ଉଠାଇ ହେଉନି ଜମାଟଙ୍କା: ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ବିିକ୍ଷୋଭ

ବିନିକା, ୩୦ା୫(ଡି.ଏନ୍‌.ଏ.)
ଜମା ଟଙ୍କା ଉଠାଇବାରେ ସମସ୍ୟା ହେଉଛି। ବାରମ୍ବାର ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିବାକୁ ହେଉଛି। ବ୍ୟାଙ୍କରେ ଟଙ୍କା ନ ଥିବା କୁହାଯାଇ ସେମାନଙ୍କୁ ଗତ ତିନିଦିନ ହେଲାଣି ଫେରାଇ ଦିଆଯାଉଛି। ଏହିଭଳି ଅଭିଯୋଗ କରି ଗୁରୁବାର ଶତାଧିକ ଚାଷୀ ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିନିକା ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉପସ୍ଥିତ ଚାଷୀ ନେତାମାନେ ଅଭିଯୋଗ କରିଥିଲେ ଯେ, ଗତବର୍ଷ ବ୍ୟାଙ୍କରୁ ଏକାଥରକେ ୪୯ହଜାର ଟଙ୍କା ଯାଏ ଉଠାଣ କରି ହେଉଥିଲା ା ଚାଷୀମାନେ ନିଜ ଜମାଖାତାରୁ ୨/୩କିସ୍ତିରେ ଟଙ୍କା ଉଠାଇଥିଲେ ା ଚଳିତ ବର୍ଷ ସୋନପୁର ଷ୍ଟେଟ୍‌ ବ୍ୟାଙ୍କକୁ ବିନିକା ସମବାୟ ବ୍ୟାଙ୍କ ଶାଖାକୁ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ା ହେଲେ ଅବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ସମସ୍ୟା ସୃଷ୍ଟି ହେଉଛି ବୋଲି ମୂରଲୀ ମେଶୁଆ, ନବୀନ ନାୟକ, ପ୍ରଦୀପ ଦଣ୍ଡସେନା, ବାସୁଦେବ ମିଶ୍ର, ସୁରଥ ଡାଙ୍ଗ, ପଦ୍ମନାଭ ମହାକୁର, ସଦଶିବ ପଣ୍ଡା, ପରଦେଶୀ ନାଏକ, ନିରାକାର କର୍ଣ୍ଣ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ପରେ ବିନିକା ସମବାୟ ବ୍ୟାଙ୍କ୍‌ ଶାଖା ପରିଚାଳକ ପ୍ରଶାନ୍ତ ପଣ୍ଡା ଚାଷୀମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, ଏହି ଶାଖାରେ ୬ହଜାରରୁ ଉର୍ଦ୍ଧ୍ୱ ଜମାକାରୀ ରହିଛନ୍ତି। ବର୍ତ୍ତମାନ ବିନିକା ଅଞ୍ଚଳର ପ୍ରାୟ ସମସ୍ତ ପ୍ୟାକ୍ସରେ ଚାଷୀଙ୍କ ଧାନକ୍ରୟ କାମ ଚାଲିଛି ା ଧାନବିକ୍ରୀ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାରେ ଦୈନିକ ଜମା ହେଉଛି ା ଗତବର୍ଷ ଆମ ବ୍ୟାଙ୍କରୁ ଚାଷୀ ଦୈନିକ ନିଜ ଜମାଖାତାରୁ ୪୯ହଜାର ଟଙ୍କା ଉଠାଇ ପାରୁଥିଲେ ା ପୂର୍ବରୁ ବଲାଙ୍ଗୀର ବିଡିସିସି ଶାଖାରୁ ଏକ୍ସିସ ବ୍ୟାଙ୍କ ନିୟୋଜିତ ଯାନରେ ବିନିକା ସମବାୟ ବ୍ୟାଙ୍କ୍‌ ଶାଖାକୁ ଆବଶ୍ୟକ ଟଙ୍କା ପହଞ୍ଚୁଥିଲା ା ମାତ୍ର ବତ୍ତର୍ର୍ମାନର ବ୍ୟବସ୍ଥାରେ କ’ଣ ଅସୁବିଧା ହେଉଛି ତାହାର ପର୍ଯ୍ୟାଲୋଚନା ପରେ ସମସ୍ୟାର ସମଧାନ କରାଯିବ ବୋଲି କହିଥିଲେ ା ଏହା ପରେ ଚାଷୀମାନେ ବିକ୍ଷୋଭ ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକାସାଙ୍ଗରେ ଚାଲିଗଲେ ମା’-ପୁଅ

ସମ୍ବଲପୁର/ଜମନକିରା,୨୪ା୨: ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଞ୍ଜିପାଲି ସେକ୍ସନ ଆଖଡ଼ାଦାଣ୍ଡ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ମଣ୍ଡିରୁ ଶୀଘ୍ର ଧାନ ଉଠାଣ ଦାବି: ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ/ଦାସିଗଁା,୨୦।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଲଗୁଡା ନୀଳ ମାଧବ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଚାଷୀମାନେ ମଣ୍ଡିରୁ ଶୀଘ୍ର ଧାନ ଉଠାଣ କରିବା ଦାବିରେ...

୨୫ ତାଲା ଭାଙ୍ଗି ଚୋରି

ସମ୍ବଲପୁର,୨୬ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାର କଲେଜ ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏଫ୍‌ଏମ୍‌ଟି, ପାଥୋଲୋଜି, ମାଇକ୍ରୋବାଇଲୋଜି, ଆନୋଟୋମି ବିଭାଗ କୋଠରୀର ପ୍ରାୟ...

ଖରିଫ୍‌ ଧାନ ଶସ୍ୟବୀମା ପ୍ରଦାନ ଦାବି: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଜମନକିରା,୧୯।୧୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ମିଳିତ ଚାଷୀ ସଂଗଠନ ପକ୍ଷରୁ ଶସ୍ୟବୀମା ରାଶି ପ୍ରଦାନ ଦାବିରେ କୁଚିଣ୍ଡା ଉପଖଣ୍ଡରେ ଥିବା ୫୫ଟି ପଞ୍ଚାୟତ କାର୍ଯ୍ୟାଳୟରେ...

ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧୨ା୭(ବ୍ୟୁରୋ):ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ରବିବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପୂର୍ବାହ୍ନ ୧୧ଟା ସମୟରେ କୋଭିଡ୍‌ କଟକଣା ପାଳନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା।...

ମାନବିକତା ଦେଖାଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ: ଏନ୍‌ଆରସିରେ ଭରତି ହେବେ ଚନ୍ଦ୍ରକାନ୍ତ

ଲୋଇସିଂହା,୨୦।୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗଁାର ନିସାହା ବିଧବା ମହିଲା ପୁଷ୍ପକାନ୍ତି ଆର ତାକର ପୁଓ ଚନ୍ଦ୍ରକାନ୍ତକୁଁ ବିଙ୍ଗ ହ୍ୟୁମାନ ଫାଉନଣ୍ଡେସନ ସାହାଯ୍‌ର...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ପାଇଁ ଷଡ଼ଯନ୍ତ୍ର

ସମ୍ବଲପୁର,୨୫ା୮ (ବ୍ୟୁରୋ):ସମ୍ବଲପୁରଠାରେ ୧୯୭୮ରେ ସ୍ଥାପିତ ରାଜ୍ୟର ପ୍ରଥମ ତଥା ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିଦେବା ଲାଗି ଷଡ଼ଯନ୍ତ୍ର କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧୀନରେ...

ସମ୍ବଲପୁରରେ ମନଇଚ୍ଛା ଗଡୁଛି ଗାଡ଼ିମୋଟର

ସମ୍ବଲପୁର, ୩୧।୩ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ଜନତା କର୍ଫ୍ୟୁ ଓ ପରେ ୨୧ ଦିନ ଲକ୍‌ ଡାଉନ କରାଯାଇଛି । ମଙ୍ଗଳବାର ସପ୍ତମ...

Advertisement


Archives

Model This Week