ଇଭିଏମ୍‌ ଭଙ୍ଗାରୁଜା ଘଟଣା :ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶଙ୍କ ଭିଡିଓ ବାର୍ତ୍ତା ଭାଇରାଲ

ପୁରୀ ଅଫିସ/ଭୁବନେଶ୍ୱର,୨୭ା୪ (ବ୍ୟୁରୋ): ବୁଥ୍‌ରେ ପଶି ଇଭିଏମ୍‌ ଭଙ୍ଗାରୁଜା ଏବଂ ପୋଲିଂ ଅଧିକାରୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ତଥା ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ରଙ୍କୁ ପୋଲିସ ଗିରଫ କରିବାକୁ ଖୋଜା ଚଳାଇଛି। ସେ ଫେରାର ଥିବାରୁ ତାଙ୍କ ବିରୋଧରେ ପୋଲିସ ଗୁରୁବାର ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ଏଭଳି ସ୍ଥିତିରେ ଓମ୍‌ପ୍ରକାଶଙ୍କ ଏକ ଭିଡିଓ ବାର୍ତ୍ତା ଶୁକ୍ରବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ଓମ୍‌ପ୍ରକାଶ କହିଛନ୍ତି, ଘଟଣାରେ ପ୍ରଶାସନର ଭୂମିକା କ’ଣ ରହିଛି, ବୁଥ୍‌ ରିଗିଂରେ କେଉଁମାନେ ଦୋଷୀ ତାହାର ନିରପେକ୍ଷ ଭାବେ ତଦନ୍ତ କରାଯାଉ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହି ନିରପେକ୍ଷ ତଦନ୍ତରେ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଦଣ୍ଡ ପାଇବା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ନିର୍ବାଚନମଣ୍ଡଳୀର ବୀରକେଶରୀପୁର, ଜାଗୁଳାଇପଦର, ଦୋଛିଆଁ, ନୂଆଗାଁ ଭଳି ୭ଟି ବୁଥ୍‌ର ତଦନ୍ତ କରାଯାଉ। ଏହିସବୁ ବୁଥ୍‌ରେ ମୃତ୍ୟୁ ଘଟିସାରିଥିବା, ଅଞ୍ଚଳରେ ରହୁ ନ ଥିବା ଭୋଟରଙ୍କ ପାଇଁ ଜୋର୍‌ଜବରଦସ୍ତ ମତଦାନ କରାଯାଇଛି। ହେଲେ ବୀରକେଶରୀପୁର ୭୮ ନଂ. ବୁଥ୍‌ରେ ସବୁ କଥାର ସୀମା ଟପିଗଲା, ଯେଉଁଥିପାଇଁ ସେଠି ପହଞ୍ଚତ୍ବାକୁ ବାଧ୍ୟ ହୋଇଥିଲି। ଭାଜପା କାର୍ଯ୍ୟକର୍ତ୍ତା ପହଞ୍ଚତ୍ବା ବେଳକୁ ସେମାନଙ୍କ ଭୋଟ ଦିଆ ସରିଥିଲା। ଜଣେ ବ୍ୟକ୍ତି ଅନ୍ୟମାନଙ୍କ ଭୋଟ ଦେଉଥିଲେ, ଯାହା ସୁସ୍ଥ ଗଣତନ୍ତ୍ରର ନମୁନା ନୁହେଁ ବୋଲି ଓମ୍‌ପ୍ରକାଶ ଭିଡିଓରେ କହିଛନ୍ତି। ପ୍ରଶାସନ ଯେଉଁଭଳି ଭାବେ ଏହାକୁ ପ୍ରଶ୍ରୟ ଦେଇଛି ତାହା ଦୁଃଖର କଥା। ସରକାରୀ ଦଳ ପ୍ରଶାସନକୁ ଲଗାଇ ରାଜନୈତିକ ଫାଇଦା ନେବା ପାଇଁ ଏହା କରିଛନ୍ତି। ବିଜେଡିର ଗୁଣ୍ଡାମାନେ ସେଦିନ ଇଭିଏମ୍‌ ଭାଙ୍ଗିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ପ୍ରିଜାଇଡିଂ ଅଫିସରଙ୍କ ଉପରେ ଚାପ ପକାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଏକ କମିଟି ଗଠନ କରାଯାଇ ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଓମ୍‌ପ୍ରକାଶ କହିଛନ୍ତି।
ଏ ସମ୍ପର୍କରେ ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ର କହିଛନ୍ତି ଯେ, ଭାଜପା ଏଭଳି ଜଣେ ବ୍ୟକ୍ତିଙ୍କୁ ସତ୍ୟବାଦୀରୁ ପ୍ରାର୍ଥୀ କରିଥିଲା, ଯିଏ ଇଭିଏମ୍‌ ଭାଙ୍ଗିଲେ, ଗୁଣ୍ଡାଗର୍ଦ୍ଦି କରିବା ସହ ଆଇନ ଓ ପୋଲିସ୍‌ର ସାମ୍ନା କରି ନ ପାରି ପଳାୟନପନ୍ଥୀ ହେଲେ। ପୋଲିସଠାରୁ ଲୁଚୁଥିବା ଏଭଳି ଜଣେ ଆପରାଧିକ ବ୍ୟକ୍ତିଙ୍କ ମତ ଉପରେ ପ୍ରତିକ୍ରିୟା ରଖିବା ଠିକ୍‌ ନୁହେଁ। ତାଙ୍କ ମତ ଉପରେ ପ୍ରତିକ୍ରିୟା ରଖିବା ଅର୍ଥାତ୍‌ ଜଣେ ଅପରାଧୀଙ୍କ କଥା ଉପରେ ମତ ରଖିବା ସହ ସମାନ ବୋଲି ପାତ୍ର କହିଛନ୍ତି।
ସୂଚନାଥାଉ କି, ମତଦାନ ଚାଲିଥିବା ବେଳେ ଓମ୍‌ପ୍ରକାଶ ତାଙ୍କ ସହଯୋଗୀଙ୍କ ସହ ୭୮ନଂ. ବୁଥ୍‌ରେ ପହଞ୍ଚତ୍ ପୋଲିଂ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ। ଏପରି କି ଇଭିଏମ୍‌କୁ ଭାଙ୍ଗିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଫିଙ୍ଗାଫୋପଡ଼ା ଏବଂ ଚିରାଚିରି କରିଥିଲେ ବୋଲି କଣାସ ବ୍ଲକର ଗଡ଼ିଶାଗଦା ଥାନାରେ ଅଭିଯୋଗ ହୋଇଥିଲା। ଏହା ପରଠାରୁ ଓମ୍‌ପ୍ରକାଶ ଫେରାର୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୨ ହଜାର ଭୋଟରେ ଜିତିଲେ ବସୁନ୍ଧରା

ଜୟପୁର,୩।୧୨: ୫ ବର୍ଷର ବ୍ୟବଧାନ ପରେ ଭାଜପା ପୁଣି ରାଜସ୍ଥାନରେ କ୍ଷମତାକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭାଜପା ୧୧୫ ଆସନରେ ଆଗୁଆ ରହିଥିବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ଝରସୁଗୁଡାରେ ୨୦.୩୮ ପ୍ରତିଶତ ମତଦାନ...

ଝାରସୁଗୁଡା ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ମତଦାନ ଚାଲିଥିବା ବେଳେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ସକାଳ ୭ଟାରୁ ଆରମ୍ଭ ହୋଇ...

ଆଜି କର୍ନାଟକ ବିଧାନସଭା ନିର୍ବାଚନ: ୫.୩ କୋଟି ଭୋଟର ନିର୍ଣ୍ଣୟ କରିବେ ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ…

ବେଙ୍ଗାଲୁରୁ,୧୦।୫ : ଆଜି କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ କରାଯାଉଛି। ରାଜ୍ୟର ୫.୩ କୋଟି ଭୋଟର ନିର୍ବାଚନୀ ମଇଦାନରେ ଥିବା ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ...

ଝାରସୁଗୁଡ଼ା ଉପନିର୍ବାଚନ: ଟଙ୍କଧର ଭାଜପା ପ୍ରାର୍ଥୀ

ଭୁବନେଶ୍ୱର, ୧୨।୪(ବ୍ୟୁରୋ)-ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ପ୍ରଦାନ...

ଲଗାତର ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ

ପାଣାଜୀ,୨୮।୩: ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ। ରାଜଧାନୀ ପାଣାଜୀସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଏକ ସମାରୋହରେ...

ବିଧାନ ପରିଷଦ ପ୍ରାର୍ଥୀ ଘୋଷଣା କଲା ଏସ୍‌ପି

ଲକ୍ଷ୍ନୌ,୧୭।୩: ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନ ପାଖେଇ ଆସୁଛି। ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ସମାଜବାଦୀ ପାର୍ଟି(ଏସ୍‌ପି) ଏବେ ବିଧାନ ପରିଷଦ ପାଇଁ...

କଂଗ୍ରେସର ୯୭ ପ୍ରତିଶତ-ବିଏସ୍‌ପିର ୭୨ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଲେ…

ଲକ୍ଷ୍ନୌ, ୧୨।୩ : ଉତ୍ତରପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି, ସମାଜବାଦୀ ପାର୍ଟି ଏହାକୁ ପ୍ରତ୍ୟେକ ଆସନରେ କଡ଼ା ମୁକାବିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri