Posted inଖେଳ

ଇଂଲଣ୍ଡ କବ୍‌ଜାରୁ ଟାଇଟଲ ଛଡ଼ାଇଲେ ଶରଥ

କଟକ ଅଫିସ,୨୦ା୭- ପୁରୁଷ ବିଭାଗରେ ଭାରତର ସ୍ବର୍ଣ୍ଣ ପଦକ ଜିତିବାର ଆଶା କିଛି ସମୟ ପାଇଁ ମଉଳି ଯାଇଥିଲା। ପ୍ରାରମ୍ଭରୁ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଅନ୍ତିମ ସେଟରେ ପୁରୁଷ ଦଳର ଅଧିନାୟକ ତଥା ଭେଟେରାନ ଖେଳାଳି ଅଚନ୍ତ ଶରଥ କମଲ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ସ୍ବର୍ଣ୍ଣିମ ଭେଟି ଦେଇଥିଲେ । ପ୍ରଥମ ସେଟରେ ଶରଥ କମଲ ଇଂଲଣ୍ଡର ଜାର୍ଭିସ ଥୋମାସଙ୍କୁ ଭେଟିଥିଲେ । ଜାର୍ଭିସ ୧୧-୭, ୧୧-୮ ଓ ୧୧-୪ ଗେମରେ ଜିତି ପ୍ରଥମ ସେଟ ପଏଣ୍ଟ ଇଂଲଣ୍ଡକୁ ପ୍ରଦାନ କରିଥିଲେ । ପରବର୍ତ୍ତୀ ସେଟ ମଧ୍ୟ ଇଂଲଣ୍ଡ ଅକ୍ତିଆରକୁ ଯାଇଥିଲା । ଏଥିରେ ସାମୁଏଲ ୱାକର ୫-୧୧, ୯-୧୧ ପ୍ରଥମ ଦୁଇ ଗେମରେ ଜି ସାଥିୟାନଙ୍କ ଠାରୁ ହାରିଥିଲେ ସୁଦ୍ଧା ବଳକା ୩ଟି ଗେମକୁ ୧୧-୪, ୧୧-୮ ଓ ୧୧-୮ ମେଗରେ ଜିତିଥିଲେ । ହରମିତ ଦେଶାଇ ୩ୟ ସେଟକୁ ଜିତି ଭାରତୀୟ ଶିବିରରେ ଆଶା ସଞ୍ଚାର କରିଥିଲେ । ହରମିତ ୪-୧୧, ୧୧-୫, ୮-୧୧, ୧୧-୮,୧୧-୮ ଗେମରେ ଡେଭିଡ ମ୍ୟାକବେଥଙ୍କୁ ହରାଇ ମ୍ୟାଚ୍‌ ସ୍ଥିତିକୁ ୨-୧ ସେଟରେ ପହଞ୍ଚାଇଥିଲେ। ୪ର୍ଥ ସେଟରେ ଜି ସାଥିୟାଁ ୧୧-୨, ୬-୧୧, ୧୧-୪, ୧୧-୪ ଗେମରେ ଜାର୍ଭିସ ଥୋମାସଙ୍କୁ ପରାସ୍ତ କରିଥିଲେ । ସେଟର ସ୍ଥିତି ୨-୨ରେ ପହଞ୍ଚିଥିଲା । ୫ମ ତଥା ନିର୍ଣ୍ଣାୟକ ସେଟରେ ଶରଥ କମଲଙ୍କର ମୁକାବିଲା ହୋଇଥିଲା ଇଂଲଣ୍ଡର ପ୍ରମୁଖ ଖେଳାଳି ସାମୁଏଲ ୱାକରଙ୍କ ସହ । ପ୍ରଥମ ମେଗରୁ ହିଁ ଏହି ସେଟ ରୋମାଞ୍ଚକର ହୋଇଥିଲା । ୱାକର ଅଗ୍ରଣୀ ନେଉଥିବା ବେଳେ ଶରଥ ଏହି ଗେମରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଥମ ଗେମ ୧୫-୧୩ରେ ଶରଥ ବିଜୟୀ ହୋଇଥିଲେ । ପରବର୍ତ୍ତୀ ୨ଟି ଯାକ ଗେମ ୧୨-୧୦ ଓ ୧୧-୬ରେ ବିଜୟୀ ହୋଇ ଭାରତ ପାଇଁ ଦଳଗତ ଟାଇଟଲ ନିଶ୍ଚିତ କରିଥିଲେ ଶରଥ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିଙ୍ଗରେ ଓଡ଼ିଶା ଏଫ୍‌ସିର ବିଜୟ ଜାରି

ଭୁବନେଶ୍ୱର, ୭।୧ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ କଳିଙ୍ଗ ଷ୍ଟାଡିୟମରେ ବିଜୟ ଅବ୍ୟାହତ ରଖିଛି ଓଡ଼ିଶା ଏଫ୍‌ସି ଟିମ୍‌। ଚଳିତ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର...

‘ ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି ଚିନ୍ତା କରି ନ ଥିଲି’

ମୁମ୍ବାଇ,୨୯।୩ : ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି କଦାପି ଚିନ୍ତା କରି ନ ଥିଲି । ଏଭଳି କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର...

ଯମଜ ସନ୍ତାନର ବାପା ହେଲେ ଏହି କ୍ରିକେଟର୍‌

ମୁମ୍ବାଇ: କ୍ରିକେଟର୍‌ ଦୀନେଶ କାର୍ତ୍ତିକ ଓ ସ୍କ୍ବାଶ୍‌ ଖେଳାଳୀ ଦୀପିକା ପାଲିକଲ ଗୁରୁବାର ଯମଜ ସନ୍ତାନର ବାପା ,ମା’ ହୋଇଛନ୍ତି। ସେ ଏହି ଖୁସି ଖବର...

କ୍ରିକେଟ୍‌ର ‘ଡନ୍‌’ କିଏ ଜାଣନ୍ତି

କ୍ରିକେଟରେ ସାର୍‌ ଡନ ବ୍ରାଡମ୍ୟାନଙ୍କ ନାଁ ଆଜି ବି ସର୍ବଶ୍ରେଷ୍ଠ। ତାଙ୍କୁ କ୍ରିକେଟର୍‌ ‘ଡନ୍‌’ କୁହାଯାଏ। ତାଙ୍କ ପରି ଏକ ରନ ମେସିନ କ୍ରିକେଟରେ ଆସିବା...

୭ମ ଥର ପାଇଁ ମହିଳା ଏସିଆ କପ ଜିତିଲା ଭାରତ…

ସିଲହଟ ,୧୫।୧୦ : ଭାରତୀୟ ମହିଳା କ୍ରିକେଟ ଦଳ ୭ମ ଥର ପାଇଁ ଏସିଆ କପର ବିଜେତା ହୋଇଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ...

ବଢିଲା ଆଇପିଏଲ୍‌ ବ୍ରାଣ୍ଡ ଭାଲ୍ୟୁ

ନୂଆଦିଲ୍ଲୀ,୨୧।୧୨: ଆଇପିଏଲ ଆଉ ଏକ ବଡ ସଫଳତା ହାସଲ କରିଛି। ଗତ ଏକ ବର୍ଷ ମଧ୍ୟରେ ଏହାର ବ୍ରାଣ୍ଡ ମୂଲ୍ୟ ୭୫ ପ୍ରତିଶତ ବୃଦ୍ଧି ପାଇଛି।...

ଇମ୍ରାନ ଖାନ୍‌ଙ୍କ ସହ କୋହଲିଙ୍କୁ ତୁଳନା କଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୪।୧୨: ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ସୋଏବ ଅଖତର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କରିଛନ୍ତି।...

ଆଇସିସିର ବଡ଼ କାର୍ଯ୍ୟାନୁଷ୍ଠାନ: ବ୍ରେଣ୍ଡନ ଟେଲର୍‌ ସାଢ଼େ ୩ ବର୍ଷ ପାଇଁ ବ୍ୟାନ୍‌

ଦୁବାଇ,୨୮।୧: ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବ୍ରେଣ୍ଡନ ଟେଲର୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)। ଶୁକ୍ରବାର ସ୍ପଟ ଫିକ୍ସିଂ...

Advertisement
Archives

Model This Week