Advertisement

ଉତ୍ତରପ୍ରଦେଶରେ ୧୫ଟି ଜିଲାର ହଟ୍‌ସ୍ପଟ୍‌ ହେବ ସିଲ୍‌

ଲକ୍ଷ୍ନୌ,୮।୪: ମହାମାରୀ କରୋନା ସାରା ଦେଶରେ ସଙ୍କଟ ସୃଷ୍ଟି କରିଛି। ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ୫୧୯୪ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୧୪୯ଜଣଙ୍କର ମୃତ୍ୟୁ ହୋଇସାରିଛି। ଏଥିସହ ୪୦୨ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ତେବେ କରୋନାର ଭୟାବହତାକୁ ଦେଖି ଉତ୍ତରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ହୋଇଛନ୍ତି। ବୁଧବାର ଉତ୍ତରପ୍ରଦେଶର ୧୫ଟି ଜିଲାର ହଟ୍‌ସ୍ପଟ୍‌କୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରାଯିବାକୁ ଘୋଷଣା କରାଯାଇଛି। ସୂଚନା ମୁତାବକ ଆଗ୍ରାରେ ୧୨ଟି ଥାନା ଅଞ୍ଚଳରେ ୨୨ ହଟ୍‌ସ୍ପଟ୍‌ ରହିଛି। ସେହିପରି ନଏଡାରେ ୧୨, କାନପୁରରେ ୧୨, ବାରାଣସୀରେ ୪, ଶାମଲିରେ ୩, ମିରଟରେ ୭, ବୁଲନ୍ଦଶରରେ ୩ ଓ ଲକ୍ଷ୍ନୌରେ ୮ ହଟ୍‌ସ୍ପଟ୍‌ ରହିଛି। ଏହି ଅଞ୍ଚଳ ଗୁଡିକରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬ରୁ ଊର୍ଦ୍ଧ୍ୱ ରହିଥିବାରୁ ଏହାକୁ ହଟ୍‌ସ୍ପଟ୍‌ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ତେବେ ଏହି ହଟ୍‌ସ୍ପଟ୍‌ ଅଞ୍ଚଳଗୁଡିକୁ ସିଲ୍‌ କରିଦିଆଯିବା ପରେ ଏଠାରେ କୌଣସି ବ୍ୟକ୍ତିଙ୍କୁ ଯିବାଆସିବା ପାଇଁ ଅନୁମତି ଦିଆଯିବ ନାହିଁ। ଏହି ସମୟରେ ସ୍ବାସ୍ଥ୍ୟବିଭାଗର କର୍ମଚାରୀ ଓ ଡେଲିଭରି କର୍ମଚାରୀ ଲୋକଙ୍କ ପାଖକୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରୁ ହଟିବ କୋଭିଡ୍‌ କଟକଣା

କୋଲକାତା,୩୧।୩: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ବିଭିନ୍ନ ରାଜ୍ୟରେ କୋଭିଡ୍‌ କଟକଣାକୁ ହଟାଇ ଦିଆଯାଉଛି। ନିକଟରେ ମୁମ୍ବାଇରେ ସମସ୍ତ କୋଭିଡ୍‌ କଟକଣା ହଟାଯାଇଛି। ଇତି...

ଅଭିମାନ କଲେ ସୁବ୍ରମଣ୍ୟମ ସ୍ବାମୀ: କହିଲେ, ମୋ ବିଚାରଧାରା ଶୁଣିବାକୁ ‘ନମୋ’ଙ୍କ ଆଗ୍ରହ ନାହିଁ

ନୂଆଦିଲ୍ଲୀ, ୧।୭:ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ କେନ୍ଦ୍ର ସରକାରଙ୍କ ପ୍ରତି ଥିବା ନିଜ ଅଭିମାନ ଜାହିର କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ବର୍ତ୍ତମାନ...

୧୬୯ ଦିନ ପରେ ରେଳ ଧାରଣାରୁ ଉଠିଲେ କୃଷକ

ଚଣ୍ଡିଗଡ଼,୧୨।୩: ଗତ ସାଢେ ୩ ମାସେ ହେବ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପଞ୍ଜାବରୁ ଏକ ଆଶ୍ୱସ୍ତିକର ଖବର ଆସିଛି।...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି: ଛୁରି ଧରି ମଞ୍ଚ ଉପରକୁ ଚଢିଲେ ଯୁବକ

ଡେରାଡୁନ୍‌,୭।୧: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି। ଉଧମ ସିଂ...

ପେଟିଏମ୍‌ ସିଇଓ ଗିରଫ, ପରେ ଜାମିନ୍‌ …

ନୂଆଦିଲ୍ଲୀ, ୧୩।୩ : ପେଟିଏମ୍‌ ସିଇଓଙ୍କୁ ଗିରଫ କରାଯାଇଛି। ଏହାର କିଛି ସମୟ ପରେ ତାଙ୍କୁ ଜାମିନ୍‌ ମଧ୍ୟ ମିଳିଛି। ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳର...

ମାସ୍କ ନ ମିଳିବାରୁ ରାଗିଲେ ଡାକ୍ତର

ବିଶାଖାପଟନମ,୭।୪: କରୋନା ସଂକ୍ରମଣଠାରୁ ଦୂରେଇ ରହିବାକୁ ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି କିଛି ରାଜ୍ୟରେ ଘୋଷଣା କରାଯାଇଛି। ହେଲେ ଯେଉଁଠି ଡାକ୍ତରଙ୍କ ପାଇଁ...

ଲାଞ୍ଚ ମାମଲାରେ ଡିଆର୍‌ଆଇ ଏଡିଜି ଗିରଫ

ନୂଆଦିଲ୍ଲୀ,୨ା୧(ପି.ଟି.): ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ବୁଧବାର ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ)ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଚନ୍ଦ୍ରଶେଖର ଏବଂ ଜଣେ...

ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ, ୨।୧: ପୂର୍ବତନ ଏମ୍‌ପି ତଥା ଏନସିପିର ବରିଷ୍ଠ ନେତା ଡିପି ତ୍ରିପାଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।...

Advertisement
Archives

Model This Week