ଏଇ ଭାରତରେ

ପାଞ୍ଚଶହ ବର୍ଷର ପୁରୁଣା ଅଯୋଧ୍ୟା ମାମଲାର ଏ୍ୟତିହାସିକ ରାୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିବା ପରେ ଦେଶରେ ଭାଇଚାରାର ଛବି ପଦାକୁ ଆସିଛି। ଶାନ୍ତିପୂଣ୍ଣର୍ର୍ ଭାବେ ଦୁଇ ସମ୍ପ୍ରଦାୟ ଏହାକୁ ଗ୍ରହଣ କରି ବିଶ୍ୱକୁ ଏକତାର ବାର୍ତ୍ତା ପ୍ରଦାନ କରିଥିବାବେଳେ ଜଣେ ମୁସଲମାନ ଛାତ୍ରନେତା ରାମମନ୍ଦିର ନିର୍ମାଣ ଲାଗି ଟଙ୍କା ଦାନ କରି ସର୍ବଧର୍ମ ସମନ୍ବୟର ବାର୍ତ୍ତାବହ ସାଜିଛନ୍ତି। ଆଗ୍ରାର ନ୍ୟାଶ୍‌ନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ ଅଫ୍‌ ଇଣ୍ଡିଆ(ଏନ୍‌ଏସ୍‌ୟୁଆଇ)ର ଜିଲା ସଭାପତି ବିଲାଲ ଅହମଦ ରାମଜନ୍ମଭୂମି ସ୍ଥଳୀରେ ମନ୍ଦିର ନିର୍ମାଣ ପାଇଁ ୧,୧୦୦ ଟଙ୍କା ଦାନ କରିଛନ୍ତି। ସେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ଅରୁଣ କୁମାର ଯାଦବଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏହି ରାଶିର ଚେକ୍‌ ପ୍ରଦାନ କରିଛନ୍ତି। ମନ୍ଦିର ନିର୍ମାଣରେ ତାଙ୍କ ପକ୍ଷରୁ ଯଦି ଦୁଇଟି ଇଟା ଲାଗିପାରିବ ତେବେ ସେ ବହୁତ ଖୁସି ହେବେ ବୋଲି କହିଛନ୍ତି ବିଲାଲ୍‌। ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟା ମାମଲାରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଯୁଗାନ୍ତକାରୀ, ଆଉ ଏହି ପୁରାତନ ବିବାଦକୁ ନେଇ ନେତାମାନେ ଯେଭଳି ସମାଜରେ ବିଭ୍ରାଟ ସୃଷ୍ଟି କରୁଥିଲେ ତା’ର ଶେଷ ହୋଇଯାଇଛି ବୋଲି ସେ ଖୁସି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଆସାମର ଏକ ମୁସଲମାନ ଗୋଷ୍ଠୀ ୫ ହଜାର ଟଙ୍କା ରାମମନ୍ଦିର ନିର୍ମାଣ ପାଇଁ ଦାନ କରିବେ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଡ଼ି ଖୋଲିଲା

କର୍ନାଟକ ହାଇକୋର୍ଟ ୧୫ ମାର୍ଚ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, ହିଜାବ ଇସ୍‌ଲାମ ଧର୍ମର ପ୍ରମୁଖ ଅଂଶ ନୁହେଁ। ଏଥିସହିତ କଲେଜରେ ହିଜାବ...

ଯାନବାହନର ଯନ୍ତ୍ରଣା

ପ୍ରତ୍ୟେକ ମୋଟରଯାନ ଯାହା ଦୁଇ, ତିନି, ଚାରି ବା ଅଧିକ ସଂଖ୍ୟକ ଚକବିଶିଷ୍ଟ ହୋଇଥାଉନା କାହିଁକି ତା’ର ଗୋଟିଏ ଚେସିସ୍‌ ନମ୍ବର ଥାଏ। ପୁନଶ୍ଚ ଗୋଟିଏ...

ବହୁ-ଗ୍ରହୀୟ ଜୀବନ

ଆକାର ପଟେଲ ବିବର୍ତ୍ତନୀୟ ମାନଦଣ୍ଡରେ ଆମେ ଯଦି ଜୀବନକୁ ଦେଖିବା, ତେବେ ତା’ର ମୁଖ୍ୟ ମାଇଲ୍‌ଷ୍ଟୋନ୍‌ଗୁଡ଼ିକ କ’ଣ ହେବ? ପ୍ରଥମେ ଆସିବ ପ୍ରାୟ ୩୫୦ କୋଟି...

ଏଇ ଭାରତରେ

ବାଉଁଶରେ ତିଆରି ଟିଫିନ୍‌ ବକ୍ସ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମଣିପୁରର ଜିଙ୍ଗଖାଁପଉ ତିଆରି କରୁଛନ୍ତି ଏମିତିକା ଟିିଫିନ ବକ୍ସ। ଶୁଖିଲା ଓ...

ଆଶା ଓ ଆକାଂକ୍ଷାର ବିଜୟ

ରବି ଶଙ୍କର ପ୍ରସାଦ ୧୫ବର୍ଷ ପରେ ମଧ୍ୟ ବିହାରର ମତଦାତାମାନେ ପୁଣି ଏନ୍‌ଡିଏ ସରକାର ଉପରେ ନିଜର ଆସ୍ଥା ବ୍ୟକ୍ତ କରିଛନ୍ତି। ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ନେଇ...

ଭାରତୀୟ କାଳଗଣନା ବିଜ୍ଞାନସମ୍ମତ

ଡ. ସନ୍ତୋଷ କୁମାର ମହାପାତ୍ର ୨ ଏପ୍ରିଲ ଚୈତ୍ର ଶୁକ୍ଳ ପ୍ରତିପଦା। ଯୁଗାବ୍ଦ ୫୧୨୪, ବିକ୍ରମ ସମ୍ବତ ୨୦୭୯। ଇଂରେଜମାନେ ଭାରତ ଆସିବା ପୂର୍ବରୁ ଏହି...

ମଦବିରୋଧୀ ଆନ୍ଦୋଳନ ତେଜିବା ଦରକାର

ରଘୁନାଥ ମହାପାତ୍ର ଏକ ନିଶାମୁକ୍ତ ସମାଜ ଓ ରାଷ୍ଟ୍ର ଗଠନ ପାଇଁ ସରକାରୀ ଓ ବେସରକାରୀ ସ୍ତରରୁ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।...

ଇଏ ବି ଏକ ମନର କଥା

ଗତ କେଇ ବର୍ଷ ହେଲା ମାସର ଶେଷ ରବିବାରରେ ଆକାଶବାଣୀରେ ପ୍ରସାରିତ ହେଉଥିବା ଆମ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କୀ ବାତ୍‌’ ବା ‘ମନର କଥା’କୁ ମନଯୋଗ...

Advertisement
Archives

Model This Week