ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଦେନକର ତାଙ୍କ ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଟିଂ ସମୟରେ ମେକ୍‌ଅପ୍‌ ଯୋଗୁ ଭୂମିଙ୍କ ମୁହଁ ଜଳିଯାଇଥିବା ଜଣାପଡ଼ିଛି। ମୁହଁରେ ଗମ୍ଭୀର ଭାବରେ ଛାଲ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଭୂମିଙ୍କ ପି ଆର ଟିମ୍‌ ତାଙ୍କର ଏକ ଫଟୋକୁ ସେୟାର କରିଛନ୍ତି। ଯେଉଁଥିରେ ମେକ୍‌ଅପ୍‌ରେ ତାଙ୍କ ମୁହଁ ଜଳିଯାଇଥିବା ଦେଖିବାକୁ ମିଳିଛି। କୌଣସି ଷ୍ଟାରଙ୍କ ପାଇଁ ତାଙ୍କ ଚେହେରା ସବୁଠୁୁ ଗୁରୁତ୍ୱପୂର୍ଣ୍ଣ। ବେଳେ ବେଳେ ଦେଖାଯାଏ ଏଭଳି ଘଟଣା ଘଟିବା ଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ମଧ୍ୟ୍ୟ ହ୍ରାସ ପାଇଥାଏ। ହେଲେ ଭୂମି ତାଙ୍କୁ ମୁହଁରୁ ଏହି ଦାଗ ହଟାଇବା ପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶ ନେଇଥିବା ବେଳେ ନିଜର ସୁଟିଂ ମଧ୍ୟ ଜାରି ରଖିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଷାର ହୀରାନନ୍ଦାନୀ ତୁଲାଇଥିବା ବେଳେ ପ୍ରଯୋଜନା କରିଛନ୍ତି  ଅନୁରାଗ କାଶ୍ୟପ। ‘ସାଣ୍ଡ କି ଆଁଖ’ରେ ଭୂମି ଚନ୍ଦ୍ରୋ ତୋମର ଚରିତ୍ରରେ ନଜର ଆସିବେ। ଯେଉଁଥିରେ ସେ ଜଣେ ବୟସ୍କା ସାର୍ପଶୁଟର ଭାବେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ଏହି ଚରିତ୍ରରେ ଭୂମିଙ୍କ ମେକ୍‌ଅପ୍‌ ପାଇଁ ପ୍ରାୟ ୩ଘଣ୍ଟାର ସମୟ ଲାଗୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ ୨୭ରେ ରିଲିଜ୍‌ ହେବ ‘କନ୍ନାପା’: ମହାଦେବଙ୍କ ଭୂମିକାରେ ଅକ୍ଷୟ

ହାଇଦ୍ରାବାଦ,୧୫।୬: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଉଥ୍‌ ସିନେମା ତଥା ମଲ୍ଟିଷ୍ଟାରର୍‌ ମୁଭି ‘କନ୍ନାପା’ ଆସନ୍ତା ଜୁନ ୨୭ରେ ରିଲିଜ୍‌ ହେବାକୁ ଯାଉଛି। ରବିବାର ଏହାର...

ଶିବାଙ୍ଗୀ-କୁଶାଲଙ୍କ ବ୍ରେକଅପ୍‌, ୫ ମାସ ହେଲାଣି…

ବମ୍ବେ: ଅଲଗା ହେଲେ ଟେଲି ପରଦାର ଆଉ ଏକ ହିଟ୍‌ ଯୋଡ଼ି। ସୋନି ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ବରସାତେ’ଜରିଆରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି...

ଫାଦର୍ସ ଡେ’ରେ ପିତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିଥିଲେ କପିଲ ଶର୍ମା, କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଆଜିକାଲି ତାଙ୍କ ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ କପିଲ ଶୋ’ ପାଇଁ ଚର୍ଚ୍ଚାରେ ଅଛନ୍ତି। କପିଲଙ୍କ ସହ ଜଡ଼ିତ...

୭୦ କୋଟି, ମୁମ୍ବାଇରେ ଘର, ପିଲାଙ୍କ ପାଇଁ ମାସକୁ ଏତିକି ଲକ୍ଷ ଟଙ୍କା; ଛାଡ଼ପତ୍ର ସମୟରେ କରିସ୍ମାଙ୍କୁ କ’ଣ ଦେଇଥିଲେ ସଞ୍ଜୟ?

ମୁମ୍ବାଇ: ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନସ୍ବାମୀ ସଞ୍ଜୟ କପୁରଙ୍କ ଗୁରୁବାର ଦିନ ପରଲୋକ ଘଟିଛି। ହର୍ସ ପୋଲୋ ଖେଳୁଥିବା ସମୟରେ ହୃଦ୍‌ଘାତ...

ହନିମୁନ୍‌ରେ ଏହି ଅଭିନେତ୍ରୀଙ୍କୁ ଅନ୍ୟ ପୁରଷଙ୍କ ସହ ଶୋଇବାକୁ ବାଧ୍ୟ କରିଥିଲେ ସ୍ବାମୀ: ଆଉ ଏବେ….

ଲଣ୍ଡନରେ ପୋଲୋ ଖେଳୁଥିବା ସମୟରେ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ଏବଂ ବ୍ୟବସାୟୀ ସଞ୍ଜୟ କପୁରଙ୍କ ୫୩ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର...

୩ ଦିନ ପୂର୍ବରୁ ମୃତ୍ୟୁର ଆଭାସ୍‌ ପାଇଯାଇଥିଲେ ସଞ୍ଜୟ କପୁର: ଲେଖିଥିଲେ…

ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁର ୫୩ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ୟୁକେରେ ପୋଲୋ ଖେଳୁଥିବା ସମୟରେ,...

ସଞ୍ଜୟ କପୁରଙ୍କ ପରଲୋକ: ଦୁଃଖରେ ଭାଙ୍ଗିପଡ଼ିଲେ ପୂର୍ବତନ ସ୍ତ୍ରୀ କରିସ୍ମା

ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁର ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ଏହି ଆଶ୍ଚର୍ଯ୍ୟଜନକ ଖବର ପରେ...

କିଏ ସେ ବିମଲ ପାରେଖ? ଯିଏ ଗୋଟିଏ ସେକେଣ୍ଡରେ ଆମିର ଖାନଙ୍କୁ କରିଦେଇପାରନ୍ତି କାଙ୍ଗାଳ 

ମୁମ୍ବାଇ: ପ୍ରତିବର୍ଷ ଅଭିନେତାମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଯେତେବେଳେ ସୁପରଷ୍ଟାର ଆମିର ଖାନଙ୍କ କଥା ଆସେ, ତାଙ୍କ ଫିଲ୍ମ କୋଟି କୋଟି ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri