ଇଭିଏମ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ ଭାଙ୍ଗିବା ମାମଲା : ଜେଲରେ ଭାଜପା ପ୍ରାର୍ଥୀ ନୀଳମଣି

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ସୋରଡା ବ୍ଲକ ରେଣ୍ଟି ବୁଥ୍‌ରେ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌ ଭାଙ୍ଗିବା ମାମଲାରେ ଭାଜପା ପ୍ରାର୍ଥୀ ନୀଳମଣି ବିଷୋୟୀ ଗିରଫ ହୋଇ ଜେଲ ଯାଇଛନ୍ତି। ଶୁକ୍ରବାର ଛତ୍ରପୁରସ୍ଥିତ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଉପରୋକ୍ତ ସୂଚନା ଦେଇଛନ୍ତି। ସୋରଡା ପୋଲିସ ଏନେଇ ଏକ ମାମଲା ନଂ.୫୭/୧୯ ରୁଜୁ କରି ଗୁରୁବାର ରାତିରେ ନୀଳମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ସୋରଡା ଜେଲକୁ ପଠାଇ ଦିଆଯାଇଥିଲା। ନୀଳମଣିଙ୍କ ଉପରେ ଆଇପିସିର ୧୪୩, ୪୪୮, ୧୪୯, ୩୫୩ ଓ ୪୨୭ ଧାରା, ଆର୍‌ପି ଆକ୍ଟ (ରିପ୍ରେଜେଣ୍ଟେସନ୍‌ ଅଫ୍‌ ଦ ପିପୁଲ୍‌)ର ୧୩୧,୧୩୨, ୧୩୫(ଏ) ଓ ୧୩୬ ଧାରା ଏବଂ ପିଡିପିପି (ପ୍ରିଭେନସନ୍‌ ଅଫ୍‌ ଡ୍ୟାମେଜ୍‌ ଟୁ ପବ୍ଲିକ୍‌ ପ୍ରପର୍ଟି) ଆକ୍ଟର ୩ ଧାରା ଲଗାଇ ମାମଲା ରୁଜୁ ହୋଇଥିବା ଏସପି କହିଛନ୍ତି। ଅପରପକ୍ଷରେ ଭୋଟ ଗ୍ରହଣ ବେଳେ ରିଗିଂ ହୋଇଥିବା ନେଇ ନୀଳମଣିଙ୍କ ପକ୍ଷରୁ ସୋରଡା ଥାନାରେ ଦିଆଯାଇଥିବା ଏତଲା ଉପରେ ମାମଲା ରୁଜୁ ହୋଇ ନ ଥିବା ଏସ୍‌ପି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ: ରୋଗୀ ସେବା ଠପ୍‌

ବେଗୁନିଆପଡ଼ା,୭।୨(ଡି.ଏନ୍‌.ଏ.): ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏଭଳିସ୍ଥିତିରେ ଗଞ୍ଜାମ ଜିଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ...

ଘରୁ ନ ବାହାରିବାକୁ ହାତ ଯୋଡ଼ି ନିବେଦନ କଲା ପୋଲିସ

ଛତ୍ରପୁର,୨୬ା୩(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ କରାଯାଇଛି। ଘରୁ ନ ବାହାରିବା ନିମନ୍ତେ ଲୋକଙ୍କୁ ଯେତେ ସଚେତନ କରାଯାଉଥିଲେ ମଧ୍ୟଧ୍‌ କେତେଜଣ ଏହାକୁ...

ଅବ୍ୟବସ୍ଥାରେ ଗଞ୍ଜାମ ଦୋଳଯାତ୍ରା: ୯୦ ପ୍ରତିଶତ ଲୋକଙ୍କ ମୁହଁରେ ନାହିଁ ମାସ୍କ

ଗଞ୍ଜାମ,୨୮।୩(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ରବିବାର ଦୋଳଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଦୋଳଯାତ୍ରାରେ ୧୬ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଛି । ତେବେ ଏହି ଯାତ୍ରା ଦେଖିବାକୁ ଲୋକଙ୍କ...

ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା ଘଟଣା: ୮ ଗିରଫ

ଧରାକୋଟ,୨୬ା୫(ଡି.ଏନ.ଏ.)- ଧରାକୋଟ ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଅଲେଖ ନାହାକଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା...

ରାଜ୍ୟ ଜଳସମ୍ପଦ ବିଭାଗ ଟିମ୍‌ଙ୍କ ରାମେୟାପାଟଣା ଗସ୍ତ

ଚିକିଟି,୨୧।୮(ଡି.ଏନ.ଏ.)-ରାଜ୍ୟ ଜଳସମ୍ପଦ ବିଭାଗର ଏକ ସ୍ବତନ୍ତ୍ର ବୈଷୟୀକ ଟିମ୍‌ ବୁଧବାର ମଧ୍ୟାହ୍ନରେ ଚିକିଟି ବ୍ଲକ୍‌ ସମୁଦ୍ରତଟବର୍ତ୍ତୀ ଗ୍ରାମ ରାମେୟାପାଟଣାରେ ପହଞ୍ଚତ୍ଥିଲେ। ଗତ ୧୪ ତାରିଖରେ ଜୁଆର...

ଚଳିତ ଶିକ୍ଷାବର୍ଷରୁ କଞ୍ଚୁରୁ ହାଇସ୍କୁଲରେ ଯୁକ୍ତଦୁଇ କଳା ପାଠ୍ୟକ୍ରମ

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଶିକ୍ଷାବର୍ଷ ୨୦୨୩-୨୪ରୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଧୀନ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ...

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଗଞ୍ଜାମ ଜିଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲାରେ ସରକାରୀ...

ଗୁଣ୍ଡିରିବାଡ଼ିରେ ବାଘୁଣୀ ପାଦଚିହ୍ନ

ଭଞ୍ଜନଗର,୧୧।୧୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଲଣ୍ଡେଇ ପାହାଡ଼ ନିକଟସ୍ଥ ଗୁଣ୍ଡିରିବାଡ଼ି ରାଜସ୍ବ ଗ୍ରାମ ନିକଟ ଜଙ୍ଗଲରେ ଏକ କଲରାପତରିଆ...

Advertisement
Archives

Model This Week