ଏଇ ଭାରତରେ

ସ୍କୁଲ୍‌ ଫି ଦେଇ ନ ପାରି ପଢା ଛାଡି ନିଜ ଗୋଡରେ ଛିଡା ହୋଇ କୋଲକାତାର ବିଶ୍ୱନାଥ ନାରୁ ଅଭାବୀ ପିଲାମାନଙ୍କ ପାଇଁ ସ୍କୁଲ୍‌ ଗଢିଛନ୍ତି। ଦୈନନ୍ଦିନ କାର୍ଯ୍ୟରୁ ସମୟ ବାହାର କରି ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ୪୦ ବର୍ଷ ହେବ ସେ ଏହି ସେବାରେ ଲାଗିଛନ୍ତି। ମାତ୍ର ୬ ମାସର ହୋଇଥିବାବେଳେ ବିଶ୍ୱନାଥଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ମା’ ଅନ୍ୟମାନଙ୍କ ଘରେ କାମ କରି ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ଲାଳନପାଳନ କରିଥିଲେ। ବହୁ କଷ୍ଟରେ ବିଶ୍ୱନାଥ ଓ ତାଙ୍କ ଭଉଣୀ ୧୦ମ ଯାଏ ପଢିପାରିଥିଲେ। ସ୍କୁଲ୍‌ ଫି ନ ଦେଇପାରିବାରୁ ତାଙ୍କ ପଢା ବନ୍ଦ ହୋଇଗଲା। ବିଶ୍ୱନାଥ ପ୍ରଥମେ ଏକ ମାଛ ଦେକାନରେ କାମ କରୁଥିଲେ ଓ ପରେ ନିଜେ କୋଲକାତାର ଦମ୍‌ଦମ୍‌ ପାର୍କ ବଜାରରେ ଦୋକାନ କରି ମାଛ ବିକ୍ରି କଲେ। ମାଛରୁ ଯାହା ଆୟ ହୁଏ ସେଥିରେ ପରିବାର ଚଳାଇବା ସହ ଛୋଟ ପିଲାମାନଙ୍କ ପାଇଁ ନନ୍ଦିପୁରରେ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ଆରମ୍ଭ କରିଥିଲେ। ଏହି ସ୍କୁଲ୍‌ରେ ଏବେ ରିକ୍ସାଚାଳକ, ଦିନମଜୁରିଆ ଓ ଅନ୍ୟମାନଙ୍କ ଘରେ କାମ କରୁଥିବା ଲୋକଙ୍କ ପିଲାମାନଙ୍କୁ ହିଁ ପଢାଉଛନ୍ତି। ବିଶ୍ୱନାଥ ପିଲାମାନଙ୍କୁ ନିଜସ୍ବ ରୋଜଗାରରେ ବହି କିଣି ଯୋଗାଉଛନ୍ତି। ୬୬ ବର୍ଷୀୟ ବିଶ୍ୱନାଥ ୧୦ଟା ଭିତରେ ମାଛ ବିକ୍ରି ସାରିଦେଇ ସ୍କୁଲରେ ଠିକ୍‌ ସମୟରେ ପହଞ୍ଚିଯାନ୍ତି । ପିଲାମାନଙ୍କୁ ସେ ଗଣିତ ଓ ବିଜ୍ଞାନ ପଢାନ୍ତି। ଏହାପରେ ବଳକା ସମୟ ସେ ପିଲାମାନଙ୍କ ସହ ଖେଳନ୍ତି କିମ୍ବା ଏକ୍ସଟ୍ରା କ୍ଲାସ୍‌ ମଧ୍ୟ ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଦ୍ରୀକରଣ ଓ ଭିତ୍ତିଭୂମି ବିକାଶ

ଡ. ଅସୀମା ସାହୁ ଚଳିତବର୍ଷ ଅଗଷ୍ଟ ୨୩ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ମୁଦ୍ରୀକରଣ ପାଇପଲାଇନ (ଏନ୍‌ଏମ୍‌ପି) ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏନ୍‌ଏମ୍‌ପି ଅଧୀନରେ ଆଗାମୀ...

ତିନି ତୁଣ୍ଡରେ ଛେଳି କୁକୁର

ଅକ୍ଷୟ କୁମାର ମିଶ୍ର   ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଆମ ଦେଶ ଭାରତ ବିଶ୍ୱ ଦରବାରରେ ସୁଖ୍ୟାତି ଅର୍ଜନ କରିଛି ବୋଲି ସବୁଠି ପ୍ରଚାର...

ଗୋଲାପି ପର୍ଦ୍ଦା

ଭାରତବର୍ଷରେ ଚାହିଦାଠାରୁ ଅଧିକ ରାଜନୈତିକ ଦଳ ଗଢ଼ିଉଠୁଛନ୍ତି ବୋଲି ଅନେକ ଦିନରୁ ଶୁଣୁଛୁ। ଏବେ ସେହି ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନାହିଁ। ଅନ୍ୟପଟେ ସାଧାରଣ...

ଏଇ ଭାରତରେ

ନିଜ ଜୀବନର ଅନୁଭବ ବହୁ ସମୟରେ ଅନ୍ୟମାନଙ୍କ ସେବା ଲାଗି ପ୍ରେରଣା ଯୋଗାଇଥାଏ, ଯାହା ଘଟିଛି କର୍ନାଟକର ମଞ୍ଜୁଳାଙ୍କ କ୍ଷେତ୍ରରେ। ୧୬ ବର୍ଷ ବୟସରେ ଅନିଚ୍ଛା...

ମାତା ମାତାଲ

ପୁଡୁଚେରୀର କରାଇକାଲ୍‌ରେ ୧୩ ବର୍ଷର ଅଷ୍ଟମ ଶ୍ରେଣୀ ଛାତ୍ର ଆର୍‌. ବାଲାମଣିକନ୍ଦନଙ୍କୁ ତାଙ୍କ ସହପାଠିନୀଙ୍କ ମାଆ ବିଷ ଦେଇ ମାରିଦେଇଥିବା ବିଷୟ ଏବେ ପଦାକୁ ଆସିଛି।...

ସତତ ବିକାଶ ଲକ୍ଷ୍ୟ ୫.୩

ଘାସିରାମ ପଣ୍ଡା ସମଗ୍ର ବିଶ୍ୱରେ ବାଲ୍ୟବିବାହର ସ୍ଥିତିରେ ପରିବର୍ତ୍ତନ ଆସିଛି। ୧୦ ବର୍ଷ ପୂର୍ବେ ପ୍ରତି ୪ଜଣରେ ଜଣେ ଝିଅ ବାଲ୍ୟବିବାହର ଶିକାର ହେଉଥିବା ବେଳେ...

ଭିଡ଼ହିଂସାର ଭିତିରି କଥା

ଆକାର ପଟେଲ   ନ୍ୟୁଜ୍‌ କହିଲେ ସାମ୍ପ୍ରତିକ ଘଟଣା କିମ୍ବା ଏବକାର ପରିବର୍ତ୍ତିତ ସ୍ଥିତି ସମ୍ପର୍କିତ ତଥ୍ୟକୁ ବୁଝାଏ। ଏବେ କିନ୍ତୁ ଏଥିରେ କିଛି ଅଭାବ...

ଏଇ ଭାରତରେ

ଚୋରି କରିବା ଏକ ନିନ୍ଦନୀୟ କାର୍ଯ୍ୟ। ଚୋରି କରୁଥିବା ପୁରୁଷକୁ ବିବାହ ପାଇଁ କେହି ଝିଅ ଦେବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଛତିଶଗଡ଼ର କେତେକ...

Advertisement
Archives

Model This Week