Posted inଜାତୀୟ

ଭାରତ ଲୋକ ସଭା ନିର୍ବାଚନର ଲାଇଭ୍‌ ଅପ୍‌ଡେଟ୍‌ ଦେଉଛି ପାକିସ୍ତାନ ଗଣମାଧ୍ୟମ

ନୂଆଦିଲ୍ଲୀ,୧୮।୪: ଭାରତରେ ହେଉଥିବା ଲୋକ ସଭା ନିର୍ବାଚନକୁ ନେଇ ବିଶ୍ୱର ଅନ୍ୟ ଦେଶ ତୁଳନାରେ ପାକିସ୍ତାନର ଆଗ୍ରହ ଖୁବ୍‌ ଅଧିକ ଥିବା ପରିଲକ୍ଷିତ ହୋଇଛି। କାରଣ ପାକିସ୍ତାନ ଗଣମାଧ୍ୟମରେ ଲଗାତାର ଭାବେ ଲୋକ ସଭା ନିର୍ବାଚନର ଟିକିନିଖି ଖବର ପ୍ରଚାର ପ୍ରସାର ହେଉଛି। କେବଳ ସେତିକି ନୁହେଁ ପାକିସ୍ତାନର ପ୍ରତିଷ୍ଠିତ ଇଂରାଜି ଖବର କାଗଜ ଡନ୍‌ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଲାଇଭ୍‌ ଅପଡେଟ୍‌ ମଧ୍ୟ ଦେଉଛି। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ପାକିସ୍ତାନ ଗଣମାଧ୍ୟମରେ ଭାରତ ଲୋକ ସଭା ନିର୍ବାଚନର ଲାଇଭ୍‌ ଅପଡେଟ୍‌ ଦେଉଥିଲା। ହେଲେ ଏହା ପଛର କାରଣ କ’ଣ ତାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ। କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ୍‌ ପ୍ରଶଂସା କରିଥିଲେ। ଯାହାକୁ ନେଇ ପ୍ରଶ୍ନ ଉଠିଥିଲା। ଏଥର ମଧ୍ୟ ନିର୍ବାଚନକୁ ନେଇ ଇମ୍ରାନ ସମ ପରିମାଣର ଆଗ୍ରହ ଦେଖାଉଥିବାରୁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହତାଙ୍ଗ୍‌ରେ ବରଫପାତ: ଅଟକି ରହିଲା ୧୫୦ ଗାଡ଼ି; ୨ଶହ ଲୋକ ଉଦ୍ଧାର

କୁଲ୍ଲୁ/ମନାଲି,୮।୧୦: ରୋହତାଙ୍ଗ୍‌ରେ ପ୍ରବଳ ବରଫପାତ ଜାରି ରହିଛି। ରାସ୍ତାରେ ଅଧଫୁଟ ବରଫ ଜମି ରହିବାରୁ ଯାନାବାହନ ଯାତାୟାତ କରିବା ସମ୍ଭବ ହୋଇ ପାରୁନାହିଁ। ସୋମବାର ରାତିରେ...

ମୁସଲମାନ ଫେରିବାଲାଙ୍କଠାରୁ ସାମଗ୍ରୀ କିଣିଲେ ଜରିମାନା ୫୧୦୦ ଟଙ୍କା, ସୋସିଆଲ ମିଡ଼ିଆରେ ଗୁଜବ…

ଅହମଦାବାଦ, ୩।୭ : ରାଜସ୍ଥାନର ଉଦୟପୁରରେ ହୋଇଥିବା କହ୍ନେୟା ଲାଲଙ୍କ ହତ୍ୟା ଘଟଣା ବିରୋଧରେ ସମଗ୍ର ଦେଶରେ ଉତ୍ତେଜନା ଜାରି ରହିଛି। ଏହି ଘଟଣାର ବିରୋଧରେ...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି: ୭ମ ବେତନ କମିଶନରେ ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୫।୨ : କେନ୍ଦ୍ର ସରକାରଙ୍କ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଖବର ଆସିବାକୁ ଯାଉଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି ଦେବାକୁ...

ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଦେଖିବାକୁ ମିଳିଛି ଭାଜପାର ବିଜୟ

ନୂଆଦିଲ୍ଲୀ,୧୧ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳଫଳ ଉପରେ କେବଳ ଦେଶ ନୁହେଁ ବରଂ ବିଶ୍ୱର ନଜର ରହିଥିଲା । ରାଜନୈତିକ...

କେମିକାଲ୍‌ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ : ୭ ଗୁରୁତର, ୭୦୦ ଲୋକଙ୍କୁ ସ୍ଥାନାନ୍ତର

ଭଦୋଦରା,୩।୬: ଗୁଜରାଟର ଭଦୋଦରାରେ ଏକ ରାସାୟନିକ କାରଖାନାରେ ଗୁରୁବାର ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୭ ଜଣ ଶ୍ରମିକ ଗୁରୁତର ଆହତ...

ପ୍ରବଳ ବର୍ଷା: ଦିଲ୍ଲୀ ଏନ୍‌ସିଆର୍‌ରେ ଅରେଞ୍ଜ ଓ୍ବାର୍ନିଂ ଜାରି

ନୂଆଦିଲ୍ଲୀ,୧୨।୭: ମଙ୍ଗଳବାର ସକାଳେ ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଦିଲ୍ଲୀକୁ ଅରେଞ୍ଜ ଓ୍ବାର୍ନିଂ...

୮୩ ମିନିଟର ଭାଷଣରେ ଦେଶ ବିକାଶଠାରୁ ଆରମ୍ଭ କରି ବିରୋଧୀଙ୍କୁ ଟାର୍ଗେଟ…

ନୂଆଦିଲ୍ଲୀ, ୧୫।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲାଲ କିଲ୍ଲାରୁ ନବମ ଥର ପାଇଁ ଦେଶକୁ ସମ୍ବୋଧିତ କରିଛନ୍ତି। ୭୬ ତମ ସ୍ବାଧୀନତା ଦିବସରେ...

ଗୁଜରାଟ ନିର୍ବାଚନ ପ୍ରଚାର ଶେଷ

ଅହମଦାବାଦ,୪।୧୨: ଦ୍ୱିତୀୟ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଚାଲିଥିବା ହାଇଭୋଲ୍ଟେଜ୍‌ ପ୍ରଚାର ଶନିବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ୫ ତାରିଖରେ ୯୩ ଆସନ...

Advertisement
Archives

Model This Week