ଆୟୁଷ ରାଜ୍ୟର ସର୍ବକନିଷ୍ଠ ୱେବ୍‌ ଡିଜାଇନର

ନାକଟିିଦେଉଳ, ୧।୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଜାମୁଯୋରି ପଞ୍ଚାୟତର ଦୁର୍ଗମ କୁଡ଼ାନାଳୀ ଗ୍ରାମର ସରୋଜ ରାଉତ ଓ ରଶ୍ମିତା ରାଉତଙ୍କ ୧୨ ବର୍ଷର ପୁଅ ଆୟୁଷ ରଞ୍ଜନ ରାଉତ ଦେଶର ଦ୍ୱିତୀୟ ତଥା ରାଜ୍ୟର ସର୍ବକନିଷ୍ଠ ୱେବ୍‌ ଡିଜାଇନର ବୋଲି ନିଜକୁ ଦାବି କରିଛନ୍ତି। ଆୟୁଷ ଅନୁଗୋଳ ଜିଲା ଗଡ଼ମଣ୍ଡଳ ସରସ୍ବତୀ ଶିଶୁ ମନ୍ଦିରରେ ୭ମ ଶ୍ରେଣୀରେ ପାଠ ପଢ଼ନ୍ତି। ପାଠପଢ଼ା ସହ ସେ ୟୁଟ୍ୟୁବ୍‌ରୁ ୱେବ୍‌ ଡିଜାଇନିଂ ଶିଖୁଥିଲେ। ଏବେ ସେ ନିଜେ ୱେବ୍‌ ଡିଜାଇନ କରିବା ପାଇଁ ସମର୍ଥ ହୋଇଥିବା ପ୍ରକାଶ କରିଛନ୍ତି। ଦେବଗଡ଼ ଜିଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆର୍‌. ନ୍ୟୁଜ ଟ୍ରଷ୍ଟର ଇଂଲିଶ, ଓଡ଼ିଆ ୱେବ୍‌ ପୋର୍ଟାଲ ଏବଂ ୱେବ୍‌ ଚ୍ୟାନେଲକୁ ସେ ସଫଳତାର ସହ ନିର୍ମାଣ କରିପାରିଛନ୍ତି। ଖୁବଶୀଘ୍ର ସେ ନିଜର ଆଦ୍ୟାଶା ୱେବ୍‌ ସଲ୍ୟୁଶନ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏଥିପାଇଁ ଆୟୁଷ ଓଡ଼ିଶାର ରାଜ୍ୟପାଳଙ୍କ ଆଶୀର୍ବାଦ ଲୋଡ଼ି ପତ୍ର ଲେଖିଛନ୍ତି। ଏହାଛଡ଼ା ଏମ୍‌ଏସ୍‌ଏମ୍‌ଇ ମାଧ୍ୟମରେ ତାଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କେରଳର ଲକ୍ଷ୍ମୀ ସୁରେଶ ନାମକ ୮ବର୍ଷର ବାଳିକା ୱେବ୍‌ ଡିଜାଇନ କରି ଭାରତର ସର୍ବକନିଷ୍ଠ ଡିଜାଇନର ଭାବେ ପରିଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗିକଲେ ୩୨ ହଜାର କାଉଡ଼ିଆ

ପୁରୀ ଅଫିସ, ୨୯ା୭: ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଶ୍ରୀଲୋକନାଥଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ହୋଇଥିଲା। ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ୩୨,୩୦୦...

ଜିଲାରେ ୧,୨୮,୧୫୭ ପିଲାଙ୍କୁ ଦିଆଯିବ ଟିକା

ଖୋର୍ଦ୍ଧା ଅଫିସ,୧୪ା୧: ଜିଲାରେ ପଲ୍‌ସ୍‌ ପୋଲିଓ ଟିକାକରଣ ପାଇଁ ଜିଲା ଟାସ୍କଫୋର୍ସ ବୈଠକ ଗୁରୁବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏଥିରେ ଅଧ୍ୟକ୍ଷତା...

ଆସନ୍ତା ୧୦ରେ ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଅପରାହ୍ନରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ...

ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣା: ୨ ସସ୍‌ପେଣ୍ଡ

କୋରାପୁଟ,୧୨।୯(ସ୍ବ.ପ୍ର.): ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣାରେ ୨ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେମାନେ ହେଲେ ସେକ୍ସନ ଇଞ୍ଜିନିୟର ଏବଂ ଗ୍ୟାଙ୍ଗ୍‌ମ୍ୟାନ୍‌। ଏ ନେଇ ଡିଆରଏମ୍‌ ଅନୁପ...

ବିଲେଇ ଛୁଆକୁ ନେଇ ମାରପିଟ୍‌, ୫ କୋର୍ଟଚାଲାଣ

କୁକୁଡ଼ାଖଣ୍ଡି,୨୮ା୬(ଡି.ଏନ.ଏ.)-`ଆଙ୍କୁଶପୁର ସଦର ଥାନା ଦକ୍ଷିଣପୁର ପଞ୍ଚାୟତ କାଳୁଆ ମନ୍ଦିର ସାହିରେ ଗୋଟିଏ ବିଲେଇ ଛୁଆକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଉଭୟଙ୍କ ଅଭିଯୋଗ...

ସମସ୍ୟାରେ ରାମଦେଓ ସ୍ମାର୍ଟ ସ୍କୁଲ

ବଇଣ୍ଡା,୮।୫: ଗୁଣାତ୍ମକ ଶିକ୍ଷାରେ ଯେପରି ଭିତ୍ତିଭୂମି ବାଧକ ନ ହେବ ସେଥିପାଇଁ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ କରାଗଲା। ବିଦ୍ୟାଳୟ ପିଛା ବହୁ ଲକ୍ଷ ଟଙ୍କା ବ୍ୟୟ ହେଲା। କିନ୍ତୁ...

ଜୁନ୍‌ ୧୬ରୁ ଘରକୁ ଘର ବୁଲି ସର୍ଭେ କରିବେ ଆଶା ଦିଦି

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଜୁନ୍‌ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଘରକୁ ଘର ବୁଲି ଆଶା ଦିଦି ଏବଂ ଏଏନ୍‌ଏମ୍‌ କର୍ମୀ ସର୍ଭେ କରିବେ । ଗ୍ରାମାଞ୍ଚଳର...

ପୂରା ପରିବାର ଚାଲିଗଲେ: କାଲି ମା-ଦୁଇ ଝିଅଙ୍କର ମିଳିଥିଲା ମୃତଦେହ, ଆଜି କୂଅରୁ ମିଳିଲା ବାପାଙ୍କ ମୃତଦେହ

ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାରେ ବୁଧବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ପରିବାରର ମା, ୨...

Advertisement
Archives

Model This Week