ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକଲା ଏବିଭିପି

ବ୍ରହ୍ମପୁର ଅଫିସ, ୨୭ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସ ଭୁଶୁଡ଼ିବା ଘଟଣାର ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପରେ ବି ତଦନ୍ତ ନେଇ କୌଣସି କମିଟି ଗଠନ କରାଯାଇ ନଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଅଭିଯୋଗ କରିଛି ା ଏହା ପ୍ରତିବାଦରେ ଶୁକ୍ରବାର ଅପରାହ୍ନରେ ଏବିଭିପି ଭଞ୍ଜବିହାର ଶାଖା ପକ୍ଷରୁ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ା ହଷ୍ଟେଲଗୁଡିକର ସୁରକ୍ଷା ତଥା ରକ୍ଷଣାବେକ୍ଷଣ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଦ୍ୟାର୍ଥୀଙ୍କଠାରୁ ପ୍ରତିବର୍ଷ ୨୫୦୦ ରୁ ୩୦୦୦ ଟଙ୍କା ମଧ୍ୟରେ ଫି’ ନିଆଯାଉଛି ା କିନ୍ତୁ ସେହି ତୁଳନାରେ ହଷ୍ଟେଲଗୁଡିକର ମରାମତି କରାଯାଉନାହିଁ ା ଏଥିପାଇଁ ଦୁର୍ଘଟଣା ଘଟିଥିବା ପରିଷଦ ଅଭିଯୋଗ କରିଛି ା ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏଯାଏଁ ଉଚ୍ଚ ଶିକ୍ଷା ବିଭାଗ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିବାରୁ ଏବିଭିପିର କର୍ମକର୍ତ୍ତାମାନେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ବିଶ୍ୱବିଦ୍ୟାଳୟ ପ୍ରମୁଖ ମାତାପ୍ରସାଦ ନାୟକ, ଜିଲା ସଂଯୋଜକ ସିଦ୍ଧାନ୍ତ ସୁମନ ଦାସ, ବିଶ୍ୱବିଦ୍ୟାଳୟ ଛାତ୍ର ନେତା ତୁତୁନ ପାତ୍ର,କୃଷ୍ଣଚନ୍ଦ୍ର ପୋଲାଇ, ହର୍ଷିିତ ରାଉଳ, ଅନନ୍ତ ପ୍ରଧାନ ,ନାରାୟଣ ସାହୁ, ଅରୁଣ ପ୍ରଧାନ ସାମିଲ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏସି ହେଲେ ଜଳନ୍ତା ବିକାଶ ବତି

ବଇଣ୍ଡା,୬ା୧୦(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡାକୁ ଏନ୍‌ଏସି (ବିଜ୍ଞପିତ ଅଞ୍ଚଳ ପରିଷଦ) ଘୋଷଣା କରାଯାଉ ନାହିଁ। ଏ ନେଇ ଦୀର୍ଘ...

ରାଜ୍ୟରେ ସୁସ୍ଥ ହେଲେ ୬୦୭ କରୋନା ଆକ୍ରାନ୍ତ: ମୟୂରଭଞ୍ଜରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୭ା୧୨(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୬୧, ସୁନ୍ଦରଗଡରୁ ୫୩,...

‘ଉତ୍ସବ ପ୍ରଧାନପାଟ-୨୦୨୦’ଉଦ୍‌ଘାଟିତ : ନୃତ୍ୟ ଓ ଗୀତର ତାଳେତାଳେ ଝୁମିଲେ ଦର୍ଶକ

ଦେବଗଡ, ୧୧ା୨(ଡି.ଏନ.ଏ) -ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଦେବଗଡ ଜିଲାର ଗର୍ବ ଓ ଗୌରବ ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ନିର୍ମିତ ଶାଳବଣ ଘେରା...

ଗଞ୍ଜାମରେ ପୁଣି କରୋନାର ଆତଙ୍କ

ଛତ୍ରପୁର,୪।୪: ଗଞ୍ଜାମ ଜିଲାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଲାଣି। କିଛି ଦିନର ବ୍ୟବଧାନ ପରେ ଦୈନିକ ସଂକ୍ରମଣ ଦୁଇ ଅଙ୍କ ଛୁଇଁଲାଣି।...

ବିଜେପୁର ଉପନିର୍ବାଚନ: କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର,୧୮।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଏକ ସମନ୍ବୟ କମିଟି ଗଠନ କରିଛି। ଏଥିରେ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ, କଳିକେଶ ସିଂଦେଓ ଓ ସଞ୍ଜୟ...

ରାଜଧାନୀ ରାସ୍ତା ମରଣଯନ୍ତା: ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ) ରାଜଧାନୀର ଅନେକ ରାସ୍ତା ଏବେ ମରଣାଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଆବର୍ଜନା ପାଣି ଜମି ରହୁଛି। ସେହିଭଳି ରାସ୍ତା ପାର୍ଶ୍ୱରେ ବେଆଇ...

ସଡକ ଦୁର୍ଘଟଣା ଆହତଙ୍କୁ ଚିକିତ୍ସା: ବେସରକାରୀ ହସ୍ପିଟାଲ ଖର୍ଚ୍ଚ ବହନ କରିବେ ସରକାର;  ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର

ଭୁବନେଶ୍ୱର,୭ା୯(ବ୍ୟୁରୋ)-ରାସ୍ତା ସୁରକ୍ଷା ସମଗ୍ର ବିଶ୍ୱରେ ଚିନ୍ତାର ବିଷୟ ହୋଇଛି। ଦୁର୍ଘଟଣା ଜନୀତ ମୃତ୍ୟୁହାର କମାଇବା ପାଇଁ ତୁରନ୍ତ ଡାକ୍ତରୀ ଚିକିତ୍ସା ଅପରିହାର୍ଯ୍ୟ ହୋଇପଡିଛି । ଏହାକୁ...

କମିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର, ୧୪ ।୧୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ରବିବାରଠାରୁ ଶୀତ ସାମାନ୍ୟ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ଅଧିକ ଥଣ୍ଡା ଅନୁଭୂତ ହେବ। ତାପମାତ୍ରା ୪ରୁ ୫...

Advertisement


Archives

Model This Week