ଇଭିଏମ୍‌ ଭଙ୍ଗାରୁଜା ଘଟଣା :ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶଙ୍କ ଭିଡିଓ ବାର୍ତ୍ତା ଭାଇରାଲ

ପୁରୀ ଅଫିସ/ଭୁବନେଶ୍ୱର,୨୭ା୪ (ବ୍ୟୁରୋ): ବୁଥ୍‌ରେ ପଶି ଇଭିଏମ୍‌ ଭଙ୍ଗାରୁଜା ଏବଂ ପୋଲିଂ ଅଧିକାରୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ତଥା ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ରଙ୍କୁ ପୋଲିସ ଗିରଫ କରିବାକୁ ଖୋଜା ଚଳାଇଛି। ସେ ଫେରାର ଥିବାରୁ ତାଙ୍କ ବିରୋଧରେ ପୋଲିସ ଗୁରୁବାର ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ଏଭଳି ସ୍ଥିତିରେ ଓମ୍‌ପ୍ରକାଶଙ୍କ ଏକ ଭିଡିଓ ବାର୍ତ୍ତା ଶୁକ୍ରବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ଓମ୍‌ପ୍ରକାଶ କହିଛନ୍ତି, ଘଟଣାରେ ପ୍ରଶାସନର ଭୂମିକା କ’ଣ ରହିଛି, ବୁଥ୍‌ ରିଗିଂରେ କେଉଁମାନେ ଦୋଷୀ ତାହାର ନିରପେକ୍ଷ ଭାବେ ତଦନ୍ତ କରାଯାଉ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହି ନିରପେକ୍ଷ ତଦନ୍ତରେ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଦଣ୍ଡ ପାଇବା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ନିର୍ବାଚନମଣ୍ଡଳୀର ବୀରକେଶରୀପୁର, ଜାଗୁଳାଇପଦର, ଦୋଛିଆଁ, ନୂଆଗାଁ ଭଳି ୭ଟି ବୁଥ୍‌ର ତଦନ୍ତ କରାଯାଉ। ଏହିସବୁ ବୁଥ୍‌ରେ ମୃତ୍ୟୁ ଘଟିସାରିଥିବା, ଅଞ୍ଚଳରେ ରହୁ ନ ଥିବା ଭୋଟରଙ୍କ ପାଇଁ ଜୋର୍‌ଜବରଦସ୍ତ ମତଦାନ କରାଯାଇଛି। ହେଲେ ବୀରକେଶରୀପୁର ୭୮ ନଂ. ବୁଥ୍‌ରେ ସବୁ କଥାର ସୀମା ଟପିଗଲା, ଯେଉଁଥିପାଇଁ ସେଠି ପହଞ୍ଚତ୍ବାକୁ ବାଧ୍ୟ ହୋଇଥିଲି। ଭାଜପା କାର୍ଯ୍ୟକର୍ତ୍ତା ପହଞ୍ଚତ୍ବା ବେଳକୁ ସେମାନଙ୍କ ଭୋଟ ଦିଆ ସରିଥିଲା। ଜଣେ ବ୍ୟକ୍ତି ଅନ୍ୟମାନଙ୍କ ଭୋଟ ଦେଉଥିଲେ, ଯାହା ସୁସ୍ଥ ଗଣତନ୍ତ୍ରର ନମୁନା ନୁହେଁ ବୋଲି ଓମ୍‌ପ୍ରକାଶ ଭିଡିଓରେ କହିଛନ୍ତି। ପ୍ରଶାସନ ଯେଉଁଭଳି ଭାବେ ଏହାକୁ ପ୍ରଶ୍ରୟ ଦେଇଛି ତାହା ଦୁଃଖର କଥା। ସରକାରୀ ଦଳ ପ୍ରଶାସନକୁ ଲଗାଇ ରାଜନୈତିକ ଫାଇଦା ନେବା ପାଇଁ ଏହା କରିଛନ୍ତି। ବିଜେଡିର ଗୁଣ୍ଡାମାନେ ସେଦିନ ଇଭିଏମ୍‌ ଭାଙ୍ଗିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ପ୍ରିଜାଇଡିଂ ଅଫିସରଙ୍କ ଉପରେ ଚାପ ପକାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଏକ କମିଟି ଗଠନ କରାଯାଇ ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଓମ୍‌ପ୍ରକାଶ କହିଛନ୍ତି।
ଏ ସମ୍ପର୍କରେ ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ର କହିଛନ୍ତି ଯେ, ଭାଜପା ଏଭଳି ଜଣେ ବ୍ୟକ୍ତିଙ୍କୁ ସତ୍ୟବାଦୀରୁ ପ୍ରାର୍ଥୀ କରିଥିଲା, ଯିଏ ଇଭିଏମ୍‌ ଭାଙ୍ଗିଲେ, ଗୁଣ୍ଡାଗର୍ଦ୍ଦି କରିବା ସହ ଆଇନ ଓ ପୋଲିସ୍‌ର ସାମ୍ନା କରି ନ ପାରି ପଳାୟନପନ୍ଥୀ ହେଲେ। ପୋଲିସଠାରୁ ଲୁଚୁଥିବା ଏଭଳି ଜଣେ ଆପରାଧିକ ବ୍ୟକ୍ତିଙ୍କ ମତ ଉପରେ ପ୍ରତିକ୍ରିୟା ରଖିବା ଠିକ୍‌ ନୁହେଁ। ତାଙ୍କ ମତ ଉପରେ ପ୍ରତିକ୍ରିୟା ରଖିବା ଅର୍ଥାତ୍‌ ଜଣେ ଅପରାଧୀଙ୍କ କଥା ଉପରେ ମତ ରଖିବା ସହ ସମାନ ବୋଲି ପାତ୍ର କହିଛନ୍ତି।
ସୂଚନାଥାଉ କି, ମତଦାନ ଚାଲିଥିବା ବେଳେ ଓମ୍‌ପ୍ରକାଶ ତାଙ୍କ ସହଯୋଗୀଙ୍କ ସହ ୭୮ନଂ. ବୁଥ୍‌ରେ ପହଞ୍ଚତ୍ ପୋଲିଂ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ। ଏପରି କି ଇଭିଏମ୍‌କୁ ଭାଙ୍ଗିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଫିଙ୍ଗାଫୋପଡ଼ା ଏବଂ ଚିରାଚିରି କରିଥିଲେ ବୋଲି କଣାସ ବ୍ଲକର ଗଡ଼ିଶାଗଦା ଥାନାରେ ଅଭିଯୋଗ ହୋଇଥିଲା। ଏହା ପରଠାରୁ ଓମ୍‌ପ୍ରକାଶ ଫେରାର୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri