ଉଦ୍‌ଘାଟନର ୫ ମାସ ପରେ ଅଲୋଡ଼ା:ଅରିଲ: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତାଲା

ବାରଙ୍ଗ,୨୯ା୬(ଡି.ଏନ୍‌.ଏ.): ରାମଦାସପୁର ଅରିଲଠାରେ ଚଳିତବର୍ଷ ପ୍ରଥମକରି ଆରମ୍ଭ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ଉଦ୍‌ଘାଟନକୁ ୫ମାସ ବିତିଯାଇଥିଲେ ମଧ୍ୟ ଖୋଲି ପାରିନାହିଁ। ଫଳରେ ପିଲାମାନେ ଏହି ବିଦ୍ୟାଳୟରେ ନାମ ଲେଖାଇ ନିକଟସ୍ଥ ଗୋଡିସାହି ବିଦ୍ୟାଳୟରେ ପାଠ ପଢୁଛନ୍ତି।
ପ୍ରକାଶ ଯେ, ଅରିଲଠାରେ ୩ଏକର ୪୨ଡିସିମିଲ ପରିମିତ ଜାଗାରେ ଟାଟା କମ୍ପାନୀ ଦ୍ୱାରା ୧୨କୋଟି ୬୪ଲକ୍ଷ ଟଙ୍କା ବ୍ୟୟବରାଦରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କରାଯାଇଛି। ଏହି ବିଦ୍ୟାଳୟ ଦ୍ୱାରା ବାରଙ୍ଗ ବ୍ଲକର ୩୧ ଓ ୩୩ନଂ. ଜିଲାପରିଷଦ ଜୋନ ଅଧୀନରେ ଥିବା ୧୬ ପଞ୍ଚାୟତବାସୀ ଉପକୃତ ହୋଇପାରିବେ। ୨୮ଜାନୁୟାରୀ ୨୦୧୯ରେ ଏହାକୁ ପୂର୍ବତନ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। କିନ୍ତୁ ଅଦ୍ୟାବଧି ଏହି ନବନିର୍ମାଣ ଗୃହକୁ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇ ନ ଥିବା ଜଣାପଡିଛି। ନବନିର୍ମାଣ ଏହି ଶ୍ରେଣୀଗୃହକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାବେଳେ ରାସ୍ତା, ଖେଳପଡିଆ ଓ ଆନୁଶଙ୍ଗିକ ବ୍ୟବସ୍ଥା ବାକି ରହିଛି। ଚଳିତବର୍ଷ ଏହି ଆଦର୍ଶ ବିଦ୍ୟାଳୟରେ ପ୍ରଥମକରି ପାଠପଢା ଆରମ୍ଭ ହେଉଥିବାବେଳେ ୮୩ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ସେଥିମଧ୍ୟରେ ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କ ସ୍ବୀକୃତିରେ ୨ ଛାତ୍ର ନାମ ଲେଖାଇଛନ୍ତି। ୨୯ଜଣ ଛାତ୍ର ହୋଇଥିବାବେଳେ ଛାତ୍ରୀ ସଂଖ୍ୟା ୫୪ଜଣ ରହିଛି। ଉଦ୍‌ଘାଟନ ହେବାର ୫ ମାସ ବତିଯାଇଥିଲେ ମଧ୍ୟ ୮୩ଜଣ ଛାତ୍ରୀଛାତ୍ର ନିକଟସ୍ଥ ଗୋଡିସାହି ବିଦ୍ୟାଳୟରେ ପାଠ ପଢୁଛନ୍ତି। ସିବିଏସଇ ଢାଞ୍ଚାରେ ପାଠ ପଢାଇବା ପାଇଁ ଯୋଗ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅଦ୍ୟାବଧି ନିଯୁକ୍ତି ଦିଆଯାଇନାହିଁ। ଫଳରେ ଡେପୁଟେଶନରେ ୪ଜଣ ଶିକ୍ଷକଙ୍କୁ ଏହି ବିଭାଗ ପକ୍ଷରୁ ପିଲାମାନଙ୍କୁ ପଢାଇବା ପାଇଁ ନିର୍ଦ୍ଦେଶ ରହିଛି ା ଏ ସମ୍ପର୍କରେ ବାରଙ୍ଗ ବ୍ଲକ ଶିକ୍ଷା ଅଧିକାରୀ କୁହନ୍ତି, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ୱରେ ମୁଁ ରହିଛି ା ଅଦ୍ୟାବଧି ନବନିର୍ମାଣ ଆଦର୍ଶ ବିଦ୍ୟାଳୟ ଗୃହ ହସ୍ତାନ୍ତର ହୋଇ ନ ଥିବାରୁ ସେଠାରେ ନ ପଢାଯାଇ ନିକଟସ୍ଥ ଗୋଡିସାହିରେ ପଢାଯାଉଛି। ଆରମ୍ଭରୁ ଏଠାରେ ରେସିଡେଣ୍ଟାଲର ସୁବିଧା ନାହିଁ ବୋଲି କୁହାଯାଇଛି। ଭବିଷ୍ୟତରେ ସରକାର ନିଷ୍ପତ୍ତିି ନେବେ। କିନ୍ତୁ ପିଲାମାନଙ୍କ ପାଠପଢା ପାଇଁ ନିକଟସ୍ଥ ବିଦ୍ୟାଳୟରେ ବିଜ୍ଞାନ ଓ କଳାର ୪ଜଣ ଶିକ୍ଷକଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଛନ୍ତି। ଖୁବ୍‌ ଶୀଘ୍ର ଏହାର ସମାଧାନ ହେବା ସହ ସ୍ଥାୟୀ ଶିକ୍ଷକ ଆସିଲେ ସେମାନେ ସେମାନଙ୍କ ଢାଞ୍ଚାରେ ପାଠ ପଢାଇବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ୩୦୪ ଆକ୍ରାନ୍ତ ୨୧ ଜିଲାର: ଅଛନ୍ତି ପଶ୍ଚିମବଙ୍ଗରୁ ଫେରିଥିବା ୪୨ ଯବାନ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ୩୦୪ ଆକ୍ରାନ୍ତ ୨୧ ଜିଲାର। ଏଥିରେ ଅମ୍ଫନ ମୁକାବିଲା ସାରି ପଶ୍ଚିମବଙ୍ଗରୁ ଫେରିଥିବା ୨୨ଜଣ ଅଗ୍ନିଶମ ଏବଂ ଏନ୍‌ଡିଆର୍‌ଏଫ୍‌...

୧୫୮୨୦ ଗ୍ରାମୀଣ ରାସ୍ତା କାମ ଅସମ୍ପୂର୍ଣ୍ଣ

କେନ୍ଦ୍ରାପଡ଼ା ଅଫିସ,୨୧ା୭: ଗତ ୨ଦିନ ଧରି ମୌସୁମୀ ବର୍ଷା କେନ୍ଦ୍ରାପଡ଼ା ଜିଲାରେ ଲାଗି ରହିଛି । ଏହି ବର୍ଷା ଚାଷୀଙ୍କ ମନରେ ଖୁସି ଆଣିଥିବା ବେଳେ...

ଏରସମାରେ ବ୍ୟାପିଲା ଝାଡ଼ାବାନ୍ତି: ତିନି ଦିନରେ ୧୧୮ ଆକ୍ରାନ୍ତ

ଏରସମା,୨୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ତିନ ଦିନ ଭିତରେ ବ୍ଲକର ବିଭିନ୍ନ ସ୍ଥାନରୁ ୧୧୮ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଏରସମା ଗୋଷ୍ଠୀ...

ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ ବୁଥ୍‌ରେ ହେବ ମତଦାନ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ପାଇଁ ହେବ ମତଦାନ । ୨୭ଟି ଜିଲାରେ ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯...

ଅର୍ଥାଭାବରୁ ହୋଇପାରୁନିି ଚିକିତ୍ସା, ଜୀବନ ଯନ୍ତ୍ରଣାରେ ସୁରେଖା

ଗଣ୍ଡତୁରୁମ, ୩୧।୧୨(ଡି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣତୁରୁମ ଗ୍ରାମର ସୁରେଖା ମେହେର (୪୫) । ସେ ଆଜକୁ ଦୁଇବର୍ଷ ହେବ...

ଆଇପିଏଲ୍‌ ବେଟିଂ, ଜେଲଗଲେ ୬

ଦିଗପହଣ୍ଡି,୨୬ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଆଇପିଏଲ ବେଟିଂରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି।...

ରାଜତନ୍ତ୍ରର ସ୍ମୃତି ବଖାଣୁଛି ବାରିପଦା ପୌର ପରିଷଦ

ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ୧୧୭ ବର୍ଷରେ ପଦାର୍ପଣ କରିଛି। ମୟୂରଭଞ୍ଜ ରାଜତନ୍ତ୍ରର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନକାଳ ସମୟରେ ବାରିପଦା ସହରର ୨ବର୍ଗ...

ଯାଜପୁରରୁ ଆସି ନିଶ୍ଚିନ୍ତକୋଇଲିରେ ଉପଦ୍ରବ କଲା ହାତୀ, ୧୦୦ ହେକ୍ଟରରୁ ଅଧିକ ଧାନଜମି ନଷ୍ଟ

ନିଶ୍ଚିନ୍ତକୋଇଲି,୨୩ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ, ଜିଗ୍ନିପୁର,ଜୟରାମପୁର ଓ ରାମକୃଷ୍ଣପୁର ପଞ୍ଚାୟତ ସଂଲଗ୍ନ ଥିବା ହାଡ଼ଖାଇ ପାଟ ଧାନ କ୍ଷେତରେ ଶନିବାର ସକାଳୁ ଏକ...

Advertisement
Archives

Model This Week