ଏଇ ଭାରତରେ

ଏସିଆର ସବୁଠୁ ବଡ଼ ରେଡ୍‌ଲାଇଟ ଅଞ୍ଚଳ କୋଲକାତାର ସୋନାଗାଚ୍ଛିରେ ଏଥର ଦୁର୍ଗାପୂଜା ଅଭିନବ ଉପାୟରେ ପାଳନ କରାଯାଉଛି। ସେଠାେରେ ରହୁଥିବା ଦେହଜୀବୀମାନେ ‘ଦୁର୍ବାର ମହିଳା ସମନ୍ବୟ ସମିତି’ ତତ୍ତ୍ୱାବଧାନରେ ମସ୍‌ଜିଦ ବାଡ଼ିରେ ଦୁର୍ଗାପୂଜା ପାଳନ କରୁଛନ୍ତି। ଦୁର୍ଗାପୂଜା ସହ ସେମାନେ ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ପୂଜା କମିଟିରେ ୨୫ ଜଣ ରହିଛନ୍ତି। ପୂଜା ସହ ୭୦୦୦ ଦେହଜୀବୀ ସାମିଲ ହୋଇ ବିଶ୍ୱତାପନ ବୃଦ୍ଧି ଭଳି ଗମ୍ଭୀର ସମସ୍ୟା ଉପରେ ସଚେତନତାର ବାର୍ତ୍ତା ଦେଇଛନ୍ତି। ‘ବିଶ୍ୱତାପନ କମ୍‌ କର, ପୃଥିବୀ ବଞ୍ଚାଅ’ ବୋଲି ପୂଜାରେ ସେମାନେ ସ୍ଲୋଗାନ ରଖିଛନ୍ତି। ମା’ ଦୁର୍ଗାଙ୍କ ଦଶଭୁଜରେ ଏଥର ଶୋଭାପାଉଛି ପରିବେଶ ସଂରକ୍ଷଣ ସମ୍ବନ୍ଧିତ ଲିଖିତ ବୋର୍ଡ। ପାଣି ଅପବ୍ୟବହାର ରୋକିବା, ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା, ଗଛ କଟା ବନ୍ଦ କରିବା, ପେଟ୍ରୋଲ-ଡିଜେଲ ଗାଡ଼ି ବଦଳରେ ବିଦ୍ୟୁତ୍‌ଚାଳିତ ଯାନ ଚଲାଇବା ଆଦି ସନ୍ଦେଶ ଲେଖାଯାଇଥିବା କାର୍ଡ ମା’୧୦ ଭୁଜରେ ଧାରଣ କରିଛନ୍ତି। ଏହି ମଣ୍ଡପରେ ମା’ ଦୁର୍ଗାଙ୍କ ପାଖରେ ମହିଷାସୁରକୁ ପରିବେଶ ବିଧ୍ୱଂସକ ଭାବେ ଚିତ୍ରଣ କରାଯାଇଛି। ସେହି ବିଧ୍ୱଂସକକୁ ମା’ ସଂହାର କରିଛନ୍ତି। ପୂଜାମଣ୍ଡପରେ ବିଭିନ୍ନ ଚିତ୍ର ମାଧ୍ୟମରେ ପରିବେଶ ସୁରକ୍ଷା ସମ୍ପର୍କିତ ସନ୍ଦେଶମାନ ବି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri