Posted inଜାତୀୟ

ଉଭୟ ପକ୍ଷ ସତ ଲୁଚାଉଛନ୍ତି

ନୂଆଦିଲ୍ଲୀ/ବେଜିଂ,୧୭ା୬: ଗଲଓ୍ବାନ ଉପତ୍ୟକାରେ ସୋମବାର ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ୍ୟ ମୃତାହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନା ପକ୍ଷରୁ ୨୦ ଯବାନ ଶହୀଦ ହୋଇଥିବା ସ୍ପଷ୍ଟ କରାଯାଇଛି। ପ୍ରଥମେ ସେନା ପକ୍ଷରୁ ଜଣେ ଅଧିକାରୀଙ୍କୁ ମିଶାଇ ୩ ସେନାକର୍ମୀ ନିହତ ହୋଇଥିବା ଦର୍ଶାଯାଇଥିଲା। ପରେ ଆହତ ଥିବା ୧୭ ସେନା ଶହୀଦ ହୋଇଥିବା କୁହାଯାଇଛି। ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ପାଟ୍ରୋଲିଂ ଲାଇନ୍‌ ୧୪ରେ କେଉଁ ପରିସ୍ଥିତିରେ କେଉଁ କାରଣରୁ ସଂଘର୍ଷ ଘଟିଲା ଏବଂ ଉଭୟ ପକ୍ଷର ସୈନ୍ୟ ଟେକାମାଡ଼ରେ ପ୍ରାଣ ହରାଇଛନ୍ତି ନା ଗୁଳିମାଡ଼ରେ ସେମାନଙ୍କ ଜୀବନ ଯାଇଛି ତାହା ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିବାବେଳେ ବିଧିବଦ୍ଧ ଭାବେ କିଛି ସ୍ପଷ୍ଟ କରାଯାଇ ନାହିଁ।
ଗଲଓ୍ବାନ ଉପତ୍ୟକାରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ ଚାଲିଥିବାବେଳେ ଚାଇନା ପକ୍ଷରୁ ପ୍ରଥମେ ଆକ୍ରମଣ କରାଯାଇଥିବା ଭାରତୀୟ ସେନା କହିଛି। ଅନ୍ୟପକ୍ଷରେ ଭାରତ ଉପରେ ଚାଇନା ଦୋଷ ଲଦିଛି। ଭାରତୀୟ ଯବାନମାନେ ପ୍ରଥମେ ସୀମା ଉଲ୍ଲଂଘନ କରି ଚାଇନା ପଟକୁ ଅନୁପ୍ରବେଶ କରିଥିଲେ। ଏଥିଯୋଗୁ ଏହି ସଂଘର୍ଷ ଘଟିଛି ବୋଲି ଚାଇନା କହିଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ଯବାନ ମୃତାହତ ହେବା ନେଇ ଜାଣିନାହିଁ ବୋଲି କହୁଛି। ସେହିପରି ପିଏଲ୍‌ଏର ସୈନ୍ୟ ମୃତାହତ ହେବା ନେଇ ମଧ୍ୟ ମୁହଁ ଖୋଲୁନାହିଁ। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ-ଚାଇନା ସୀମା ବିବାଦରେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେତେବେଳେ ଭାରତ ଏହି ପ୍ରସ୍ତାବକୁ ଗୁରୁତ୍ୱ ଦେଇ ନ ଥିବାବେଳେ ଚାଇନା ପ୍ରତ୍ୟାଖ୍ୟାନ କରିଥିଲା। ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ଥିବା ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ତେବେ ଉଭୟ ପକ୍ଷ ତଥ୍ୟ ଲୁଚାଉଥିବା ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି। କାରଣ ମଙ୍ଗଳବାର ପ୍ରଥମେ ଚାଇନାର ୫ ସୈନ୍ୟ ନିହତ ଓ ୧୧ ଆହତ ହୋଇଥିବା ନେଇ ସେଠାକାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍ସ ପକ୍ଷରୁ ଟୁଇଟ୍‌ କରାଯାଇଥିବା ରିପୋର୍ଟ ଆସିଥିଲା। ପରେ ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ପରିଚାଳିତ ଏହି ଖବରକାଗଜର ଏଡିଟର-ଇନ୍‌-ଚିଫ୍‌ ହୁ ଜିନିନ୍‌ ଏକ ଟୁଇଟ୍‌ କରି କହିଲେ, ଗଲଓ୍ବ୍‌ାନ ଘାଟିରେ ସଂଘର୍ଷ ହୋଇଥିବା ନେଇ ସେ ପ୍ରକାଶ କରିଥିଲେ। ତେବେ ଏଥିରେ ଚାଇନାର ସୈନ୍ୟ ମୃତାହତ ହୋଇଥିବା ନେଇ ସେ କିଛି ସୂଚନା ଦେଇନାହାନ୍ତି। ଇତିମଧ୍ୟରେ ଚାଇନା ଗଣମାଧ୍ୟମରେ ଆଉ ଏକ ରିପୋର୍ଟ ଆସିଛି। ସେଥିରେ ବହିର୍ବ୍ୟାପାର ମନ୍ତ୍ରୀ ୟାଙ୍ଗ୍‌ ୟି ଭାରତକୁ ଚେତାବନୀ ଦେଇଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ୟାଙ୍ଗ୍‌ ୟି କହିଛନ୍ତି, ଭାରତ ସୀମା ଅତିକ୍ରମ କିମ୍ବା କୌଣସି ଏକତରଫା କାର୍ଯ୍ୟ କଲେ ସୀମା ସ୍ଥିତି ଅଧିକ ଜଟିଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶ ଗରିବଙ୍କ ପାଇଁ ଉପହାର ଘୋଷଣା କଲେ ମୋଦି

ଲକ୍ଷ୍ନୌ, ୨୦।୧: ଉତ୍ତରପ୍ରଦେଶର ଗ୍ରାମୀଣ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉପହାର ଘୋଷଣା କରିଛନ୍ତି। ରାଜ୍ୟର ୬ ଲକ୍ଷ ୧୦ ହଜାର ହିତାଧିକାରୀଙ୍କୁ...

ପିଲାଙ୍କୁ ଚକୋଲେଟ୍‌ ଲୋଭ ଦେଖାଇ ନଦୀ ପାର ହେଉଛି ଗ୍ୟାସ ସିଲିଣ୍ଡର

କଟିହାର, ୨୯।୭: ସାଧାରଣ ଚକୋଲେଟ ପାଇଁ କେତେବଡ଼ ମୂଲ୍ୟବାନ ଜୀବନ ଦେବାକୁ ପଡ଼ିଯାରେ, ଯାହାର ଏକ ଜ୍ୱଳନ୍ତ ଉଦାହରଣ ବିହାରର କଟିହାର ଜିଲାରୁ ସାମ୍ନାକୁ ଆସିଛି।...

୨୮ ମାର୍ଚ୍ଚରେ ଶପଥ ନେବେ ଗୋଆ ମୁଖ୍ୟମନ୍ତ୍ରୀ, ଯୋଗଦେବେ ମୋଦି

ପଣଜୀ,୨୨ ।୩: ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ପ୍ରମୋଦ ସାୱନ୍ତ ମାର୍ଚ୍ଚ ୨୮ରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କ ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ...

ତଦନ୍ତ ପାଇଁ ସିବିଆଇକୁ ନେବାକୁ ପଡ଼ିବ ଅନୁମତି

ନୂଆଦିଲ୍ଲୀ,୪।୩: ମେଘାଳୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ ତଦନ୍ତ କରିପାରିବ ନାହିଁ। ମେଘାଳୟ ସରକାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ଦିଆଯାଇଥିବା ସହମତି ଅନୁମତିକୁ...

ଦିନକୁ ୩୨୮ ଜଣ ଛାଡୁଛନ୍ତି ଭାରତୀୟ ନାଗରିକତ୍ୱ

ନୂଆଦିଲ୍ଲୀ,୩୦ା୧୧: ଗତ ୫ ବର୍ଷରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରିଛନ୍ତି। ଏ ନେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ...

ଆଇନ ଡିଗ୍ରୀ ଧାରୀଙ୍କୁ ମିଳିଲା ଆଇନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୭।୭: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣରେ କ୍ୟାବିନେଟ ପାହ୍ୟା ପାଇଥିବା ୬ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରେନ ରିଜୁଜି। ତାଙ୍କୁ ଆଇନ ମନ୍ତ୍ରଣାଳୟ...

ସୁଧୁରୁଛି ଦିଲ୍ଲୀ

ନୂଆଦିଲ୍ଲୀ,୨୨।୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଆସିବା ସହ ଶ୍ରମିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ଲଗାଇଥିବା ନିଷେଧାଦେଶକୁ...

ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କୁ ହଟାଇବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଗୋଗୋଇ

ନୂଆଦିଲ୍ଲୀ,୨୩।୬: ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ପୂର୍ବରୁ ଏନେଇ ଗୋଗୋଇ...

Advertisement
Archives

Model This Week