ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋର ସହରରେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଦର୍ଶନ ସାଜିଛି ଏକ ହିନ୍ଦୁ ପରିବାର। ଏଠାରେ ଥିବା ଏକ ଦରଘାର ସବୁ ଦାୟିତ୍ୱ ଏହି ପରିବାର ବୁଝି ଆସୁଛନ୍ତି। ନନ୍ଦଲାଲପୁରା ଛକ ନିକଟ ହଜରତ ଦୁଲ୍ଲା ସୟଦ ସରକାରଙ୍କ ଦର୍‌ଘାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ୧୫x୨୫ ବର୍ଗଫୁଟ ଜମିରେ ଶୋଭା ପାଉଥିବା ଏହି ଦରଘାର ଦେଖାରଖା କରୁଛନ୍ତି ଏକ ହିନ୍ଦୁ ରାଜପୁତ ପରିବାର। ପ୍ରାୟ ୭ ଶହ ବର୍ଷ ହେବ ସେମାନେ ଦରଘାର ସବୁ ଦାୟିତ୍ୱ ସମ୍ଭାଳୁଛନ୍ତି। ଏହି ପରିବାରର ୧୨ତମ ପିଢିର ସେବକ ସଞ୍ଜୟ ବଡଗୁଜର କୁହନ୍ତି,ତାଙ୍କ ବାପା ସକାଳ ୩ଟାରୁ ଉଠି ଦରଘାର ଚାଦର ବଦଳାଇବା ପରେ ଦରଘା ପରିବେଶକୁ ଭଲ ଭାବେ ସଫା କରି ଅନ୍ୟ କାର୍ଯ୍ୟରେ ଲାଗିଯାନ୍ତି। ତାଙ୍କ ପରିବାର ମଧ୍ୟ ତାଜିଆ ଶୋଭାଯାତ୍ରା ଆୟୋଜନ କରିଥାନ୍ତି। ଏମିତିକି ଗାଟିଏ ସମୟରେ ତାଙ୍କ ପରିବାର ପକ୍ଷରୁ ସବୁଠାରୁ ବଡ଼ ତାଜିଆ ବାହାର କରାଯାଉଥିଲା। ଏଥିଲାଗି ବି ତାଙ୍କ ପରିବାରକୁ ହୋଲ୍‌କର ରାଜବଂଶ କାଳରେ ସମ୍ମାନିତ କରାଯାଇଥିଲା। ଏହି ଦରଘାରେ ପ୍ରତି ବର୍ଷ ଆୟୋଜିତ ହେଉଥିବା ଉର୍ସରେ ସବୁ ଧର୍ମର ଲୋକ ସାମିଲ ହୁଅନ୍ତି। ଏଠାରେ ହିନ୍ଦୁରାଜାଙ୍କ ମନସ୍କାମନା ପୂରଣ କରିବା ପାଇଁ ଆୟୋଜିତ ତାଜିଆ ମୁସଲମାନମାନେ କରିଥାନ୍ତି। ମହରମରେ ବି ସବୁ ଧର୍ମର ଲୋକମାନେ ଭାଗ ନେଇଥାନ୍ତି। କେବଳ ଏତିକି ନୁହେଁ ଏହି ସହରରେ ରହୁଥିବା ବିହାର ଓ ଉତ୍ତରପ୍ରଦେଶର ଲୋକମାନଙ୍କ ପାଇଁ ଛଟ୍‌ ପର୍ବରେ ଛଟ୍‌ ଘାଟକୁ ମୁସଲମାନମାନେ ସଫା କରି ଭାଇଚାରାର ପରିଚୟ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri