ଇଏସ୍‌ଆଇ ଅଂଶଦାନ ୪%କୁ ହ୍ରାସ

ନୂଆଦିଲ୍ଲୀ,୧୪-୬: କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇ)ର ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମୋଟ ଅଂଶଦାନକୁ ୬.୫%ରୁ ୪%କୁ ହ୍ରାସ କରିଛନ୍ତି। ଏହାଦ୍ୱାରା ୧୨.୮୫ ଲକ୍ଷ ନିଯୁକ୍ତିଦାତା ପ୍ରତିବର୍ଷ ୫ ହଜାର କୋଟି ଟଙ୍କା ସଞ୍ଚୟ କରିପାରିବେ। ଏହାଦ୍ୱାରା ୩.୬ କୋଟି କର୍ମଚାରୀ ଲାଭାନ୍ବିତ ହେବେ। ଜୁଲାଇ ପହିଲାରୁ ଏହା କାର୍ଯ୍ୟକାରୀ ହେବ ବୋଲି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି ଯେ, ନିଯୁକ୍ତିଦାତାଙ୍କ ଅଂଶଦାନକୁ ୪.୭୫ରୁ ୩.୨୫ ପ୍ରତିଶତ ଏବଂ କର୍ମଚାରୀଙ୍କ ଅଂଶଦାନକୁ ୧.୭୫ରୁ ୦.୭୫%କୁ ହ୍ରାସ କରାଯାଇଛି। ଏହାଦ୍ୱାରା ଅଧିକ କର୍ମଚାରୀଙ୍କୁ ଇଏସ୍‌ଆଇ ଅଧୀନକୁ ଅଣାଯାଇପାରିବ ବୋଲି ଏଥିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନ୍‌ ଭାରତ ଯୋଜନାକୁ ଆମେରିକାର ପ୍ରଶଂସା

ଓ୍ବାଶିଂଟନ,୧୨-୫: ଏନ୍‌ଡିଏ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆୟୁଷ୍ମାନ ଭାରତ’କୁ ଆମେରିକାର ଥିଙ୍କଟ୍ୟାଙ୍କ  ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲପ୍‌ମେଣ୍ଟ(ସିଜିଡି) ପ୍ରଶଂସା କରିଛି। ଏହି ଯୋଜନା ୟୁନିଭର୍ସାଲ ହେଲ୍‌ଥ...

ନିବେଶକ ହରାଇଲେ ୨.୨୨ ଲକ୍ଷ କୋଟି

ନୂଆଦିଲ୍ଲୀ,୬-୭: ସରକାରଙ୍କ ବଜେଟ ଘୋଷଣା ଦେଶର ପୁଞ୍ଜି ବଜାର ଉପରେ ପ୍ରଭାବ ପକାଇଛି। ଶୁକ୍ରବାର ବଜେଟ ଘୋଷଣା ପରେ ବମ୍ବେ ଷ୍ଟକ ବଜାରରେ ସୂଚକାଙ୍କ ୩୯୫...

୨ଥର ଫେଲ୍‌ ହୋଇଥିବା ଛାତ୍ର ଛିଡାକଲେ କୋଟି କୋଟି ଟଙ୍କାର ଏହି କମ୍ପାନୀ: ଜାଣନ୍ତୁ …..

ଜୋମାଟୋ, ଦେଶର ସର୍ବୋଚ୍ଚ ଅନ୍‌ଲାଇନ୍‌ ଖାଦ୍ୟ ବିତରଣ କମ୍ପାନୀ ମଧ୍ୟରୁ ଅନ୍ୟତମ। ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ଏହି ସାଇଟ୍‌ରୁ ଖାଦ୍ୟ ଅର୍ଡର କରିଥାନ୍ତି।...

ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ୧୫ ଦିନ ବାତିଲ କଲା ଦୁବାଇ

ନୂଆଦିଲ୍ଲୀ,୧୯।୯: ଦୁବାଇ କର୍ତ୍ତୃପକ୍ଷ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସେବାକୁ ୧୫ ଦିନ ପାଇଁ ବାତିଲ କରିଛନ୍ତି। ଏହି ବିମାନରେ ଯାତ୍ରା କରିଥିବା ଜଣେ ଯାତ୍ରୀ...

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ; ରେପୋ ରେଟ୍‌ ହ୍ରାସ ସମ୍ଭାବନା

ନୂଆଦିଲ୍ଲୀ,୨-୯: ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି...

ବିଦେଶୀ କାରବାର ନେଇ ଚିନ୍ତାରେ ଇଣ୍ଡିଆ ଇଙ୍କ

ନୂଆଦିଲ୍ଲୀ, ୧୫। ୪ : ବିଦେଶରେ ନିଜର ୟୁନିଟ ସ୍ଥାପନା କରିଥିବା କମ୍ପାନୀଗୁଡିକ ଏବେ ଚିନ୍ତାରେ ଅଛନ୍ତି। କରୋନା ପାଇଁ ସାରା ବିଶ୍ୱ ଏବେ ଲକ୍‌ଡାଉନ...

ଇଣ୍ଡିଗୋ ବିବାଦରେ ନୂଆ ମୋଡ;ପ୍ରମୋଟର ଗଙ୍ଗଓ୍ବାଲଙ୍କୁ ଜେରା କରିବ ବୋର୍ଡ

ନୂଆଦିଲ୍ଲୀ,୧୬-୭: ଇଣ୍ଡିଗୋ ଏୟାରଲାଇନ୍‌ ପ୍ରମୋଟରଙ୍କ ବିବାଦ ଏବେ ନୂଆ ମୋଡ ନେଇଛି। ଅସନ୍ତୁଷ୍ଟ ଜଣେ ପ୍ରମୋଟରଙ୍କ ପତ୍ରରୁ ସୃଷ୍ଟି ହୋଇଥିବା ଏହି ବିବାଦ ଏବେ ଗମ୍ଭୀର...

ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ମିଳିଛି ମାତ୍ର ୩ କୋଟି ସବ୍‌ସିଡି

  ନୂଆଦିଲ୍ଲୀ,୨୩-୭: ଗୁଜରାଟ, କର୍ନାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ୨୦୧୮-୧୯ରେ ନିଜ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସର୍ବାଧିକ ସବ୍‌ସିଡି ପ୍ରଦାନ କରିଛନ୍ତି। ତେବେ ଓଡ଼ିଶା ଏହାର ମତ୍ସ୍ୟଜୀବୀଙ୍କୁ...

Coronavirus Update


Archives

Model This Week

Why Dharitri