସ ଯେମିତି ଖୋଜେ ଠିକ୍‌ ସେମିତି ଶୁଆକୁ ଖୋଜା ଚାଲିଛି ଉତ୍ତରପ୍ରଦେଶର ବାରାଣସୀରେ। ପାଞ୍ଚଦିନ ହେବ ପୋଲିସ ଖୋଜୁଛି ଶୁଆକୁ। ଜୋତପୁର ଥାନା...

ଜୀବନ ଜୀବିକାରେ ମହୁମାଛି

ହୁମାଛିକୁ ଆନ୍ତର୍ଜାତିକ ଆର୍ଥୱାଚ ଅନୁଷ୍ଠାନ ପୃଥିବୀପୃଷ୍ଠର ସର୍ବୋତ୍କୃଷ୍ଟ ଜୀବର ମାନ୍ୟତା ଦେଇଛି। ମହୁମାଛିର ପ୍ରକୃତି ଉପରେ କୌଣସି କୁପ୍ରଭାବ ନ ଥାଏ, ମାତ୍ର ଏହାର ଅନୁପସ୍ଥିତି...

ଗଣପ୍ରତାରଣାର ଖେଳ

ଡ. ସୁବାସ ଚନ୍ଦ୍ର ପାତ୍ର ୨୦୧୯ର ନିର୍ବାଚନ ତା’ ବାଟରେ ଚାଲିଗଲା, ହେଲେ ଛାଡ଼ି ଦେଇଗଲା ଅନେକ ଅସମାହିତ ପ୍ରଶ୍ନ। ନିର୍ବାଚନ ଏକ ପରୀକ୍ଷା ପରି,...

ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ବିଚାର

ସିଞ୍ଜୋ ଆବେ ଜାପାନର ସବୁଠୁ ବେଶି ଦିନ ପ୍ରଧାନମନ୍ତ୍ରୀ ରହିଥିବା ସିଞ୍ଜୋ ଆବେଙ୍କୁ ୮ ଜୁଲାଇ ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପୂର୍ବର...

ଏଇ ଭାରତରେ

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ...

ଶିଶୁ ହସିଲେ ଦେଶ ହସିବ

ଡ. ସମୀର କୁମାର ନନ୍ଦ   ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ।...

Advertisement
Archives

Model This Week