ଉଠାଇ ହେଉନି ଜମାଟଙ୍କା: ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ବିିକ୍ଷୋଭ

ବିନିକା, ୩୦ା୫(ଡି.ଏନ୍‌.ଏ.)
ଜମା ଟଙ୍କା ଉଠାଇବାରେ ସମସ୍ୟା ହେଉଛି। ବାରମ୍ବାର ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିବାକୁ ହେଉଛି। ବ୍ୟାଙ୍କରେ ଟଙ୍କା ନ ଥିବା କୁହାଯାଇ ସେମାନଙ୍କୁ ଗତ ତିନିଦିନ ହେଲାଣି ଫେରାଇ ଦିଆଯାଉଛି। ଏହିଭଳି ଅଭିଯୋଗ କରି ଗୁରୁବାର ଶତାଧିକ ଚାଷୀ ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିନିକା ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉପସ୍ଥିତ ଚାଷୀ ନେତାମାନେ ଅଭିଯୋଗ କରିଥିଲେ ଯେ, ଗତବର୍ଷ ବ୍ୟାଙ୍କରୁ ଏକାଥରକେ ୪୯ହଜାର ଟଙ୍କା ଯାଏ ଉଠାଣ କରି ହେଉଥିଲା ା ଚାଷୀମାନେ ନିଜ ଜମାଖାତାରୁ ୨/୩କିସ୍ତିରେ ଟଙ୍କା ଉଠାଇଥିଲେ ା ଚଳିତ ବର୍ଷ ସୋନପୁର ଷ୍ଟେଟ୍‌ ବ୍ୟାଙ୍କକୁ ବିନିକା ସମବାୟ ବ୍ୟାଙ୍କ ଶାଖାକୁ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ା ହେଲେ ଅବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ସମସ୍ୟା ସୃଷ୍ଟି ହେଉଛି ବୋଲି ମୂରଲୀ ମେଶୁଆ, ନବୀନ ନାୟକ, ପ୍ରଦୀପ ଦଣ୍ଡସେନା, ବାସୁଦେବ ମିଶ୍ର, ସୁରଥ ଡାଙ୍ଗ, ପଦ୍ମନାଭ ମହାକୁର, ସଦଶିବ ପଣ୍ଡା, ପରଦେଶୀ ନାଏକ, ନିରାକାର କର୍ଣ୍ଣ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ପରେ ବିନିକା ସମବାୟ ବ୍ୟାଙ୍କ୍‌ ଶାଖା ପରିଚାଳକ ପ୍ରଶାନ୍ତ ପଣ୍ଡା ଚାଷୀମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, ଏହି ଶାଖାରେ ୬ହଜାରରୁ ଉର୍ଦ୍ଧ୍ୱ ଜମାକାରୀ ରହିଛନ୍ତି। ବର୍ତ୍ତମାନ ବିନିକା ଅଞ୍ଚଳର ପ୍ରାୟ ସମସ୍ତ ପ୍ୟାକ୍ସରେ ଚାଷୀଙ୍କ ଧାନକ୍ରୟ କାମ ଚାଲିଛି ା ଧାନବିକ୍ରୀ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାରେ ଦୈନିକ ଜମା ହେଉଛି ା ଗତବର୍ଷ ଆମ ବ୍ୟାଙ୍କରୁ ଚାଷୀ ଦୈନିକ ନିଜ ଜମାଖାତାରୁ ୪୯ହଜାର ଟଙ୍କା ଉଠାଇ ପାରୁଥିଲେ ା ପୂର୍ବରୁ ବଲାଙ୍ଗୀର ବିଡିସିସି ଶାଖାରୁ ଏକ୍ସିସ ବ୍ୟାଙ୍କ ନିୟୋଜିତ ଯାନରେ ବିନିକା ସମବାୟ ବ୍ୟାଙ୍କ୍‌ ଶାଖାକୁ ଆବଶ୍ୟକ ଟଙ୍କା ପହଞ୍ଚୁଥିଲା ା ମାତ୍ର ବତ୍ତର୍ର୍ମାନର ବ୍ୟବସ୍ଥାରେ କ’ଣ ଅସୁବିଧା ହେଉଛି ତାହାର ପର୍ଯ୍ୟାଲୋଚନା ପରେ ସମସ୍ୟାର ସମଧାନ କରାଯିବ ବୋଲି କହିଥିଲେ ା ଏହା ପରେ ଚାଷୀମାନେ ବିକ୍ଷୋଭ ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଇରାନ-ପାକିସ୍ତାନ ମଧ୍ୟରେ ହେଲା ‘ଟେବୁଲ ତଳେ ଚୁକ୍ତି’ , ସହି ପାରିବେ ନାହିଁ ଟ୍ରମ୍ପ

ଇସଲାମାବାଦ,୨୧।୫: ପାକିସ୍ତାନର ଶାସକମାନେ ନିଜ ଦେଶକୁ ଅପମାନିତ କରିବାରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଶାହବାଜ, ମୁନିର ଏବଂ ବର୍ତ୍ତମାନ ମୋହସିନ ନକଭି ସେମାନଙ୍କର ସାଧୁତା ବିକ୍ରୟ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ, ସମସ୍ତ କୁଳପତିଙ୍କୁ ଚିଠି ଲେଖି…

ଭୁବନେଶ୍ୱର,୨୧ା୫: ସରକାରୀ ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ସଚିବ। ଏନେଇ ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ବେଆଇନ ନିଯୁକ୍ତି ଓ…

ବଡ଼ ଖବର: ସନ୍ନ୍ୟାସ ନେଇଗଲେ ଧୋନୀ! ଆଇପିଏଲ ଅଧାରୁ ସିଏସକେ ଛାଡ଼ି ପଳାଇବା ପରେ…

ନୂଆଦିଲ୍ଲୀ,୨୧।୫: ଚେନ୍ନାଇ ସୁପର କିଙ୍ଗ୍ସ ଆଜି (୨୧ ମେ) ଦିନ ଆଇପିଏଲ ୨୦୨୬ର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି।…

Melody Toffee ପରେ ମେଲୋନିଙ୍କୁ ଆଉ ଏକ ବିଶେଷ ଉପହାର ଦେଲେ ମୋଦି

ରୋମ,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ଦେଶ ଗସ୍ତ କରି ଫେରିଛନ୍ତି। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ସେ ଯେଉଁ ଦେଶ ଗସ୍ତ କରିଥିଲେ ସେହି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୬୦% କୁ ବୃଦ୍ଧି

ଲକ୍ଷ୍ନୌ,୨୧ା୫: ଉତ୍ତରପ୍ରଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟରେ, ଯୋଗୀ ସରକାର ରାଜ୍ୟ କର୍ମଚାରୀମାନଙ୍କୁ ଏକ…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri