ଇଭିଏମ୍‌ରେ ତ୍ରୁଟି, ପରିଚାଳନାରେ ଅବ୍ୟବସ୍ଥା: ବହୁ ବୁଥ୍‌ରେ ମତଦାନ ବିଳମ୍ବିତ

ଅନୁଗୋଳ ଅଫିସ/ ବଅଁରପାଳ/ ପାଲଲହଡ଼ା/ ଛେଣ୍ଡିପଦା/ ବଇଣ୍ଡା/ ଆଠମଲ୍ଲିକ/ ତାଳଚେର, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ହୋଇଥିବା ମୋଟ୍‌ ୧୧୬୩ ବୁଥ୍‌ ମଧ୍ୟରୁ ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଓ ପରିଚାଳନାଗତ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଭୋଟରମାନେ ସକାଳୁ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇଥିଲେ ବି କେଉଁଠି ଅଧଘଣ୍ଟା ତ ଆଉ କେଉଁଠି ଘଣ୍ଟା ଘଣ୍ଟା ଧରି ମତଦାନ ବିଳମ୍ବିତ ହୋଇଥିଲା। ଏପରି କି ଏକାଧିକ ବୁଥ୍‌ରେ ରାତି ୧୦ଟା ପରେ ବି ଭୋଟ୍‌ ନିଆଯାଇଥିବା ଦେଖାଯାଇଥିଲା। ପରିଚାଳନାରେ ଏପରି ଅବ୍ୟବସ୍ଥା ଯୋଗୁ ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଦୀର୍ଘ ୩ ମାସ ହେବ ପ୍ରଶିକ୍ଷଣ ଓ ପ୍ରସ୍ତୁତି କରାଯାଇଥିଲେ ମଧ୍ୟ ଜିଲାରେ ମତଦାନ ଏପରି ବିଳମ୍ବିତ ହେବା ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରଶାସନ ପକ୍ଷରୁ ମକ୍‌ ପୋଲ ସମୟରେ କେତେକ ବୁଥ୍‌ରେ ଇଭିଏମ୍‌ ଖୋଲି ନ ଥିବାବେଳେ ଭିଭିପିଏଟି ମଧ୍ୟ କାମ କରି ନ ଥିଲା। ସେହିପରି ଅନେକ ବୁଥରେ ମତଦାନ ଆରମ୍ଭ ହୋଇଥିଲେ ବି ପୋଲିଂ ପାର୍ଟିଙ୍କ ପରିଚାଳନାରେ ତ୍ରୁଟି କାରଣରୁ ଇଭିଏମ୍‌ ଓ ଭିଭିପାର୍ଟ ମେଶିନ୍‌ ଅଚଳ ହୋଇପଡ଼ିଥିଲା। ପ୍ରଶାସନ ପକ୍ଷରୁ ତ୍ରୁଟିରେ ସୁଧାର ଅଣାଯାଇଥିଲେ ମଧ୍ୟ ମତଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଅନୁଗୋଳ ନିର୍ବାଚନମଣ୍ଡଳୀର ହେମସୁରପଡ଼ା ଠାରେ ଉତ୍ତରପଡ଼ା ବିଦ୍ୟାଳୟରେ ହୋଇଥିବା ୨୮ ଓ ୨୯ ନମ୍ବର ବୁଥ୍‌ରେ ବାରମ୍ବାର ଇଭିଏମ୍‌ ଓ ଭିଭିପିଏଟିରେ ତ୍ରୁଟି ଦେଖିବାକୁ ମିଳିଥିଲା। ଜିଲାରେ ହୋଇଥିବା ମଡେଲ ବୁଥ୍‌ ଗୁଡ଼ିକ ଠିକ୍‌ ଭାବେ ପରିଚାଳିତ ହେଉ ନ ଥିବା ମଧ୍ୟ ଭୋଟରମାନେ ଅଭିଯୋଗ କରିଛନ୍ତି। ତେବେ ୧୭ ଇଭିଏମ୍‌ ଓ ୮ ଭିଭିପିଏଟି ଅଚଳ ହୋଇଥିବା ସୂଚନା ମିଳିଛି। ସେହିପରି ବଅଁରପାଳ ବ୍ଲକରେ ମୋଟ୍‌ ୧୭୫ଟି ବୁଥ୍‌ କରାଯାଇଥିଲା। ତେବେ କେତେକ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଯୋଗୁ ଭୋଟଗ୍ରହଣ ବିଳମ୍ବିତ ହୋଇଥିଲା। ଗଡ଼ସନ୍ତ୍ରୀ ଜାମ୍ବୁସାହି ଠାରେ ଥିବା ୧୨୮ ନମ୍ବର ବୁଥ୍‌ରେ ଅପରାହ୍ନ ୨ଟା ୪୫ ପର୍ଯ୍ୟନ୍ତ ଲୋକ ସଭା ଇଭିଏମ୍‌ରେ ୬୧୩ ପୋଲିଂ ହୋଇଥିବାବେଳେ ବିଧାନସଭା ଇଭିଏମ୍‌ରେ ୬୧୮ ପୋଲିଂ ହୋଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବଅଁରପାଳ ବିଡିଓ ସ୍ବରୂପା ନନ୍ଦ ସାହୁ ପହଞ୍ଚତ୍ ବୁଝାସୁଝା କରିଥିଲେ।

ସେହିପରି ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ଲୋକ ସଭା ପାଇଁ ମୋଟ୍‌ ୨ଟି ବାଲାଟ ୟୁନିଟ୍‌, ୨ଟି କଣ୍ଟ୍ରୋଲ ୟୁନିଟ ସହ ୮ଟି ଭିଭିପିଏଟିରେ ତ୍ରୁଟି ଦେଖାଦେଇଥିଲା। ବିଧାନସଭା ପାଇଁ ୨ ବାଲାଟ ୟୁନିଟ, ଗୋଟିଏ କଣ୍ଟ୍ରୋଲ ୟୁନିଟ ସହ ୩ ଟି ଭିଭିପିଏଟି ଖରାପ ହୋଇଥିବା ପାଲଲହଡ଼ା ନିର୍ବାଚନ ଅଧିକାରୀ ଅଜିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ତେବେ ସବୁ ମେଶିନ ୧୫ରୁ ୨୦ ମିନିଟ ମଧ୍ୟରେ ସଜଡା ଯାଇଥିବା ପ୍ରଧାନ କହିଛନ୍ତି। ନଗିରା ପଞ୍ଚାୟତ ୫ନଂ. ବୁଥରେ ଇଭିଏମ୍‌ ତ୍ରୁଟି ଯୋଗୁ ବିଳମ୍ବ ହୋଇଥିଲା। ଛେଣ୍ଡିପଦା ବିଧାନସଭା କ୍ଷେତ୍ର ଅଧୀନ ପାଟକମୁଣ୍ଡା ପଞ୍ଚାୟତର ତେବୁଡ, ଖମାର ୧୩ ନଂ ବୁଥ, ପାତ୍ରପଡା ପଞ୍ଚାୟତର ପିପଳବାହାଳ, ଛେଣ୍ଡିପଦା ଉଚ୍ଚବିଦ୍ୟାଳୟର ୫୦ ନଂ. ବୁଥ, କୁମୁରସିଂହ ବିଦ୍ୟାଳୟ, ଖମାର ୧୫ନଂ ବୁଥ, ମାରୁଢିପ ୩ନଂ ବୁଥ, ବାଲିନାଳି ବୁଥରେ ଇଭିଏମ୍‌ରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଥିଲା। ଅନୁଗୋଳରୁ ନୂତନ ମେଶିନ ଆସିଲା ପରେ ମତଦାନ ସ୍ବାଭାବିକ ହୋଇଥିଲା। ମାରୁଢିପ, ବରସାହିର ୧୫ନଂ ବୁଥ, ବାଲିନାଳି ବୁଥ, ଦୁର୍ଗାପୁର ଟାଙ୍ଗରସାହି ଆଦି ବୁଥ୍‌ରେ ୫ ଘଣ୍ଟା ମତଦାନ ବିଳମ୍ବ ହୋଇଥିଲା। ସେହିପରି ଆଠମଲ୍ଲିକ ମନ୍ଦରବାହାଳ ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ରରେ ଇଭିଏମ୍‌ ଅଚଳ ହେବା ଯୋଗୁ ପ୍ରାୟ ୩ ଶହ ଭୋଟର ଭୋଟ ନ ଦେଇ ଫେରିଯାଇଥିବା ଅଭିଯୋଗ ହୋଇଛି। ବୁଥ୍‌ ନଂ. ୧୪୯, ୪୫, ୫୫, ୫୧, ୧୦, ୧୫୪, ୧୩୩ ରେ ଇଭିଏମ୍‌ ଅଚଳ ଯୋଗୁ ୨ ଘଣ୍ଟା ମତଦାନ ବିଳମ୍ବ ହୋଇଥିଲା। ନୂତନ ଇଭିଏମ୍‌ ଲଗାଯିବା ପରେ ଭୋଟ ଗ୍ରହଣ କରାଯାଇଥିଲା। ୬୦, ୨, ୧୮୫, ୯୦, ୧୦୦, ୧୮୭  ବୁଥ୍‌ରେ ମଧ୍ୟ ବିଳମ୍ବରେ ଭୋଟ ଗ୍ରହଣ ହୋଇଥିଲା। ତେବେ ପୁରୁଣାମାଣତ୍ରି ଗ୍ରାମରେ ୧୮୮ ନମ୍ବର ବୁଥ୍‌ରେ ରାତି ୯ଟାରେ ଭୋଟ ଗ୍ରହଣ ଶେଷ ହୋଇଥିବା ଜଣାପଡିଛି। ସେହିପରି ତାଳଚେରର ୧୭୯ ନଂ. ଓ ଅନ୍ୟ କେତେକ ବୁଥରେ ମତଦାନ ମଧ୍ୟ ଇଭିଏମ୍‌ରେ ତ୍ରୁଟି ଯୋଗୁ ବିଳମ୍ବିତ ହୋଇଥିଲା। ଇଭିଏମ୍‌ ଓ ପରିଚାଳନାରେ ତ୍ରୁଟି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମନୋଜ କୁମାର ମହାନ୍ତି କହିଛନ୍ତି, ଯେଉଁଠି ଇଭିଏମ୍‌ ଓ ଭିଭିପାର୍ଟ ମେସିନ୍‌ ଅଚଳ ହୋଇଥିଲା ଖବର ପାଇବା ପରେ ତୁରନ୍ତ ତାହାକୁ ବଦଳା ଯାଇଥିଲା। ତେବେ ଜିଲାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ବୁଡି ଛାତ୍ର ମୃତ

ବ୍ରହ୍ମଗିରି, ୯ା୬(ଡି.ଏନ୍‌.ଏ.)-ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅପିଠି ଗ୍ରାମରେ ରବିବାର ଜଣେ ୬ଷ୍ଠ ଶ୍ରେଣୀର ଛାତ୍ର ନଦୀରେ ଭାସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,...

ଅବ୍ୟବସ୍ଥା ଘେରରେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ନୂଆଗାଁ,୨୪।୪(ଡି.ଏନ.ଏ.)-ନୟାଗଡ ଜିଲା ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ତା’ ଅଧୀନରେ ଥିବା ୪ ଗୋଟି ସରକାରୀ ଚିକିତ୍ସାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଥିନେଇ...

ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା: ବ୍ଲକ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା

ମୋରଡା,୨୫ା୧୧(ଡି.ଏନ.ଏ): ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା ପ୍ରତିବାଦରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତର ଆଣୁଆ ଗ୍ରାମବାସୀ ଶୁକ୍ରବାର ବ୍ଲକ ଅଫିସ ଆଗରେ...

୨୦ରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି, ୧୭।୮ (ଡି.ଏନ୍‌.ଏ.): ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲା ଗସ୍ତରେ ଆସିବେ। ଏନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଅନୁଗୋଳ ଅଫିସ, ୧୯।୪- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଶେଷ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋର ଧରିଛି। ଇତିମଧ୍ୟରେ ପ୍ରଚାର ପାଇଁ ପ୍ରାର୍ଥୀଙ୍କ...

ସକାଳ ହେଲେ ପରିବାର ମୁହଁରେ ଆହାର ଦେବାକୁ ଚିନ୍ତା

ସମ୍ବଲପୁର,୩୧।୩(ବ୍ୟୁରୋ)-କରୋନା ଭୂତାଣୁ ଭୟ ସମସ୍ତଙ୍କ ଭିତରେ ଭୟ ସୃଷ୍ଟି କରିଛି। କରୋନା କଟକଣା ଶ୍ରମିକ, ଛୋଟ ଚା, ପାନ, ଜଳଖିଆ ଦୋକାନୀଙ୍କୁ କଷଣ ଦେଇଛି ।...

ରାତିଅଧିଆ ଚାଲିଛି ଗ୍ରାମ୍ୟ ଉନ୍ନୟନ ରାସ୍ତା କାମ

କୋରେଇ,୨୧ା୨(ଡି.ଏନ.ଏ):ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ତଥା ପଞ୍ଚାୟତକୁ ସଂଯୋଗୀକରଣ ନିମନ୍ତେ ସମୁଦାୟ ୧୩ଟି ରାସ୍ତାର ମରାମତି ଓ ପ୍ରଶସ୍ତିକରଣ ଆରମ୍ଭ ହୋଇଛି...

ଛଟେଇ ଆରମ୍ଭ କଲେଣି ଠିକା ସଂସ୍ଥା

ଝାରସୁଗୁଡା ଅଫିସ,୯ା୫: ଝାରସୁଗୁଡାରେ ଏବେ ଠିକା ସଂସ୍ଥାଗୁଡିକ ଛଟେଇ ଆରମ୍ଭ କଲେଣି। ଫଳରେ ବାହାର ଅଞ୍ଚଳରୁ ଆସୁଥିବା ଶ୍ରମିକ ଏବେ ଘର ମୁହାଁ ହେଲେଣି। ଝାରସୁଗୁଡା...

Advertisement
Archives

Model This Week