ଏଇ ଭାରତରେ

ଦୃଷ୍ଟିବାଧିତ ବରକନ୍ୟାଙ୍କ ବାହାଘର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିଲେ ବି ଛତିଶଗଡ଼ର କୋରିଆ ଜିଲାରେ ଜାତିବାଦକୁ ପଛକରି ଅନୁଷ୍ଠିତ ହୋଇଥିବା ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କୋରିଆ ଜିଲାର ଟୁମରିଆ ଗାଁରେ ହୋଇଛି ଏହି ବାହାଘର। ଏହି ବାହାଘରର ବର ଓ କନ୍ୟା ଉଭୟ ଦୃଷ୍ଟିବାଧିତ। ଟୁମରିଆ ଗାଁର ଦାଦୁରାମଙ୍କ ବଡ଼ଝିଅ ଗୁଞ୍ଜାଙ୍କ ସହ ସୁରଜଙ୍କର ବାହାଘର ହୋଇଛି। ଗୁଞ୍ଜା ପିଲାଦିନୁ ଦୃଷ୍ଟିବାଧିତ। ସୁରଜ ଓ ଗୁଞ୍ଜାଙ୍କ ଜାତି ଅଲଗା ଅଲଗା। ବରବେଶରେ ସୁରଜ ମଧ୍ୟପ୍ରଦେଶର ଗ୍ବାଲିୟରରୁ ଆସିଥିଲେ। ତାଙ୍କ ସହ ସାମିଲ ହୋଇଥିବା ସମସ୍ତ ବରଯାତ୍ରୀ ଥିଲେ ଦୃଷ୍ଟିବାଧିତ। ବରାତରେ ମାଧବ ଦୃଷ୍ଟିବାଧିତ ଆଶ୍ରମର ବିଦ୍ୟାର୍ଥୀମାନେ ବରଯାତ୍ରୀ ହୋଇ ଆସିଥିଲେ। ଏହି ଆଶ୍ରମରେ ସୁରଜ ସଙ୍ଗୀତ ଶିକ୍ଷା ପ୍ରଦାନ କରନ୍ତି। ଟୁମରିଆ ଗାଁ ଲୋକମାନଙ୍କ ପାଇଁ ଉକ୍ତ ବାହାଘର ବି ସ୍ବତନ୍ତ୍ର ରହିଥିଲା। ପୂରା ଗାଁ ଲୋକେ ବାହାଘର ଦେଖିବା ଲାଗି ଦାଦୁରାମଙ୍କ ଘରେ ପହଞ୍ଚତ୍ ଯାଇଥିଲେ। ଗୁଞ୍ଜା କଳାରେ ଡିଗ୍ରୀ ହାସଲ କରିଛନ୍ତି। ସୁରଜ ସଙ୍ଗୀତ କଳାରେ ଆଇଟିଆଇ କରିଛନ୍ତି। ଚିତ୍ରକୂଟର ରାମଭଦ୍ରାଚାର୍ଯ୍ୟ ବିଶ୍ୱଦ୍ୟାଳୟରେ ପଢୁଥିବା ସମୟରେ ଏହି ଦୁହିଙ୍କର ସାକ୍ଷାତ ହୋଇଥିଲା। ଏହି ବାହାଘରରେ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ କେତେକ ନେତା ବି ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଚ୍ଛତା, ସ୍ବାସ୍ଥ୍ୟରକ୍ଷା ଓ ଆମ ଶିଶୁମାନେ

ଲୋକନାଥ ପଣ୍ଡା ନିକଟରେ ରାୟଗଡ଼ ଜିଲାର ଗ୍ରାମାଞ୍ଚଳରେ କେତେକ ସରକାରୀ ବିଦ୍ୟାଳୟରେ ଚତୁର୍ଥରୁ ଦଶମ ପର୍ଯ୍ୟନ୍ତ ପଢ଼ୁଥିବା ଶିଶୁମାନଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିଲା।...

ସ୍ବତନ୍ତ୍ର କ୍ୟାଡର ଦାବି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ରାଜ୍ୟର ବିକାଶ ପାଇଁ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଫିସରଙ୍କର ସ୍ବତନ୍ତ୍ର କ୍ୟାଡର ଲାଗି...

ସା ବିଦ୍ୟା ଯା ନିଯୁକ୍ତୟେ

ସମଗ୍ର ଭାରତବର୍ଷରେ ସମ୍ପ୍ରତି ନୂତନ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ବିତର୍କ ଜାରି ରହିଥିବା ବେଳେ ଗୋଟିଏ ରୋଚକ ପ୍ରସଙ୍ଗ ମୋର ସ୍ମରଣକୁ ଆସେ। କିଛିଦିନ ତଳେ...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଆଜି ଆପଣ ଅନ୍ୟକୁ ଭୁଲ୍‌ ପରାମର୍ଶ ଦେଇ ସମାଲୋଚିତ ହୋଇପାରନ୍ତି। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ। ଆଶା...

ଏଇ ଭାରତରେ

ପାଣି ନଷ୍ଟ କଲେ ଦେବାକୁ ପଡିବ ଜରିମାନା। ଗୁଜରାଟର ଗାନ୍ଧୀନଗର ନିକଟବର୍ତ୍ତୀ ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫୦୦ ଟଙ୍କା...

ରାସ୍ତା ଭାଙ୍ଗୁଛି ରାସ୍ତାର ନିୟମ

ତୁଷାରକାନ୍ତ ସମ୍ପ୍ରତି ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ନୂଆ କମିଶନର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ଦିଗରେ ଖୁବ୍‌ ଯତ୍ନବାନ୍‌ ହେଉଛନ୍ତି। ତେବେ ନିୟମ ମାନିବାକୁ ପ୍ରସ୍ତୁତ...

ଅଜବ ମେଣ୍ଟ

ଆକାର ପଟେଲ କଂଗ୍ରେସ ଓ ଜାତୀୟତାବାଦୀ କଂଗ୍ରେସ ଦଳ (ଏନ୍‌ସିପି)କୁ ସାଙ୍ଗରେ ନେଇ ଶିବସେନା ଯଦି ସରକାର ଗଢ଼େ ତେବେ ମହାରାଷ୍ଟ୍ରରେ ଏହା ସମ୍ପୂର୍ଣ୍ଣ ଏକ...

ବାବୁଗିରିରୁ ନେତାଗିରି

ନୂଆ ପ୍ରତିଭା ବିଶେଷକରି ଅମଲାତନ୍ତ୍ରୀଙ୍କୁ ନିଜ ଆଡକୁ ନେବା ଲାଗି ଭାଜପା ପ୍ରବଳ ଚେଷ୍ଟା କରୁଥିବା ବିଷୟ ନିକଟରେ ଏକ ସ୍ତମ୍ଭରେ ପ୍ରକାଶ ପାଇଥିଲା। କିନ୍ତୁ...

Advertisement
Archives

Model This Week