ଏଇ ଭାରତରେ

ଉତ୍ତରପ୍ରଦେଶର କୌଶାମ୍ବୀ ଜିଲାର ଶିକ୍ଷକ ଅଜୟ ସାହୁ ଏକ ଗ୍ରାମୀଣ ସ୍କୁଲ୍‌ର ପରିବେଶକୁ ବଦଳାଇ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୬-୧୭ ଶିକ୍ଷା ବର୍ଷରେ ଅଜୟ ସିରାଥୁ ତହସିଲର ସୋରାଇ ବୁଜୁର୍ଗ ଗାଁର ପ୍ରାଥମିକ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ସ୍କୁଲ୍‌ର ବିକାଶ ପାଇର୍ଁ ସେ ନିଜ ଦରମାର ୧୦ ପ୍ରତିଶତ ଓ ସେନାରେ କାର୍ଯ୍ୟରତ ତାଙ୍କ ତିନିଭାଇଙ୍କ ୧୦ ଲକ୍ଷ ଟଙ୍କାର ଅନୁଦାନ ଖଚ୍ଚର୍ର୍କରି ସ୍କୁଲ୍‌ର ଛବି ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ଅଜୟଙ୍କ ତିନି ଭାଇ ଅନିଲ,ଅରୁଣ ଓ ଅକ୍ଷୟ ଏହି ସ୍କୁଲ୍‌ରେ ଶିକ୍ଷା ଲାଭ କରିଥିଲେ। ଅଜୟଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ସ୍କୁଲ୍‌ର ଆଉ ତିନିଜଣ ସହକାରୀ ଶିକ୍ଷକ ସେମାନଙ୍କ ଦରମାରୁ ୫ ପ୍ରତିଶତ ସ୍କୁଲ୍‌ର ବିକାଶ ପାଇଁ ବ୍ୟୟ କରୁଛନ୍ତି। ଏବେ ସ୍କୁଲ୍‌ରେ ପିଲା ବସିବା ପାଇଁ ଚେୟାର ଟେବୁଲ,ସ୍ବଚ୍ଛ ପାନୀୟ ଜଳ,ଟଏଲେଟ,ଖେଳନା,ବାଦ୍ୟଯନ୍ତ୍ର, ସାଉଣ୍ଡ ସିଷ୍ଟମ୍‌,ପଢିବା ଲାଗି ପ୍ରୋଜେକ୍ଟର, କମ୍ପ୍ୟୁଟର ଓ ଲାପ୍‌ଟପ୍‌ ଉପଲବ୍ଧ ହେଉଛି। ସପ୍ତାହରେ କେବଳ ୪ଦିନ ପିଲାଙ୍କୁ ବହି ପଢ଼ାଯାଉଛି ଓ ତା’ପରେ ଅନ୍ୟଦିନ ସେହି ବିଷୟକୁ ପ୍ରୋଜେକ୍ଟର ମାଧ୍ୟମରେ ସେମାନଙ୍କୁ ଦେଖାଇ ବୁଝାଯାଉଛି। ଆସନ୍ତା ଦିନ ସ୍କୁଲ୍‌ରେ କେଉଁ ବିଷୟ ପଢ଼ାହେବ ସେ ବିଷୟରେ ପିଲାମାନଙ୍କୁ ଜଣାଇ ଦିଆଯାଏ। ସ୍କୁଲ୍‌ର ନିଜସ୍ବ ଲାଇବ୍ରେରି ମଧ୍ୟ ରହିଛି। ସ୍କୁଲ୍‌ ପରିବେଶ ବଦଳିବା ପରେ ପିଲାଙ୍କ ସଂଖ୍ୟା ଏବେ ୪୬୭ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଏବେ ବାୟୋମେଡିକାଲ ଓ୍ବେଷ୍ଟ ବା ବର୍ଜ୍ୟ ଠୁଳ ହେବାରେ ଲାଗିଛି। ଏହିକୁ ପୁନଃ ଉପଯୋଗ କରି ଇଟା ତିଆରି କରୁଛନ୍ତି ଗୁଜରାଟର ବିନିଶ ଦେଶାଇ।...

ବାସ୍ତବ ନୀତି ନାହିଁ

ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦାକରି ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଆଗତ ନିନ୍ଦା ପ୍ରସ୍ତାବର ଭୋଟିଂରୁ ଭାରତ ନିଜକୁ ଦୂରେଇ ରଖିଛି। ୟୁକ୍ରେନ୍‌ର ସାମ୍ପ୍ରତିକ ସ୍ଥିତିକୁ...

ଚାଲ କବିତା ଲେଖିବା

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ତଥାକଥିତ ସୁଖ ଓ ସମୃଦ୍ଧି ପଛରେ ଅନବରତ ଧାଉଁଥିବା ଆଧୁନିକ ମଣିଷର ଜୀବନରେ ଏକ ବିଷବୃକ୍ଷ ରୂପେ ଏବେ...

ଏଇ ଭାରତରେ

ଗାଁଗୁଡ଼ିକୁ ସ୍ମାର୍ଟ ସେବା ଓ ଇ-ବ୍ୟବସାୟ ସୁବିଧା ଯୋଗାଇ ଦେବା ଲାଗି ଦୁଇ ଛାତ୍ର ସୋଲାର ଇଲେକ୍ଟ୍ରିକ ଟ୍ରାଇସାଇକେଲ ବା ସୌର ବିଦ୍ୟୁତ୍‌ ଚାଳିତ ଟ୍ରଲି...

ବାଲ୍ୟ ବିବାହମୁକ୍ତ ଓଡ଼ିଶା କେତେ ସମ୍ଭବ

ଘାସିରାମ ପଣ୍ଡା ସୁବର୍ଣ୍ଣପୁର ଜିଲାର ରୁଗୁଡ଼ିପାଲି ରାଜ୍ୟର ପ୍ରଥମ ବାଲ୍ୟ ବିବାହମୁକ୍ତ ଗ୍ରାମ ଭାବରେ ୨୦୧୯ରେ ପ୍ରଶାସନ ଦ୍ୱାରା ସ୍ବୀକୃତି ପାଇଥିଲା। ବାଲ୍ୟ ବିବାହର ନିରାକରଣ...

ପ୍ରଯୁକ୍ତି ଓ ଗଣତନ୍ତ୍ର

ମାନୁଏଲ୍‌ ମୁନିଜ୍‌ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସପକ୍ଷବାଦୀମାନେ ୬ ଜାନୁୟାରୀ ୨୦୨୦ରେ କ୍ୟାପିଟୋଲ ଉପରେ ଆକ୍ରମଣ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର...

ପ୍ରାତଃଭ୍ରମଣ, ବ୍ୟାୟାମ ଓ ଅର୍ଥନୀତି

ଈପ୍ସିତା ମହାନ୍ତି ସାରା ଦେଶରେ ଅର୍ଥନୀତିକୁ ନେଇ ଚର୍ଚ୍ଚା ଚାଲିଛି। ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଲୋକେ ଚିନ୍ତା ପ୍ରକଟ କରୁଛନ୍ତି। ଏଭଳି ସମୟରେ ଯଦି...

ଅସମାନତାର ପାଚେରି

ନାରାୟଣ ପଣ୍ଡା ବିଶ୍ୱ ଜନସଂଖ୍ୟାରେ ଦ୍ୱିତୀୟ ଓ ଆୟତନରେ ସପ୍ତମରେ ଥିବା ଆମ ଦେଶ ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ସମାଜବାଦୀ ରାଷ୍ଟ୍ର। ଏଠାରେ କତିପୟ ଧନଶାଳୀଗୋଷ୍ଠୀ...

Advertisement
Archives

Model This Week