ବ୍ରହ୍ମପୁର ଅଫିସ, ୩ା୧୧-ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ ବିଜୟ କୁମାର ଜେନା ଶନିବାର ଏକ ଆୟବହିର୍ଭୁୁତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ଦୀର୍ଘ ୨୧ ବର୍ଷ ପରେ ପୁରୀର ତତ୍କାଳୀନ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ହୋତାଙ୍କୁ ସେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ପ୍ରକାଶ ଯେ, ପୁରୀରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭାବେ ହୋତା କାର୍ଯ୍ୟରତ ଥିବା ବେଳେ ତାଙ୍କ ନାମରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ତରଫରୁ ତାଙ୍କ ବ୍ରହ୍ମପୁର ବ୍ରଜନଗର ୨ ଲେନ୍ସ୍ଥିତ ବାସଭବନ ସମେତ ୫ ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ତାଙ୍କର ଆୟବହିର୍ଭୁତ ସମ୍ପତ୍ତି ୮ ଲକ୍ଷ ୯୭ ହଜାର ୪୫୦ ଟଙ୍କା ଆକଳନ କରାଯାଇଥିଲା। ଭିଜିଲାନ୍ସ ମାମଲା ନମ୍ବର ୫୧/୯୮ ରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ପରେ ସେ ଜାମିନରେ ଛାଡ ପାଇଥିଲେ। ବିଚାର ବେଳେ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପ୍ରମାଣ ଅଭାବରୁ ସହକାରୀ ଯନ୍ତ୍ରୀ ହୋତାଙ୍କୁ ବିଚାରପତି ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ତପନ କୁମାର ଦାସ ଓ ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ପ୍ରସାଦ ପଟ୍ଟନାୟକ ଓ ପ୍ରଦୀପ ପାଣିଗ୍ରାହୀ ମକଦ୍ଦମା ପରିଚାଳନା କରିଥିଲେ।
ପୃଥକ୍ ଦୁର୍ଘଟଣାରେ ୨ ମୃତ
ଛତ୍ରପୁର,୧୦ା୧୨(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ ସୋମବାର ପୃଥକ୍ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଛତ୍ରପୁର ଏକାମ୍ର ନଗର ନିକଟ ଜାତୀୟ ରାଜପଥରେ ଏକ ବାଇକ୍...

ଖୋଲିଲା ତାମ୍ପରା ଲେକ୍ ଭ୍ୟୁ ଫ୍ରଣ୍ଟ୍
ଛତ୍ରପୁର,୭।୩(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ହୁମୁରୀ ତାମ୍ପରା ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ରୂପ ମିଳିଛି। ତାମ୍ପରା ଲେକ୍ ଭିୟୁ ଫ୍ରଣ୍ଟ୍ ପର୍ଯ୍ୟଟକଙ୍କ ପାଇଁ ଟ୍ରାଏଲ...

ସୁନାମାଳି ଗୁନ୍ଥିବା ଆଳରେ ଠକେଇ : ୪ ମହିଳା ଗିରଫ
ହିଞ୍ଜିଳିକାଟୁ,୧୯।୧୦(ଡି.ଏନ୍.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ମାଳି ଗୁନ୍ଥିବା ଆଳରେ ଠକେଇ ହୋଇଛି। ସୁନାମାଳି ବଦଳରେ ନକଲି ମାଳି ଦେଇଥିବା ଅଭିଯୋଗରେ ଶୁକ୍ରବାର...

ଗୋଡ଼ାଇ ଗୋଡ଼ାଇ ଲୁହାଛଡ଼ରେ ଆକ୍ରମଣ ମାମଲା: ଅଭିଯୁକ୍ତ ୨ ଭାଇ ଗଲେ ଜେଲ
ଦିଗପହଣ୍ଡି,୬।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମର ନିରାକାର ପ୍ରଧାନ ଏବଂ ହରି ପ୍ରଧାନ ଦୁଇ ଭାଇଙ୍କୁ ସୋମବାର କେ. ନୂଆଗାଁ ଥାନା ପୋଲିସ...

ଗଞ୍ଜାମ ପ୍ରଶାସନର ବଡ଼ ପଦକ୍ଷେପ: ମୁଖ୍ୟ ପ୍ରବେଶ ପଥ ସିଲ୍
ଗଞ୍ଜାମ,୧୭।୭(ଡି.ଏନ୍.ଏ.): ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର l କରୋନା ନିଜର କାୟା ବିସ୍ତାର କରି ଚାଲିଛି l ବିଶେଷକରି ଗଞ୍ଜାମ ଜିଲାରେ ଦିନକୁ ଶହ ଶହ...

ହୋମ୍ କ୍ୱାରାଣ୍ଟାଇନ୍ରେ ରହିପାରିବେ ପ୍ରବାସୀ ଗର୍ଭବତୀ: ଗଞ୍ଜାମ ଜିଲାପାଳ
ଛତ୍ରପୁର, ୬।୫(ଡି.ଏନ୍.ଏ.)- ଗଞ୍ଜାମ ଜିଲାକୁ ସୁରଟ, କେରଳରୁ ପ୍ରବାସୀମାନେ ଆସିବାରେ ଲାଗିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରେ କେତେକ ଗର୍ଭବତୀ ରହିଥିବା ଦେଖାଯାଇଛି। ଆବଶ୍ୟକ ହେଲେ କ୍ୱାରାଣ୍ଟାଇନ...

ବେଆଇନ କ୍ଲିନିକ ଉପରେ ପ୍ରଶାସନର ଚଢାଉ: ବାହାରେ ତାଲା, ଭିତରେ ରୋଗୀ ଚିକିତ୍ସା
ଦିଗପହଣ୍ଡି,୫ା୧(ଡି.ଏନ.ଏ.)-ଦିଗପହଣ୍ଡି ବସ୍ଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ସାଗର ପାଥୋଲୋଜି ଏବଂ କଲ୍ୟାଣୀ ମେଡ଼ିସିନ ଷ୍ଟୋର ଓ କ୍ଲିନିକ୍ରେ ଶନିବାର ପୁଣିଥରେ ପ୍ରଶାସନିକ ଚଢାଉ କରାଯାଇଥିଲା।...
ବାଇକ୍ରେ ଆସି ଝାମ୍ପିନେଲେ ଟଙ୍କା, ରୁପା
ଫୁଲବାଣୀ ଅଫିସ, ୨୨ା୯-ଫୁଲବାଣୀ ଆଦର୍ଶ ଥାନାଠାରୁ ମାତ୍ର ୩୦୦ ମିଟର ଦୂର ତଥା ଏସ୍ପିଙ୍କ କାର୍ଯ୍ୟାଳୟ ପାଖରେ ଶନିବାର ଜଣେ ବ୍ୟବସାୟୀ ଲୁଟ୍ର ଶିକାର ହୋଇଛନ୍ତି।...