ଏଇ ଭାରତରେ

ପଶ୍ଚିମବଙ୍ଗର ଜଣେ ଝିଅ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା କରି ଗରିବ ମହିଳା ଓ ଶିଶୁମାନଙ୍କର ସାହାରା ପାଲଟିଛନ୍ତି। ମୁର୍ଶିଦାବାଦର କଟ୍‌ନା ଗାଁରେ ଜନ୍ମିତ କାଜି ସବ୍‌ନମ୍‌ ଅହମଦ ନାମକ ଏହି ଝିଅଙ୍କ ଜୀବନରେ ଘଟିଛି ଏଭଳି ଘଟଣା। ତାଙ୍କ ବାପା ଜଣେ ଆର୍ମି ଅଫିସର୍‌ ଥିଲେ ବି ତାଙ୍କ ବାହାଘର ମାତ୍ର ୧୬ ବର୍ଷ ବୟସରେ ହୋଇଥିଲା। ତିନୋଟି ପିଲାର ମା’ ହେବା ପରେ ଘରୋଇ ହିଂସା ସହ୍ୟ କରି ନ ପାରି ରାତିଅଧରେ ଛୋଟ ପୁଅକୁ ଧରି ଘର ଛାଡି ଚାଲିଆସିଥିଲେ। କିଛିଦିନ କୋଲକାତାର ରାସ୍ତାକଡରେ ଓ ପରେ ସିଆଲ୍‌ଦା ଷ୍ଟେଶନରେ ରହିିଥିଲେ। ଏହା ୭୦ ଦଶକ ଆରମ୍ଭର କଥା। ଏହି ସମୟରେ ସେ ଏକ କ୍ଲିନିକ୍‌ରେ ରିସେପ୍‌ଶନିଷ୍ଟ୍‌ ଭାବେ କାମ କରିଥିଲେ। ପରେ ଏକ ନାଇଟ୍‌ କଲେଜ୍‌ରୁ ଗୃହ ବିଜ୍ଞାନ ଓ ଇଣ୍ଟେରିୟର ଡିଜାଇନିଂରେ ଡିଗ୍ରୀ ହାସଲ କରି କୋଲକାତାରେ ଇଣ୍ଟେରିୟର ଷ୍ଟୁଡିଓ ଖୋଲିଥିଲେ। କିଛିଦିନ ପରେ ସେ ଦିଲ୍ଲୀ ଆସି ‘ସଲାମ ବମ୍ବେ’ ନାମକ ଏନ୍‌ଜିଓରେ ଯୋଗଦେଇ ଅବହେଳିତ ପିଲାଙ୍କ ଲାଗି ଦିଲ୍ଲୀ ରେଲ୍‌ଓ୍ବେ ଷ୍ଟେଶନରେ କାର୍ଯ୍ୟ କରୁଥିବା ସମୟରେ ଫିଲ୍ମ ନିର୍ମାତା ଜୁଗ୍‌ନୁ ରାମସ୍ବାମୀଙ୍କ ସହ ତାଙ୍କର ସାକ୍ଷାତ୍‌ ହୋଇଥିଲା। ରାମସ୍ବାମୀ ସବ୍‌ନମଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବା ପରେ ତାଙ୍କୁ ବିବାହ କରିଥିଲେ। ଏହାପରେ ସବ୍‌ନମ ରାମସ୍ବାମୀ କଟ୍‌ନା ଗାଁକୁ ଫେରି ଅବହେଳିତ ପିଲାମାନଙ୍କ ପାଇଁ ଜାଗୃତି ପବ୍ଲିକ୍‌ ସ୍କୁଲ୍‌ ଓ ପ୍ରଗତି ଶିକ୍ଷା ନିକେତନ ନାମକ ଦୁଇଟି ସ୍କୁଲ୍‌ ଖୋଲିଥିଲେ। ଏଥିରେ ଏବେ ୧୩୦୦ରୁ ଅଧିକ ପିଲା ପଢୁଛନ୍ତି। ୬୫ ବର୍ଷୀୟା ସବ୍‌ନମ ‘କଟ୍‌ନାର କନ୍ଥା’ ନାମକ ଏକ ସଂସ୍ଥା ଖୋଲି ସେଠାରେ କମ୍ବଳ ଓ ପୋଷାକ ତିଆରି କାର୍ଯ୍ୟରେ ପାଖାପାଖି ୩୦ଟି ଗାଁର ୧୪୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?