ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏମ୍‌କେସିଜି କନିଷ୍ଠ କିରାଣୀ

ବ୍ରହ୍ମପୁର ଅଫିସ,୧୭।୮: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ କିରାଣୀଙ୍କ ଘର ସହ ୫ଟି ସ୍ଥାନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। କିରାଣୀ ଅଜିତ କୁମାର ସାହୁଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଅଜିତଙ୍କ ଆମ୍ବପୁଆ ଶିବପଦ୍ମା କଲୋନୀସ୍ଥିତ ଡୁପ୍ଲେକ୍ସ ଅଟ୍ଟାଳିକା, ଗଜପତିନଗର ୭ମ ସାରଣୀରେ ଥିବା ୩ ମହଲା ବିଶିଷ୍ଟ ଅଟ୍ଟାଳିକା, ଲାଞ୍ଜିପଲ୍ଲୀରେ ଥିବା ୩ ମହଲା ଘର, ଏମ୍‌କେସିଜି ହସ୍ପିଟାଲର ତାଙ୍କ ଅଫିସ ଓ ଲାଞ୍ଜିପଲ୍ଲୀରେ ଥିବା ଚନ୍ଦନ ଟ୍ରେଡେର୍ସ ନାମକ ଏକ ସିମେଣ୍ଟ ଗୋଦାମ ଉପରେ ଚଢ଼ାଉ ଚାଲିଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି । ଚଢଉ ଜାରି ରହିଥିବାରୁ ତାଙ୍କର ସ୍ଥାବର ଓ ଆସ୍ଥାବର ସମ୍ପତ୍ତିର ସଠିକ୍‌ ଆକଳନ ହୋଇପାରି ନ ଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨ ହାତୀଦାନ୍ତ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୩।୬(ବ୍ୟୁରୋ): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ବନ୍ୟପ୍ରାଣୀ ଚାଲାଣକାରୀଙ୍କୁ ଗିରଫ କରିଛି। ସେ...

ମାଛ ଧରିବାକୁ ଯାଇ ଭାସି ଯାଇଥିଲେ ଯୁବକ: ମିଳିଲା ମୃତଦେହ

ପାଟଣା,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ଗ୍ରାମ ଦେଇଯାଇଥିବା ବୈତରଣୀ ନଦୀରେ ମାଛ ଧରିବାକୁ ଯାଇ ସୋମବାର ଜଣେ ଯୁବକ ଭାସି ଯାଇଥିଲେ। ମଙ୍ଗଳବାର...

ସବୁଠି ସାମାଜିକ ଦୂରତାକୁ ବେଖାତିର

  ଟିକିରି,୪ା୫: ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ ଲୋକେ ବୁଝିବାକୁ ନାରାଜ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲାକୁ...

ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର

ଜଗତ୍‌ସିଂହପୁର ଅଫିସ,୬ା୨: ତ୍ରିସ୍ତରୀୟ ନିର୍ବାଚନରେ ଜଗତ୍‌ସିଂହପୁର ଜିଲାର ରଘୁନାଥପୁର ୧ନଂ. ଜିଲା ପରିଷଦ ଜୋନ ଭଳି ୨ନଂ. ଜୋନ୍‌ ମଧ୍ୟ ଅଧିକ ଗୁରୁତ୍ୱ ବହନ କରୁଛି।...

ଲଗାଣ ବର୍ଷା ପରେ ଏବେ ଜଳ ନିଷ୍କାସନ ଚିନ୍ତା

ଜଗତ୍‌ସିଂହପୁର ଅଫିସ, ୨ା୭: ଅସରାଏ ବର୍ଷା ହେଲେ ଜଗତ୍‌ସିଂହପୁର ସହରରେ ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଡ୍ରେନ୍‌ଗୁଡିକ ଜବରଦଖଲ ସାଙ୍ଗକୁ ଆବଶ୍ୟକ ପୁନରୁଦ୍ଧାର ଅଭାବରୁ ଜଳ...

ଅଭାବରୁ ପଶିଛି ଚିନ୍ତା

ଯାଜପୁର ଅଫିସ/ପୁରୀ ଅଫିସ,୧୧ା୧୦:ରାଜ୍ୟର ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ୨୦ଟି ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏହି କାର୍ଯ୍ୟ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ...

୮ ଶ୍ରେଣୀ ପାଇଁ ଲାଗୁ ହେବ ପାସ୍‌ ଫେଲ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ବ୍ୟବସ୍ଥା ଆସିବାକୁ ଯାଉଛି। ୨୦୦୯ ପୂର୍ବରୁ ଛାତ୍ରୀଛାତ୍ରମାନେ ବାର୍ଷିକ ପରୀକ୍ଷା ଦେଇ...

ଗଳାପୋଲରେ ଟ୍ରାଫିକ ଜାମ୍‌, ବଢ଼ୁଛି ଦୁର୍ଘଟଣା

ବୈଶିଙ୍ଗା,୧୩ା୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ବୈଶିଙ୍ଗାଠାରେ ୧୮ନଂ. ଜାତୀୟ ରାଜପଥର ୪ ଥାକିଆ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବା ବେଳେ ଜନଗହଳି ପୂର୍ଣ୍ଣ ବଜାର ମଧ୍ୟଭାଗରେ ଓଭରବ୍ରିଜ ସାଙ୍ଗକୁ...

Advertisement
Archives

Model This Week