ଇ-ମୂଲ୍ୟାୟନ କେନ୍ଦ୍ରରେ ରହୁନି ଇଣ୍ଟରନେଟ୍‌

ବ୍ରହ୍ମପୁର ଅଫିସ୍‌,୨୬ା୪- ଶିକ୍ଷା କ୍ଷେତ୍ର ଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ରାଜ୍ୟ ସରକାର କେମିତି ଖାମଖିଆଲ ମନୋଭାବ ରଖୁଛନ୍ତି, ତାହା ଯୁକ୍ତ ୨ ଖାତାଦେଖାରେ ସୃଷ୍ଟି ହୋଇଥିବା ବିଭ୍ରାଟରୁ ପ୍ରମାଣିତ ହେଉଛି। ବର୍ତ୍ତମାନ ଯୁକ୍ତ ୨ ଖାତା ମୂଲ୍ୟାୟନ ଚାଲିଛି। ମାନୁଆଲ୍‌ ବା ଅଫ୍‌ଲାଇନ୍‌ ଏବଂ ଇ-ମୂଲ୍ୟାୟାନ ବା ଅନ୍‌ଲାଇନ୍‌ରେ ଖାତା ମୂଲ୍ୟାୟନ କରାଯାଉଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଲା ଇ-ମୂଲ୍ୟାୟାନ କେନ୍ଦ୍ରରେ ଖାତା ମୂଲ୍ୟାୟନ କାର୍ଯ୍ୟ ଅନ୍‌ଲାଇନ୍‌ରେ ହେଉଥିବା ବେଳେ ବ୍ରହ୍ମପୁରରେ ଥିବା କେନ୍ଦ୍ରରେ ଇଣ୍ଟର୍‌ନେଟ ସଂଯୋଗ ରହୁନି। ପ୍ରାୟତଃ ଇଣ୍ଟରନେଟ୍‌ ସଂଯୋଗ ବିଚ୍ଛିନ୍ନ ରହୁଛି। ଫଳରେ ଖାତା ଦେଖା ଗୁରୁତର ପ୍ରଭାବିତ ହେଉଛି। ଅଧ୍ୟାପିକା ଅଧ୍ୟାପକମାନେ କେନ୍ଦ୍ରରେ ବସି ବସି ଫେରିଯାଉଛନ୍ତି।  ତଥାପି ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।  ଯେ, ଏପ୍ରିଲ୍‌ ୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ଖାତାଦେଖା ବର୍ତ୍ତମାନ ସୁଦ୍ଧା ଚାଲିଛି। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ନିମନ୍ତେ ଦକ୍ଷିଣାଞ୍ଚଳର ୮ଟି ଜିଲାରେ ୯୯ଟି ଟେବୁଲ୍‌ରେ ମୋଟ ୬୯୨ ଜଣ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ମାନୁଆଲ ମୂଲ୍ୟାୟନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଇ-ମୂଲ୍ୟାୟନ ସରୁନି। ଆସନ୍ତା ୩୦ତାରିଖ ସୁଦ୍ଧା ସାରିବାକୁ ବିଭାଗ ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଇ-ମୂଲ୍ୟାୟନ କେନ୍ଦ୍ରରେ ଇଣ୍ଟର୍‌ନେଟ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଉଛି। ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ନିମନ୍ତେ ୫ କେନ୍ଦ୍ରରେ ୪୦ଟି ଟେବୁଲରେ ୩୦୮ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ବ୍ରହ୍ମପୁରରେ ଗିରି ରୋଡ୍‌ ସ୍ଥିତ ଏକ ଘରୋଇ ପ୍ରତିଯୋଗିତାମୂଳକ ଶିକ୍ଷାନୁଷ୍ଠାନରେ ଇ-ମୂଲ୍ୟାୟାନ କରାଯାଉଛି। ଏହି କେନ୍ଦ୍ରରେ ୩୦ କମ୍ପ୍ୟୁଟର୍‌(ପିସି) ଏବଂ ୧୦ଟି ଲ୍ୟାପଟପ୍‌ ରଖାଯାଇଛି। ଦୁଇଟି ସିଟିଂରେ ଖାତା ଦେଖାଯାଉଛି। ସକାଳ ୮ଟାରୁ ଦିନ ୧ଟା ଏବଂ ଦିନ ୧ଟାରୁ ଅପରାହ୍ନ ୪ଟା। ମୋଟ ୬୨ଜଣ ଅଧାପିକା ଏବଂ ଅଧ୍ୟାପକ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ଏହି ଇ-ମୂଲ୍ୟାୟନ କେନ୍ଦ୍ରରେ ସମସ୍ୟା ହେଲା ଇଣ୍ଟର୍‌ନେଟ୍‌। ପ୍ରଥମ ତିନି ଦିନ ଅର୍ଥାତ୍‌ ଏପ୍ରିଲ୍‌ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଆଦୌ ଇଣ୍ଟରନେଟ୍‌ ସଂଯୋଗ ରହିଲାନି।

ଆରମ୍ଭରୁ ହିଁ ଗୁରୁତର ବିଭ୍ରାଟ ଦେଖିବାକୁ ମିଳିଲା। ଅଧ୍ୟାପିକା ଅଧ୍ୟାପକମାନେ କେନ୍ଦ୍ରକୁ ଆସି ଇଣ୍ଟରନେଟ୍‌କୁ ଅପେକ୍ଷା କରି କରି ଶେଷରେ ନିରାଶ ହେଲେ। ଏଣୁ ଏହି ତିନି ଦିନ ପ୍ରାୟତଃ ଖାତା ଦେଖା ହୋଇପାରିଲା ନାହିଁ। ପରବର୍ତ୍ତୀ ଦିନଗୁଡ଼ିକରେ ଇଣ୍ଟର୍‌ନେଟ୍‌ ସଂଯୋଗ ରହୁଥିଲେ ମଧ୍ୟ ତାହା କଟିଯାଉଥିଲା। ଫଳରେ ସ୍ବାଭାବିକ ଭାବେ ଖାତା ଦେଖା ହୋଇପାରିଲାନି। ଏବେ ପୁଣି ଥରେ ଗତ କିଛି ଦିନ ହେଲା ଇଣ୍ଟର୍‌ନେଟ୍‌ ସଂଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଛି। ଖାତା ଦେଖା ଅଧା ହୋଇଥିବ, ସଂଯୋଗ କଟିଯାଉଛି, ଯାହାକୁ ନେଇ ଅଧ୍ୟାପିକା ଅଧ୍ୟାପକମାନେ ହଇରାଣ ହେଉଛନ୍ତି। ସକାଳ ୮ଟା ସୁଦ୍ଧା ସେମାନେ କେନ୍ଦ୍ରରେ ପହଞ୍ଚି ଯାଉଛନ୍ତି। କିନ୍ତୁ ଇଣ୍ଟର୍‌ନେଟ୍‌  ସଂଯୋଗ  ରହୁନାହିଁ। ଗୁରୁବାର ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଆଦୌ ଇଣ୍ଟର୍‌ନେଟ୍‌ ନ ଥିଲା। ପ୍ରଥମ ସିଟିଂ ଖାତା ଦେଖା ହୋଇପାରିଲା ନାହିଁ। ଦ୍ୱିତୀୟ ସିଟିଂ ମଧ୍ୟ ଇଣ୍ଟର୍‌ନେଟ୍‌ ସମସ୍ୟା ଯୋଗୁ ପ୍ରଭାବିତ ହେଲା। ତେବେ କେତେକ ଅଧ୍ୟାପିକା ଅଧ୍ୟାପକ ଏକ କାମଚଳା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଲ୍ୟାପଟପ୍‌ରେ ହଟ୍‌ସ୍ପଟ୍‌(ୱାଇ-ଫାଇ) ସୁବିଧା ଥାଏ। ଏଣୁ ସେମାନେ ମୋବାଇଲ୍‌ର ଇଣ୍ଟର୍‌ନେଟ୍‌କୁ ହଟ୍‌ସ୍ପଟ୍‌ ଜରିଆରେ ଲ୍ୟାପଟପ୍‌ରେ ସଂଯୋଗ କରି ଖାତା ମୂଲ୍ୟାୟନ କରୁଛନ୍ତି। କିନ୍ତୁ କମ୍ପ୍ୟୁଟର୍‌(ପିସି)ରେ ଏ ସୁବିଧା ନ ଥିବା ଯୋଗୁ ମୂଲ୍ୟାୟାନ ବନ୍ଦ ହୋଇଯାଉଛି। ନିୟମିତ ମୂଲ୍ୟାୟନକାରୀମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ବିଭାଗ ତରଫରୁ ଇ-ମୂଲ୍ୟାାନ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ଶେଷ ହୋଇ ନ ଥିବା ବେଳେ ମେ’ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଏଣୁ ଖାତା ମୂଲ୍ୟାୟନ କାର୍ଯ୍ୟ ନିର୍ଦ୍ଦାରିତ ସମୟରେ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଗତ ୩୦ ଜୁନ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ ଚାଲୁ...

୨୫ରୁ ୨୩ ପିଲା ବିଦ୍ୟାଳୟ ଦେଖିନାହାନ୍ତି

ଭଞ୍ଜନଗର,୯।୫(ଡି.ଏନ.ଏ): ଭଞ୍ଜନଗର ବ୍ଲକ ଡ଼ୁମାକୁମ୍ପା ପଞ୍ଚାୟତ ଡିିହକୁମ୍ପାପଲ୍ଲୀ ଏକ ପଛୁଆ ଅଞ୍ଚଳ ଭାବେ ରହିଯାଇଛି । ଉକ୍ତ ଗ୍ରାମରେ ପ୍ରାୟ ୨୦ଟି ପରିବାର ବସବାସ କରୁଛନ୍ତି ।...

ବନ୍ୟଜନ୍ତୁ ଶିକାର ପାଇଁ ବୁଲୁଥିଲେ ଜଙ୍ଗଲରେ, ୨ ଗିରଫ

ଭଞ୍ଜନଗର,୨ା୯(ଡି.ଏନ୍‌.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ସଂରକ୍ଷିତ ଜଙ୍ଗଲରୁ ବୁଧବାର ରାତିରେ ବନ ବିଭାଗ କର୍ମଚାରୀ ବନ୍ଧୁକ ସହ ୨ ଜଣ ଶିକାରୀଙ୍କୁ...

ପୋଡାଗଲା ୫୧ହଜାର ଗଞ୍ଜେଇ ଗଛ

ଆର.ଉଦୟଗିରି,୧୮ା୧୨(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତର ଟଣ୍ଡରଙ୍ଗ ଗ୍ରାମ ପାହାଡ ଉପରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ବୁଧବାର ପୋଲିସ...

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଆନ୍ଦୋଳନ

ପୁରୁଷୋତ୍ତମପୁର,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାରତ ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖାଦେଇଛି। ସହରର ବିଭିନ୍ନ ସ୍ଥାନରେ ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନଭୋଜନରେ ନିୟୋଜିତ ପାଚିକା,ସହାୟିକା...

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌: ଲୁଟିନେଲେ ୯ଭରି ସୁନା ଅଳଙ୍କାର

ସୋରଡା,୧୮ା୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ବଡଗଡ ଗ୍ରାମ ବଡଦାଣ୍ଡରେ ଜଣେ ଲୁଗା ବ୍ୟବସାୟୀଙ୍କୁ ସୋମବାର ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସୁନା...

ମଦ ଆଡ୍ଡାରେ ଚଢ଼ାଉ

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.) : ଗଞ୍ଜାମ ଥାନା ବଡ଼ ବଜାରଠାରେ ଚାଖଣl ଦୋକାନରେ ମଦ ଆଡ୍ଡା ଜମୁଥିବା ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ...

ସୋରଡ଼ାରେ ବିଜେଡିର ପ୍ରତିଷ୍ଠା ଦିବସ

ସୋରଡ଼ା,୨୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ନେତୃତ୍ୱରେ ଦଳୀୟ କର୍ମୀ ସମର୍ଥକମାନେ ବିଜେଡିି କାର୍ଯ୍ୟାଳୟରୁ ବାହାରି...

Advertisement
Archives

Model This Week