ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। ଟ୍ୟୁମର ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ ିଜ ଆଗାମୀ ଫିଲ୍ମ ‘ଇଂଲିଶ ମିଡିୟମ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ରାଜସ୍ଥାନର ଉଦୟପୁରରେ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଇରଫାନଙ୍କୁ ଦେଖିବା ପାଇଁ ତାଙ୍କ ଫ୍ୟାନମାନେ ଶୁଟିଂ ଶେଟରେ ଭିଡ ଜମାଇଛନ୍ତି। ଏଥିରେ ଫିଲ୍ମ ନିର୍ମାତା ଚିନ୍ତାରେ ପଡିଛନ୍ତି। ବାଧ୍ୟ ହୋଇ ଅଧିକ ସୁରକ୍ଷା ମଗାଯାଇଛି। ନିଜର ଦମଦାର ଅଭିନୟ ଲାଗି ଖୁବ୍‌କମ ଦିନରେ ଲୋକପ୍ରିୟତା ହାସଲ କରିଥିବା ୫୨ବର୍ଷିୟ ଅଭିନେତା ଇରଫାନ ଖାନ ଗତକିଛି ଦିନ ହେବ ନ୍ୟୁରୋ ଏଣ୍ଡ୍ରୋକ୍ରାଇନ ଟ୍ୟୁମରରେ ପୀଡିତ ଅଛନ୍ତି। ଚିକିତ୍ସା ଲାଗି ଅନେକ ସମୟରେ ସେ ବାହାରେ ରହୁଥିଲେ। ସୁସ୍ଥ ହୋଇ ଭାରତ ଫେରିବା ପରେ ‘ଇଂଲିଶ ମିଡିୟମ’ ଶୁଟିଂ କରୁଛନ୍ତି। ସୂଚନାଯୋଗ୍ୟ, ଫିଲ୍ମ ‘ହିନ୍ଦି ମିଡିୟମ’ ସିକ୍ୱେଲ ହେଉଛି ‘ଇଂଲିଶ ମିଡିୟମ’। ଏହି ଫିଲ୍ମରେ ଇରଫାନଙ୍କ ବ୍ୟତୀତ କରିନା କପୁର ଲିଡ୍‌ ରୋଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନ ୬.୨% କୁ ବୃଦ୍ଧି କଲା ମୋର୍ଗାନ ଷ୍ଟାନଲି

ନୂଆଦିଲ୍ଲୀ, ୨୨।୫: ବିଶ୍ୱ ଆର୍ଥିକ ସେବା ସଂସ୍ଥା ମୋର୍ଗାନ ଷ୍ଟାନଲେ ବୁଧବାର ଭାରତୀୟ ଅର୍ଥନୀତି ପାଇଁ ଏହାର ବୃଦ୍ଧି ପୂର୍ବାନୁମାନକୁ ସାମାନ୍ୟ ବୃଦ୍ଧି କରି ୨୦୨୬...

ଭାରତର ତୈଳ ଚାହିଦା ଆଗାମୀ ଦଶନ୍ଧିରେ ୪ ପ୍ରତିଶତ ବୃଦ୍ଧି ପାଇବ

ନୂଆଦିଲ୍ଲୀ, ୨୨।୫: ଏସଆଣ୍ଡପି ଗ୍ଲୋବାଲ କମୋଡିଟି ଇନସାଇଟ୍ସ ରିପୋର୍ଟ ଅନୁଯାୟୀ, ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତର ତୈଳ ଚାହିଦା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ,...

‘ଫାଙ୍କା ଭାଷଣ ଦେବା ବନ୍ଦ କର…’, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ, ପଚାରିଲେ ତିନୋଟି ପ୍ରଶ୍ନ

ନୂଆଦିଲ୍ଲୀ,୨୨।୫: କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ଆକ୍ରମଣ କରି ତାଙ୍କୁ “ଫାଙ୍କା ଭାଷଣ”...

ଚାର୍ଜସିଟ ଦାଖଲ କଲା CBI, ସେପଟେ ମେଡିକାଲରେ ଭର୍ତ୍ତି ହେଲେ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ, ୨୨।୫: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଜାମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ କିରୁ...

ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ସିବିଆଇ

ଜମ୍ମୁ-କଶ୍ମୀର,(୨୨।୫): କିରୁ ହାଇଡ୍ରୋ ପ୍ରୋଜେକ୍ଟ ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନାଁରେ ଗୁରୁବାର ସିବିଆଇ ଚାର୍ଜସିଟ ଦାଖଲ କରିଛି। ଏପରିକି ସିବିଆଇ...

କୋର୍ଟରେ ମିଳିଲା ସାଂଘାତିକ ପ୍ରମାଣ! ପ୍ରିୟଙ୍କାଙ୍କ ସହ ଜ୍ୟୋତି ପୁରୀରେ…

ପୁରୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ଓଡ଼ିଆ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପୁରୀ ପୋଲିସ ଜେରା କରିଛି। ଜେରା ସମୟରେ ପ୍ରିୟଙ୍କା କହିଛନ୍ତି ଯେ ଜ୍ୟୋତି...

ସୀମା ଟପିଛି ED: ତାମିଲନାଡୁ ମଦ ଦୁର୍ନୀତି ତଦନ୍ତକୁ ଅଟକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨।୫: ସୁପ୍ରିମକୋର୍ଟ ତାମିଲନାଡୁର ରାଜ୍ୟ ପରିଚାଳିତ ମଦ ସଂସ୍ଥା ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ (ଟାସମାକ) ସହ ଜଡ଼ିତ ଅଭିଯୁକ୍ତ ମଦ ଦୁର୍ନୀତି ମାମଲାରେ...

ଜ୍ୟୋତିଙ୍କୁ ନେଇ ମୁହଁ ଖୋଲିଲେ ବାପା: କହିଦେଲେ ବଡ଼ କଥା, ମୋ ଝିଅର…

ନୂଆଦିଲ୍ଲୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଚାରି ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ଗୁରୁବାର ଜ୍ୟୋତିଙ୍କୁ ହିସାର ଜିଲା କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri