ଉଦ୍‌ଘାଟନର ୫ ମାସ ପରେ ଅଲୋଡ଼ା:ଅରିଲ: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତାଲା

ବାରଙ୍ଗ,୨୯ା୬(ଡି.ଏନ୍‌.ଏ.): ରାମଦାସପୁର ଅରିଲଠାରେ ଚଳିତବର୍ଷ ପ୍ରଥମକରି ଆରମ୍ଭ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ଉଦ୍‌ଘାଟନକୁ ୫ମାସ ବିତିଯାଇଥିଲେ ମଧ୍ୟ ଖୋଲି ପାରିନାହିଁ। ଫଳରେ ପିଲାମାନେ ଏହି ବିଦ୍ୟାଳୟରେ ନାମ ଲେଖାଇ ନିକଟସ୍ଥ ଗୋଡିସାହି ବିଦ୍ୟାଳୟରେ ପାଠ ପଢୁଛନ୍ତି।
ପ୍ରକାଶ ଯେ, ଅରିଲଠାରେ ୩ଏକର ୪୨ଡିସିମିଲ ପରିମିତ ଜାଗାରେ ଟାଟା କମ୍ପାନୀ ଦ୍ୱାରା ୧୨କୋଟି ୬୪ଲକ୍ଷ ଟଙ୍କା ବ୍ୟୟବରାଦରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କରାଯାଇଛି। ଏହି ବିଦ୍ୟାଳୟ ଦ୍ୱାରା ବାରଙ୍ଗ ବ୍ଲକର ୩୧ ଓ ୩୩ନଂ. ଜିଲାପରିଷଦ ଜୋନ ଅଧୀନରେ ଥିବା ୧୬ ପଞ୍ଚାୟତବାସୀ ଉପକୃତ ହୋଇପାରିବେ। ୨୮ଜାନୁୟାରୀ ୨୦୧୯ରେ ଏହାକୁ ପୂର୍ବତନ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। କିନ୍ତୁ ଅଦ୍ୟାବଧି ଏହି ନବନିର୍ମାଣ ଗୃହକୁ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇ ନ ଥିବା ଜଣାପଡିଛି। ନବନିର୍ମାଣ ଏହି ଶ୍ରେଣୀଗୃହକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାବେଳେ ରାସ୍ତା, ଖେଳପଡିଆ ଓ ଆନୁଶଙ୍ଗିକ ବ୍ୟବସ୍ଥା ବାକି ରହିଛି। ଚଳିତବର୍ଷ ଏହି ଆଦର୍ଶ ବିଦ୍ୟାଳୟରେ ପ୍ରଥମକରି ପାଠପଢା ଆରମ୍ଭ ହେଉଥିବାବେଳେ ୮୩ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ସେଥିମଧ୍ୟରେ ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କ ସ୍ବୀକୃତିରେ ୨ ଛାତ୍ର ନାମ ଲେଖାଇଛନ୍ତି। ୨୯ଜଣ ଛାତ୍ର ହୋଇଥିବାବେଳେ ଛାତ୍ରୀ ସଂଖ୍ୟା ୫୪ଜଣ ରହିଛି। ଉଦ୍‌ଘାଟନ ହେବାର ୫ ମାସ ବତିଯାଇଥିଲେ ମଧ୍ୟ ୮୩ଜଣ ଛାତ୍ରୀଛାତ୍ର ନିକଟସ୍ଥ ଗୋଡିସାହି ବିଦ୍ୟାଳୟରେ ପାଠ ପଢୁଛନ୍ତି। ସିବିଏସଇ ଢାଞ୍ଚାରେ ପାଠ ପଢାଇବା ପାଇଁ ଯୋଗ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅଦ୍ୟାବଧି ନିଯୁକ୍ତି ଦିଆଯାଇନାହିଁ। ଫଳରେ ଡେପୁଟେଶନରେ ୪ଜଣ ଶିକ୍ଷକଙ୍କୁ ଏହି ବିଭାଗ ପକ୍ଷରୁ ପିଲାମାନଙ୍କୁ ପଢାଇବା ପାଇଁ ନିର୍ଦ୍ଦେଶ ରହିଛି ା ଏ ସମ୍ପର୍କରେ ବାରଙ୍ଗ ବ୍ଲକ ଶିକ୍ଷା ଅଧିକାରୀ କୁହନ୍ତି, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ୱରେ ମୁଁ ରହିଛି ା ଅଦ୍ୟାବଧି ନବନିର୍ମାଣ ଆଦର୍ଶ ବିଦ୍ୟାଳୟ ଗୃହ ହସ୍ତାନ୍ତର ହୋଇ ନ ଥିବାରୁ ସେଠାରେ ନ ପଢାଯାଇ ନିକଟସ୍ଥ ଗୋଡିସାହିରେ ପଢାଯାଉଛି। ଆରମ୍ଭରୁ ଏଠାରେ ରେସିଡେଣ୍ଟାଲର ସୁବିଧା ନାହିଁ ବୋଲି କୁହାଯାଇଛି। ଭବିଷ୍ୟତରେ ସରକାର ନିଷ୍ପତ୍ତିି ନେବେ। କିନ୍ତୁ ପିଲାମାନଙ୍କ ପାଠପଢା ପାଇଁ ନିକଟସ୍ଥ ବିଦ୍ୟାଳୟରେ ବିଜ୍ଞାନ ଓ କଳାର ୪ଜଣ ଶିକ୍ଷକଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଛନ୍ତି। ଖୁବ୍‌ ଶୀଘ୍ର ଏହାର ସମାଧାନ ହେବା ସହ ସ୍ଥାୟୀ ଶିକ୍ଷକ ଆସିଲେ ସେମାନେ ସେମାନଙ୍କ ଢାଞ୍ଚାରେ ପାଠ ପଢାଇବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?