ଏଇ ଭାରତରେ

ଦରଖାସ୍ତ ଭଲ ଭାବେ ନ ପଢ଼ି ତାକୁ ମଞ୍ଜୁର କରିଦେଲେ କେତେ ଯେ ହଟହଟା ହେବାକୁ ହୁଏ ତା’ର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ନିଜର ଦେହାନ୍ତ ହୋଇଥିବା ବିଷୟ ଦରଖାସ୍ତରେ ଲେଖି ପ୍ରିନି୍ସପାଲଙ୍କୁ ଆବେଦନ କରିଥିଲେ। ପ୍ରିନ୍ସିପାଲ ମଧ୍ୟ ଉକ୍ତ ଦରଖାସ୍ତକୁ ଭଲଭାବେ ନ ପଢ଼ି ତାକୁ ମଞ୍ଜୁର କରିଦେଇଥିଲେ। ଏଥିପାଇଁ ପ୍ରିନି୍ସପାଲଙ୍କୁ ହଟହଟା ହେବାକୁ ପଡିଛି। ଏଭଳି ଏକ ଦରଖାସ୍ତ ମଞ୍ଜୁର କରିବା ଘଟଣା ଯେତିକି ବିସ୍ମୟ ସୃଷ୍ଟିକରିଛି ସେତିକି ହାସ୍ୟରୋଳର ଖୋରାକ ଯୋଗାଇଛି। ଉତ୍ତରପ୍ରଦେଶରେ ଏହି ଛାତ୍ରଙ୍କର କାରନାମା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି। କାନପୁରର ଏକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ନିଜର ମୃତ୍ୟୁ ହୋଇଥିବା ଦର୍ଶାଇ ପ୍ରିନି୍ସପାଲଙ୍କୁ ଅଧାଦିନ ଛୁଟି ନେବାକୁ ଅନୁମତି ଲୋଡ଼ିଥିଲେ। ଅଗଷ୍ଟ ୨୦ ପୂର୍ବାହ୍ଣ ୧୦ଟାରେ ଛାତ୍ରଙ୍କର ଦେହାନ୍ତ ହୋଇଥିବା ଦରଖାସ୍ତରେ ଦର୍ଶାଯାଇଛି। ବ୍ୟସ୍ତରେ ଥିବା ପ୍ରିନ୍ସିପାଲ ଦରଖାସ୍ତ ଭଲଭାବେ ନ ପଢ଼ି ଏଥିରେ ଲାଲ୍‌ ପେନ୍‌ରେ ଦସ୍ତଖତ କରି ମଞ୍ଜୁର ମଧ୍ୟ କରିଛନ୍ତି। ତେବେ ଏ ସମ୍ପର୍କରେ ଛାତ୍ର ଜଣକ କୌତୂହଳର ସହ ନିଜ ସାଙ୍ଗମାନଙ୍କୁ ଜଣାଇଥିଲେ। ଧୀରେ ଧୀରେ ଏହି ବିଷୟ ଶିକ୍ଷକମାନେ ମଧ୍ୟ ଜାଣିବାକୁ ପାଇଲେ। ଏବେ ସେଇ ଛାତ୍ରକୁ ଡକାଯାଇ ଏ ସମ୍ପର୍କରେ ପଚରାଉଚରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri