ଇଭିଏମ୍‌ରେ ତ୍ରୁଟି, ପରିଚାଳନାରେ ଅବ୍ୟବସ୍ଥା: ବହୁ ବୁଥ୍‌ରେ ମତଦାନ ବିଳମ୍ବିତ

ଅନୁଗୋଳ ଅଫିସ/ ବଅଁରପାଳ/ ପାଲଲହଡ଼ା/ ଛେଣ୍ଡିପଦା/ ବଇଣ୍ଡା/ ଆଠମଲ୍ଲିକ/ ତାଳଚେର, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ହୋଇଥିବା ମୋଟ୍‌ ୧୧୬୩ ବୁଥ୍‌ ମଧ୍ୟରୁ ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଓ ପରିଚାଳନାଗତ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଭୋଟରମାନେ ସକାଳୁ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇଥିଲେ ବି କେଉଁଠି ଅଧଘଣ୍ଟା ତ ଆଉ କେଉଁଠି ଘଣ୍ଟା ଘଣ୍ଟା ଧରି ମତଦାନ ବିଳମ୍ବିତ ହୋଇଥିଲା। ଏପରି କି ଏକାଧିକ ବୁଥ୍‌ରେ ରାତି ୧୦ଟା ପରେ ବି ଭୋଟ୍‌ ନିଆଯାଇଥିବା ଦେଖାଯାଇଥିଲା। ପରିଚାଳନାରେ ଏପରି ଅବ୍ୟବସ୍ଥା ଯୋଗୁ ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଦୀର୍ଘ ୩ ମାସ ହେବ ପ୍ରଶିକ୍ଷଣ ଓ ପ୍ରସ୍ତୁତି କରାଯାଇଥିଲେ ମଧ୍ୟ ଜିଲାରେ ମତଦାନ ଏପରି ବିଳମ୍ବିତ ହେବା ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରଶାସନ ପକ୍ଷରୁ ମକ୍‌ ପୋଲ ସମୟରେ କେତେକ ବୁଥ୍‌ରେ ଇଭିଏମ୍‌ ଖୋଲି ନ ଥିବାବେଳେ ଭିଭିପିଏଟି ମଧ୍ୟ କାମ କରି ନ ଥିଲା। ସେହିପରି ଅନେକ ବୁଥରେ ମତଦାନ ଆରମ୍ଭ ହୋଇଥିଲେ ବି ପୋଲିଂ ପାର୍ଟିଙ୍କ ପରିଚାଳନାରେ ତ୍ରୁଟି କାରଣରୁ ଇଭିଏମ୍‌ ଓ ଭିଭିପାର୍ଟ ମେଶିନ୍‌ ଅଚଳ ହୋଇପଡ଼ିଥିଲା। ପ୍ରଶାସନ ପକ୍ଷରୁ ତ୍ରୁଟିରେ ସୁଧାର ଅଣାଯାଇଥିଲେ ମଧ୍ୟ ମତଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଅନୁଗୋଳ ନିର୍ବାଚନମଣ୍ଡଳୀର ହେମସୁରପଡ଼ା ଠାରେ ଉତ୍ତରପଡ଼ା ବିଦ୍ୟାଳୟରେ ହୋଇଥିବା ୨୮ ଓ ୨୯ ନମ୍ବର ବୁଥ୍‌ରେ ବାରମ୍ବାର ଇଭିଏମ୍‌ ଓ ଭିଭିପିଏଟିରେ ତ୍ରୁଟି ଦେଖିବାକୁ ମିଳିଥିଲା। ଜିଲାରେ ହୋଇଥିବା ମଡେଲ ବୁଥ୍‌ ଗୁଡ଼ିକ ଠିକ୍‌ ଭାବେ ପରିଚାଳିତ ହେଉ ନ ଥିବା ମଧ୍ୟ ଭୋଟରମାନେ ଅଭିଯୋଗ କରିଛନ୍ତି। ତେବେ ୧୭ ଇଭିଏମ୍‌ ଓ ୮ ଭିଭିପିଏଟି ଅଚଳ ହୋଇଥିବା ସୂଚନା ମିଳିଛି। ସେହିପରି ବଅଁରପାଳ ବ୍ଲକରେ ମୋଟ୍‌ ୧୭୫ଟି ବୁଥ୍‌ କରାଯାଇଥିଲା। ତେବେ କେତେକ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଯୋଗୁ ଭୋଟଗ୍ରହଣ ବିଳମ୍ବିତ ହୋଇଥିଲା। ଗଡ଼ସନ୍ତ୍ରୀ ଜାମ୍ବୁସାହି ଠାରେ ଥିବା ୧୨୮ ନମ୍ବର ବୁଥ୍‌ରେ ଅପରାହ୍ନ ୨ଟା ୪୫ ପର୍ଯ୍ୟନ୍ତ ଲୋକ ସଭା ଇଭିଏମ୍‌ରେ ୬୧୩ ପୋଲିଂ ହୋଇଥିବାବେଳେ ବିଧାନସଭା ଇଭିଏମ୍‌ରେ ୬୧୮ ପୋଲିଂ ହୋଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବଅଁରପାଳ ବିଡିଓ ସ୍ବରୂପା ନନ୍ଦ ସାହୁ ପହଞ୍ଚତ୍ ବୁଝାସୁଝା କରିଥିଲେ।

ସେହିପରି ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ଲୋକ ସଭା ପାଇଁ ମୋଟ୍‌ ୨ଟି ବାଲାଟ ୟୁନିଟ୍‌, ୨ଟି କଣ୍ଟ୍ରୋଲ ୟୁନିଟ ସହ ୮ଟି ଭିଭିପିଏଟିରେ ତ୍ରୁଟି ଦେଖାଦେଇଥିଲା। ବିଧାନସଭା ପାଇଁ ୨ ବାଲାଟ ୟୁନିଟ, ଗୋଟିଏ କଣ୍ଟ୍ରୋଲ ୟୁନିଟ ସହ ୩ ଟି ଭିଭିପିଏଟି ଖରାପ ହୋଇଥିବା ପାଲଲହଡ଼ା ନିର୍ବାଚନ ଅଧିକାରୀ ଅଜିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ତେବେ ସବୁ ମେଶିନ ୧୫ରୁ ୨୦ ମିନିଟ ମଧ୍ୟରେ ସଜଡା ଯାଇଥିବା ପ୍ରଧାନ କହିଛନ୍ତି। ନଗିରା ପଞ୍ଚାୟତ ୫ନଂ. ବୁଥରେ ଇଭିଏମ୍‌ ତ୍ରୁଟି ଯୋଗୁ ବିଳମ୍ବ ହୋଇଥିଲା। ଛେଣ୍ଡିପଦା ବିଧାନସଭା କ୍ଷେତ୍ର ଅଧୀନ ପାଟକମୁଣ୍ଡା ପଞ୍ଚାୟତର ତେବୁଡ, ଖମାର ୧୩ ନଂ ବୁଥ, ପାତ୍ରପଡା ପଞ୍ଚାୟତର ପିପଳବାହାଳ, ଛେଣ୍ଡିପଦା ଉଚ୍ଚବିଦ୍ୟାଳୟର ୫୦ ନଂ. ବୁଥ, କୁମୁରସିଂହ ବିଦ୍ୟାଳୟ, ଖମାର ୧୫ନଂ ବୁଥ, ମାରୁଢିପ ୩ନଂ ବୁଥ, ବାଲିନାଳି ବୁଥରେ ଇଭିଏମ୍‌ରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଥିଲା। ଅନୁଗୋଳରୁ ନୂତନ ମେଶିନ ଆସିଲା ପରେ ମତଦାନ ସ୍ବାଭାବିକ ହୋଇଥିଲା। ମାରୁଢିପ, ବରସାହିର ୧୫ନଂ ବୁଥ, ବାଲିନାଳି ବୁଥ, ଦୁର୍ଗାପୁର ଟାଙ୍ଗରସାହି ଆଦି ବୁଥ୍‌ରେ ୫ ଘଣ୍ଟା ମତଦାନ ବିଳମ୍ବ ହୋଇଥିଲା। ସେହିପରି ଆଠମଲ୍ଲିକ ମନ୍ଦରବାହାଳ ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ରରେ ଇଭିଏମ୍‌ ଅଚଳ ହେବା ଯୋଗୁ ପ୍ରାୟ ୩ ଶହ ଭୋଟର ଭୋଟ ନ ଦେଇ ଫେରିଯାଇଥିବା ଅଭିଯୋଗ ହୋଇଛି। ବୁଥ୍‌ ନଂ. ୧୪୯, ୪୫, ୫୫, ୫୧, ୧୦, ୧୫୪, ୧୩୩ ରେ ଇଭିଏମ୍‌ ଅଚଳ ଯୋଗୁ ୨ ଘଣ୍ଟା ମତଦାନ ବିଳମ୍ବ ହୋଇଥିଲା। ନୂତନ ଇଭିଏମ୍‌ ଲଗାଯିବା ପରେ ଭୋଟ ଗ୍ରହଣ କରାଯାଇଥିଲା। ୬୦, ୨, ୧୮୫, ୯୦, ୧୦୦, ୧୮୭  ବୁଥ୍‌ରେ ମଧ୍ୟ ବିଳମ୍ବରେ ଭୋଟ ଗ୍ରହଣ ହୋଇଥିଲା। ତେବେ ପୁରୁଣାମାଣତ୍ରି ଗ୍ରାମରେ ୧୮୮ ନମ୍ବର ବୁଥ୍‌ରେ ରାତି ୯ଟାରେ ଭୋଟ ଗ୍ରହଣ ଶେଷ ହୋଇଥିବା ଜଣାପଡିଛି। ସେହିପରି ତାଳଚେରର ୧୭୯ ନଂ. ଓ ଅନ୍ୟ କେତେକ ବୁଥରେ ମତଦାନ ମଧ୍ୟ ଇଭିଏମ୍‌ରେ ତ୍ରୁଟି ଯୋଗୁ ବିଳମ୍ବିତ ହୋଇଥିଲା। ଇଭିଏମ୍‌ ଓ ପରିଚାଳନାରେ ତ୍ରୁଟି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମନୋଜ କୁମାର ମହାନ୍ତି କହିଛନ୍ତି, ଯେଉଁଠି ଇଭିଏମ୍‌ ଓ ଭିଭିପାର୍ଟ ମେସିନ୍‌ ଅଚଳ ହୋଇଥିଲା ଖବର ପାଇବା ପରେ ତୁରନ୍ତ ତାହାକୁ ବଦଳା ଯାଇଥିଲା। ତେବେ ଜିଲାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri