ଉପକାରୀ ଆମ୍ବପତ୍ର

ଆମ୍ବ ଏକ ସୁସ୍ବାଦୁ ଫଳ ଏହା ସମସ୍ତଙ୍କୁ ଜଣା, କିନ୍ତୁ ଆମ୍ବପତ୍ରର ଗୁଣ ବିଷୟରେ ପ୍ରାୟ ଧାରଣା କମ୍‌। ଆସନ୍ତୁ ଜାଣିବା, ଆମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ। ଆମ୍ବପତ୍ର ବିଭିନ୍ନ ପ୍ରକାର ନ୍ୟୁଟ୍ରିଏନଟ୍‌ରେ ଭରପୂର। ଏଥିରେ ଜୀବସାର ଏ, ବି, ସି ନିଆସିନ୍‌, ବେଟା କାରୋଟେନ୍‌, ଥୁଆମିନ୍‌ ରିବୋପ୍ଲାଭିନ୍‌ ପ୍ରଚୁର ପରିମାଣରେ ଅଛି, ଯାହାକି ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆମ୍ବପତ୍ରର ନିମ୍ନୋକ୍ତ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି।
ଆମ୍ବପତ୍ରକୁ ପାଣିରେ ଫୁଟାଇ ଥଣ୍ଡାକରି ରାତିରେ ଏକ ପାତ୍ରରେ ରଖନ୍ତୁ, ସକାଳୁ ମଧୁମେହ ରୋଗୀ ନିୟମିତ ଏହି ପାଣିକୁ ପିଅନ୍ତୁ। ଫଳରେ ଶରୀରରେ ଇନ୍‌ସୁଲିନ୍‌ ସ୍ତର ଠିକ୍‌ ରହିଥାଏ ଏବଂ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହେ। ଆମ୍ବପତ୍ରର ଏସ୍‌ଟ୍ରାଟ୍‌ ନିୟମିତ ଦିନକୁ ୩/୪ଥର ୩/୪ ମାସ ପାନ କଲେ ରକ୍ତଚାପ ସନ୍ତୁଳିତ ହୋଇଥାଏ।
ଏସ୍‌ଟ୍ରାଟ୍‌ ନିୟମିତ ସେବନ କଲେ ଏହା ରକ୍ତ ଧମନୀକୁ ଶକ୍ତ କରିବା ସହ ହୃଦ୍‌ଘାତ ସଙ୍କଟକୁ ହ୍ରାସ କରିଥାଏ। ଶୁଖିଲା ଆମ୍ବପତ୍ର ଗୁଣ୍ଡକୁ ରାତିରେ ଏକ ଗ୍ଲାସ୍‌ ପାଣିରେ ଭିଜାଇ ସକାଳେ ନିୟମିତ ପାନ କଲେ କିଡ୍‌ନୀ ଓ ଗଲ୍‌ବ୍ଲାଡର ପଥରୀ ବା ଷ୍ଟୋନ୍‌ ମିଳାଇ ଯାଇଥାଏ।
ଗୁଣ୍ଡକୁ ରାତିରେ ଏକ ଗ୍ଲାସ୍‌ ପାଣିରେ ଭିଜାଇ ସକାଳେ ସେହି ପାଣିକୁ ପିଇଲେ ଡିସେଣ୍ଟ୍ରି ଓ ଡାଇରିଆ ଆଦି ସମସ୍ୟାରୁ ରକ୍ଷା ମିଳିଥାଏ। ଆମ୍ବପତ୍ରର ଏସ୍‌ଟ୍ରାଟ୍‌ ସହ ମହୁ ମିଶାଇ ନିୟମିତ ଦିନକୁ ୩/୪ ଥର ପାନକଲେ କଫ, ସାଧାରଣ ଥଣ୍ଡା, ଆଜ୍‌ମା, ହୁପିଙ୍ଗ୍‌ କଫ ପରି ସମସ୍ୟାରୁ ରକ୍ଷା ମିଳିଥାଏ।
ଏସ୍‌ଟ୍ରାଟ୍‌ ଦିନକୁ ୨/୩ଥର ନିୟମିତ ପିଇଲେ ଗଳା ବସି ଯାଇଥିବା ସମସ୍ୟା ଦୂର ହୋଇଥାଏ। କାନ ବିନ୍ଧୁଥିଲେ ଆମ୍ବପତ୍ରର ଏସ୍‌ଟ୍ରାଟ୍‌କୁ ଅଳ୍ପ ଉଷୁମ କରି କାନରେ ଡ୍ରପର ସାହାଯ୍ୟରେ ପକାଇଲେ ଏବଂ କାନମୂଳରେ ଲେପ ଦେଲେ ଆରାମ ମିଳିଥାଏ।
ପୋଡ଼ି ତା’ ଧୂଆଁକୁ ଇନ୍‌ହେଲ କଲେ ହୁପିଙ୍ଗ୍‌ କଫ ସମସ୍ୟା ଦୂରହେବା ସହ ଗଳା ସଂକ୍ରମଣଜନିତ ସମସ୍ୟା ଦୂର ହୋଇଥାଏ। ଶୁଖିଲା ଆମ୍ବପତ୍ରର ମଣ୍ଡକୁ ଭାତୁଡ଼ି ଉପରେ ନିୟମିତ ଲେପଦେଲେ ଏବଂ ଖଣ୍ଡିଆ ସ୍ଥାନରେ ଲେପଦେଲେ ଏହା ଶୀଘ୍ର ଶୁଖିଯାଇଥାଏ ଏବଂ ଭାତୁଡ଼ି ସମସ୍ୟା ଦୂର ହୋଇଥାଏ।
ପୋଡ଼ି ସେହି ପାଉଁଶକୁ ପୋଡ଼ା ଘାଆରେ ଲଗାଇଲେ ଏହା ଶୀଘ୍ର ଶୁଖିଥାଏ । ଆମ୍ବପତ୍ରରେ ଅନେକ ପ୍ରକାର ଆଣ୍ଟି ଅକ୍ସିଡାଣ୍ଟ ଏବଂ ଜୀବସାର-ସି ଥିବାରୁ ଏହା ଶରୀରକୁ ଫ୍ରିରେଡିକାଲ ଜନିତ କ୍ଷୟକ୍ଷତି ସମସ୍ୟାରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ସବଳ କରିଥାଏ ।
ଯନ୍ତ୍ରଣା ହେଉଥିଲେ ଆମ୍ବପତ୍ରକୁ ପୋଡ଼ି ତା’ ପାଉଁଶରେ ଦାନ୍ତ ଘଷିଲେ ଏବଂ ଆମ୍ବପତ୍ରର ଏସ୍‌ଟ୍ରାଟ୍‌ରେ କୁଳି କଲେ ଦାନ୍ତର ସମସ୍ୟା ଦୂର ହୋଇଥାଏ। ଜ୍ୱର ହୋଇଥିଲେ ଆମ୍ବପତ୍ରର ଏସ୍‌ଟ୍ରାଟ୍‌କୁ ପିଇଲେ ଶରୀରର ତାପମାତ୍ର କମ୍‌ ହୋଇଥାଏ।
ଏସିଡ୍‌ ସମସ୍ୟା ଥିଲେ, କଅଁଳିଆ ଆମ୍ବପତ୍ରକୁ ରାତିରେ ପାଣିରେ ଫୁଟାଇ ରଖନ୍ତୁ। ସକାଳେ ପତ୍ରକୁ ଛାଣି ସେହି ପାଣିରେ ମହୁ ମିଶାଇ ଦିନକୁ ଦୁଇଥର ପିଅନ୍ତୁ। କିଛି ଆମ୍ବପତ୍ରକୁ ୩/୪ ଲିଟର ପାଣିରେ ଫୁଟାନ୍ତୁ। ତାହା ଅଧା ହୋଇଗଲେ ଥଣ୍ଡାକରି ଗାଧୁଆପାଣିରେ ମିଶାଇ ଗାଧାନ୍ତୁ, ଏଥିରେ ଥକାପଣ ଦୂରହେବା ସହ ଶରୀରକୁ ଆରାମ ଲାଗିଥାଏ।

ପୀତାମ୍ବର କର
-ମୁକୁନ୍ଦ ମିଶ୍ର ନଗର, ଗୋପୀନାଥପୁର, ପୁରୀ, ମୋ : ୯୪୩୭୨୦୪୦୯୯


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri