ଆସିକା ଲୋକ ସଭା ନିର୍ବାଚନମଣ୍ଡଳୀ : ପ୍ରଥମକରି ଦୁଇ ମହିଳା ପ୍ରାର୍ଥୀଙ୍କ ଲଢ଼େଇ ତୀବ୍ର

ବ୍ରହ୍ମପୁର ଅଫିସ,୨୫ା୪-ଗଞ୍ଜାମ ଜିଲାର ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ପ୍ରଥମ କରି ଦୁଇ ମହିଳା ଭାଜପାରୁ ଅନିତା ଶୁଭଦର୍ଶିନୀ ଏବଂ ବିଜେଡରୁ ପ୍ରମିଳା ବିଷୋୟୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଏହି ଲୋକ ସଭା କ୍ଷେତ୍ର ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସାନଖେମୁଣ୍ଡି, କବିସୂର୍ଯ୍ୟନଗର, ଖଲ୍ଲିକୋଟ ଓ ଆସିକାରେ ବିଜେଡିର ୪ ଏବଂ ଖଲ୍ଲିକୋଟ ଆସନରେ ଭାଜପା ଜଣେ ମହିଳା  ମଇଦାନକୁ ଓହ୍ଲାଇଛି। ଏହି ୪ ଆସନରେ ମଧ୍ୟ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ବିଗ୍‌ ଫାଇଟ୍‌ ହୋଇଛି । ତେବେ ଲୋକ ସଭା ଆସନର ଭୋଟ ଫଳାଫଳ ଉପରେ ରାଜନୈତିକ ସଚେତନ ମହଲର ନଜର ରହିଛି। ଜାତୀୟ ଦଳ କଂଗ୍ରେସ ଏଥର ପ୍ରାର୍ଥୀ ନ ଦେଇ ବାମଦଳ ସହ ଆସନ ବୁଝାମଣାରେ ସିପିଆଇକୁ ଛାଡ଼ି ଦେଇଥିଲେ ମଧ୍ୟ ଲଢ଼େଇ ଶଙ୍ଖ ଓ ପଦ୍ମ ମଧ୍ୟରେ ହୋଇଥିବା ନିର୍ବାଚନୀ ପରବର୍ତ୍ତି ଚର୍ଚ୍ଚା ଚାଲିଛି ।

ପୁରୁଣା ତଥ୍ୟ ଅନୁଯାୟୀ, ୧୯୫୧-୫୨ରୁ ୨୦୧୪ ସୁଦ୍ଧା ହୋଇଥିବା ୧୬ ଲୋକ ସଭା ନିର୍ବାଚନ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀମାନେ ୬ ଥର ଏମପି ହୋଇଛନ୍ତି। ସିପିଆଇ ଓ ସ୍ବାଧୀନ ପ୍ରାର୍ଥୀ ଥରେ ଲେଖାଏ ଏବଂ ଜନତା ଦଳରୁ ୨ ଜଣ ନିର୍ବାଚିତ ହୋଇଛନ୍ତି । ବିଜେଡିରୁ ୪ ଏବଂ ତତ୍କାଳୀନ ଜନତା ପାର୍ଟିରୁ ଜଣେ ଏମ୍‌ପି ହୋଇଥିଲେ । ୧୯୫୭ ନିର୍ବାଚନ ବେଳେ ସେତେବେଳର ଘୁମୁସର ବର୍ତ୍ତମାନର ଆସିକା ଏବଂ ଗଞ୍ଜାମ (ବର୍ତ୍ତମାନର ବ୍ରହ୍ମପୁର)କୁ ନେଇ ଦୈତ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସ୍ବାଧୀନ ପ୍ରାର୍ଥୀ ଜିତିଥିଲେ। ୧୯୯୬ରେ ନିର୍ବାଚିତ ହୋଇଥିବା ଜନତା ଦଳ ପ୍ରାର୍ଥୀ ବିଜୁ ପଟ୍ଟନାୟକଙ୍କର ୧୯୯୭ ଏପ୍ରିଲରେ ପରଲୋକ ହୋଇଥିଲା। ସେହି ବର୍ଷ ହୋଇଥିବା ଉପ ନିର୍ବାଚନରେ ନବୀନ ପଟ୍ଟନାୟକ ଜନତା ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ନବୀନ ଏହି ଲୋକ ସଭା କ୍ଷେତ୍ରରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

ସେହିପରି ୧୯୯୯ ନିର୍ବାଚନରେ ବିଜେଡିରୁ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ। ୨୦୦୦ ବିଧାନସଭା ନିର୍ବାଚନରେ ନବୀନ ହିଞ୍ଜିଳିରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେଣୁ ଆସିକା ଲୋକ ସଭା ଉପ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ସ୍ତ୍ରୀ କୁମୁଦିନୀ ପଟ୍ଟନାୟକ ବିଜେଡିରୁ ଏମ୍‌ପି ହୋଇଥିଲେ । ସେ ଆସିକା ସଂସଦୀୟ କ୍ଷେତ୍ରର ପ୍ରଥମ ମହିଳା ସଦସ୍ୟା ଥିଲେ । ଧରାକୋଟ ରାଜ ପରିବାରର ଶାନ୍ତି ଦେବୀ ଦୁଇଥର ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ଚଳିତ ବର୍ଷର ନିର୍ବାଚନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ଭାଜପା ପକ୍ଷରୁ ଦୁଇ ମହିଳାଙ୍କୁ ପ୍ରାର୍ଥୀ କରାଯାଇ ନୂଆ ଇତିହାସ ସୃଷ୍ଟି କରାଯାଇଛି । ବିଜେଡିର ପ୍ରମିଳାଙ୍କ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଘମାଘୋଟ ପ୍ରଚାର ଓ ସବୁଠି ରୋଡଶୋ କରିଥିବା ବେଳେ ଅନୀତାଙ୍କ ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ନିର୍ବାଚନୀ ପ୍ରଚାର କରିଛନ୍ତି । ପୋଲସରା ଅଞ୍ଚଳର ଟାଣୁଆ ନେତା ଓ ୨୦୧୪ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଗୋକୁଳା ନନ୍ଦ ମଲିକ ଭାଜପାରେ ଯୋଗଦେଇ ଦଳର ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଭାଜପା ପ୍ରାର୍ଥୀଙ୍କ ପାଇଁ ଅଣ୍ଟା ଭିଡ଼ିଥିଲେ । ସୋରଡ଼ାରେ କଂଗ୍ରେସ ନେତା ନୀଳମଣି ବିଷୋୟୀ ଭାଜପାରେ ଯୋଗଦେଇ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଆସିକା ବିଧାୟକ ଦେବରାଜ ମହାନ୍ତି ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ପରେ ସେ ମଧ୍ୟ ଆସିକା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏଭଳି ସ୍ଥିତିରେ ପ୍ରମିଳା ଓ ଅନୀତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିିତା ତୀବ୍ର ହୋଇଥିବାରୁ ମେ ୨୩ ଫଳାଫଳ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ପ୍ରତିବାଦରେ ଘରୋଇ ବସ୍‌ ମାଲିକ ସଂଘର ଆନ୍ଦୋଳନ ନିଷ୍ପତ୍ତି, ପରିବହନ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ପୁରୁଷୋତ୍ତମପୁର,୨୬ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ୍‌ର ମନମୁଖୀ ଓ ବେନିୟମ ଭାବେ ଚଳାଚଳ କରୁଥିବାର ଅଭିଯୋଗକୁ ନେଇ ଏହାର ବିରୋଧରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ...

ବଜାରରୁ ଆଳୁ ଗାଏବ, ୫ କେଜି ମାଗିଲେ ମିଳୁଛି ୨ କେଜି

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଗଞ୍ଜାମ ସହରରୁ ଆଳୁ ଗାୟବ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଧର୍ମଘଟ ଯୋଗୁ ବନ୍ଦ ହୋଇଯାଇଛି। ଏହାର ଫାଇଦା ଉଠାଇବାକୁ ଆଳୁ ଗୋଦାମ ମlଲିକ...

ଗୋ-ମାଂସ ବୋଝେଇ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗୀ ଦଳ

ଛତ୍ରପୁର,୨୬ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆର୍‌ଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଗୋ-ମାଂସ ବୋଝେଇ ଟ୍ରକ୍‌ ଜବତ ହୋଇଛି l ଏହା କଟକରୁ...

ଗାଁ ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ, ଅନ୍ୟ ଜଣେ ଶିଶୁ ଜୀବିତ

ଖଲ୍ଲିକୋଟ,୨୫।୭(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମରେଇନୂଆଁ ଗାଁ’ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ଗାଧୋଉଥିବା ସମୟରେ ପୋଖରୀ...

ବାହାରୁ ଔଷଧ କିଣିବାକୁ କହୁଛନ୍ତି ଡାକ୍ତର

ବ୍ରହ୍ମପୁର,୨୩ା୭ (ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲର ଜଣେ ଡାକ୍ତର ଜଣେ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ କହିଥିଲେ। ଏନେଇ ସେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri