ଉଚ୍ଛେଦ ହେଲା, ଥଇଥାନ ହେଉନି: ଦୁର୍ଦ୍ଦଶାରେ ଉଠା ଦୋକାନୀ

ବଇଣ୍ଡା,୧୫ା୯(ଡି.ଏନ.ଏ) – କିଶୋରନଗର ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକ ଏବେ ଛାରଖାର ହୋଇଯାଇଛି। ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ ଥିବା ୫ଶହ ଉଠା ଦୋକାନୀ ଓ ବାସଗୃହ ଉଚ୍ଛେଦ ହୋଇଥିବାବେଳେ ଏବେ ଉଠା ଦୋକାନୀଙ୍କ ସମସ୍ୟା ଜଟିଳ ହେଉଛି। ସେମାନଙ୍କୁ ଥଇଥାନ ଏବଂ କ୍ଷତିପୂରଣ ଦିଆଯାଉ ନ ଥିବା ଯୋଗୁ ଅସନ୍ତୋଷ ଦେଖାଦେଇଛି। ଗତ ବର୍ଷ ମେ ୧୭, ୧୮ରେ ଉଚ୍ଛେଦ କରାଯାଇଥିଲା। ସେହି ସମୟରେ କ୍ଷତିପୂରଣ ଦିଆଯାଇ ନ ଥିବାବେଳେ ପୋଲିସ ଛାଉଣୀ କରି ତରବରିଆ ଭାବେ ଉଚ୍ଛେଦ କରାଯାଇଥିଲା। ଏଥିରେ ୪ ଶହ ଉଠାଦୋକାନୀ କ୍ଷତିଗ୍ରସ୍ତ ହୋଇଥିଲେ। ଇତିମଧ୍ୟରେ ଉଚ୍ଛେଦକୁ ଦୀର୍ଘ ୧୬ ମାସ ବିତିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯାଇ ନ ଥିବାଳେଳେ ଥଇଥାନ ମଧ୍ୟ କରାଯାଇ ନାହିଁ। ଗତ ୧୧,୧୨, ୧୩ ତାରିଖରେ ୧୪୪ ଧାରା ଲାଗୁ କରାଯାଇ ପୁଣି ଉଚ୍ଛେଦ କରାଯାଇଛି। ଏଥିରେ ୩୫ରୁ ଊର୍ଦ୍ଧ୍ୱ ଦୋକାନୀ କ୍ଷତିଗ୍ରସ୍ତ ହୋଇଛନ୍ତି। ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେଇ ଉଠାଦୋକାନୀଙ୍କୁ ଥଇଥାନ ସହ କ୍ଷତିପୂରଣ ଯୋଗାଇ ଦେବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri