ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଦେନକର ତାଙ୍କ ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଟିଂ ସମୟରେ ମେକ୍‌ଅପ୍‌ ଯୋଗୁ ଭୂମିଙ୍କ ମୁହଁ ଜଳିଯାଇଥିବା ଜଣାପଡ଼ିଛି। ମୁହଁରେ ଗମ୍ଭୀର ଭାବରେ ଛାଲ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଭୂମିଙ୍କ ପି ଆର ଟିମ୍‌ ତାଙ୍କର ଏକ ଫଟୋକୁ ସେୟାର କରିଛନ୍ତି। ଯେଉଁଥିରେ ମେକ୍‌ଅପ୍‌ରେ ତାଙ୍କ ମୁହଁ ଜଳିଯାଇଥିବା ଦେଖିବାକୁ ମିଳିଛି। କୌଣସି ଷ୍ଟାରଙ୍କ ପାଇଁ ତାଙ୍କ ଚେହେରା ସବୁଠୁୁ ଗୁରୁତ୍ୱପୂର୍ଣ୍ଣ। ବେଳେ ବେଳେ ଦେଖାଯାଏ ଏଭଳି ଘଟଣା ଘଟିବା ଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ମଧ୍ୟ୍ୟ ହ୍ରାସ ପାଇଥାଏ। ହେଲେ ଭୂମି ତାଙ୍କୁ ମୁହଁରୁ ଏହି ଦାଗ ହଟାଇବା ପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶ ନେଇଥିବା ବେଳେ ନିଜର ସୁଟିଂ ମଧ୍ୟ ଜାରି ରଖିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଷାର ହୀରାନନ୍ଦାନୀ ତୁଲାଇଥିବା ବେଳେ ପ୍ରଯୋଜନା କରିଛନ୍ତି  ଅନୁରାଗ କାଶ୍ୟପ। ‘ସାଣ୍ଡ କି ଆଁଖ’ରେ ଭୂମି ଚନ୍ଦ୍ରୋ ତୋମର ଚରିତ୍ରରେ ନଜର ଆସିବେ। ଯେଉଁଥିରେ ସେ ଜଣେ ବୟସ୍କା ସାର୍ପଶୁଟର ଭାବେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ଏହି ଚରିତ୍ରରେ ଭୂମିଙ୍କ ମେକ୍‌ଅପ୍‌ ପାଇଁ ପ୍ରାୟ ୩ଘଣ୍ଟାର ସମୟ ଲାଗୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୭ବର୍ଷ ପରେ ଏକାଠି ହେଲେ ଦୁଇ ତାରକା

ମୁମ୍ବାଇ,୭।୬: ପୁଣି ଚର୍ଚ୍ଚାରେ ବଲିଉଡର ‘ଧକ-ଧକ ଗାର୍ଲ’ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ମା-ବେହନ’ OTTରେ ରିଲିଜ ହୋଇଛି। ରିଲିଜ ଉପଲକ୍ଷେ ଶନିବାର ରାତିରେ ଏକ…

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ଓଡ଼ିଶାରେ କଙ୍ଗନା: ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ…

ଭୁବନେଶ୍ବର,୫।୬: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଭୁବନେଶ୍ବରରେ ପହଞ୍ଚିଛି। ନିଜ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି।…

ନିଜ ଦୁଇ ସ୍ତ୍ରୀଙ୍କୁ କେତେ ଆଲିମନି ଦେଇଥିଲେ ଆମୀର ଖାନ୍‌? ଜାଣିଲେ ଚମକି ପଡିବେ…

ମୁମ୍ୱାଇ: ୬୧ ବର୍ଷ ବୟସରେ ବଲିଉଡ ସୁପରଷ୍ଟାର ଆମିର ଖାନ ଏବେ ନିଜର ତୃତୀୟ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଖବର ଆସିଛି ଯେ,…

୪୫ ବର୍ଷ ବୟସରେ ମା’ ହେଲେ ଅଭିନେତ୍ରୀ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ୪୫ ବର୍ଷ ବୟସରେ ମା’ ହୋଇଛନ୍ତି। ସେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ଏଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ…

ବରିଷ୍ଠ ଚଳଚ୍ଚିତ୍ର ନିର୍ମାତାଙ୍କ ପରଲୋକ, ଗଢ଼ିଥିଲେ ଅକ୍ଷୟ କୁମାର-ଗୋବିନ୍ଦାଙ୍କ କ୍ୟାରିୟର

ନୂଆଦିଲ୍ଲୀ,୪ା୬: ବଲିଉଡରୁ ଦୁଃଖଦ ଖରାପ ଖବର ଆସିଛି । ଚଳଚ୍ଚିତ୍ର ଶିଳ୍ପ ଆଉ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇଛି । ଚଳଚ୍ଚିତ୍ର ପ୍ରଯୋଜକ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ମୁଁ ଅସୁନ୍ଦରୀ…କାହିଁକି ଏମିତି କହିଲେ ଶାହରୁଖଙ୍କ ଝିଅ

ଅଭିନେତା ଶାହରୁଖ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସୁହାନା ଖାନ ଏବେ ଚର୍ଚ୍ଚାରେ। ସେ ଖୁବ୍‌ଶୀଘ୍ର ବାପାଙ୍କ ସହ ପରଦାରେ ଧୂମ୍‌ ମଚାଇବାକୁ ଯାଉଛନ୍ତି। ଆଜିକାଲି ସୁହାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri