ଆଶାକର୍ମୀଙ୍କୁ ମିଳୁନାହିଁ ମାସ୍କ ଓ ସାନିଟାଇଜର

ବିନିକା,୨୫।୩(ଡି.ଏନ୍‌.ଏ.): ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍‌ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ଭୟାବହତା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଏଭଳି ପରିସ୍ଥିତିରେ ବିନିକା ଅଞ୍ଚଳରେ ଆଶାକର୍ମୀମାନଙ୍କୁ ସାନିଟାଇଜର ଓ ମାକ୍ସ ମିଳୁନାହିଁ । କେତେକ ଆଶାକର୍ମୀ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରକୁ ଯାଇ ଲୋକଙ୍କୁ ସଚେତନ କରାଇବା ପାଇଁ କୁହାଯାଇଛି । ଏପରି କି ବାହାର ଅଞ୍ଚଳରୁ କୌଣସି ବ୍ୟକ୍ତି ଘରକୁ ଆସିଥିଲେ କିମ୍ବା କେହି ବାହାର ରାଜ୍ୟକୁ ଯାଇଥିଲେ ତାର ତଥ୍ୟ ସଂଗ୍ରହ କରିବେ । ଏହାଛଡା ଯଦି ଅନ୍ୟ ରାଜ୍ୟରୁ କେହି ଆସିଛନ୍ତି ତେବେ ତାଙ୍କର ପରୀକ୍ଷା ହୋଇଛି କି ନାହିଁ ଏସବୁ ତଦାରଖ କରିବେ । ଏହିି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବା ବେଳେ ମାକ୍ସ କିମ୍ବା ସାନିଟାଇଜର ଯୋଗାଇ ଦିଆଯାଉ ନ ଥିବାରୁ ଆଶାକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏ ନେଇ ସୁବର୍ଣ୍ଣପୁର ସିଡିଏମ୍‌ଓ ଦିଲୀପ କୁମାର ପଣ୍ଡାଙ୍କୁ ପଚାରିବାରେ କହିଥିଲେ ଯେ, ଆଶାକର୍ମୀମାନଙ୍କ ପାଇଁ ଏଯାଏ ଉପଲବ୍ଧ ହୋଇନାହିଁ । ମିଳିଲେ ସେମାନଙ୍କୁ ଯୋଗାଇ ଦିଆଯିବ । ଏନେଇ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ରବୀନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ କହିଥିଲେ , ଏଯାଏଁ ମାତ୍ର ୪ ଶହ ମାକ୍ସ ଓ ସାନିଟାଇଜର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲା । ଯାହା ଆସିଥିଲା ସରିଯାଇଛି ଏବେ ୪୦-୫୦ଟି ରହିଛି। ଆଗକୁ ଉପଲବ୍ଧ ହେଲେ ଆଶାକର୍ମୀମାନଙ୍କୁ ନିଶ୍ଚିତ ଯୋଗାଇ ଦିଆଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୨୩ରୁ ଦଶମ ଏସ୍‌ଏ-୧ ପରୀକ୍ଷା

କଟକ ଅଫିସ, ୧୨।୧୦ : ଆସନ୍ତା ନଭେମ୍ବର ୨୩ରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଥମ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପରୀକ୍ଷା ଆରମ୍ଭ ହେବ। ଏହା ନଭେମ୍ବର...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ:ଗଠନ ହେଲା ସଚିବସ୍ତରୀୟ କମିଟି

ଭୁବନେଶ୍ୱର,୩୦-୮(ବ୍ୟୁରୋ):ଦୀର୍ଘଦିନ ଧରି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ଜୋର୍‌ ଧରିଛି। ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା...

ନଦୀ ଜଳ ବିବାଦ ବିଚାର ପାଇଁ ବିଲ୍‌ ଲୋକ ସଭାରେ ଗୃହୀତ ଗୋଟିଏ ଟ୍ରିବ୍ୟୁନାଲରେ ସମାଧାନ

ନୂଆଦିଲ୍ଲୀ,୧ା୮ (ପି.ଟି./ଆଇଏଏନ୍‌ଏସ୍‌) ଆନ୍ତଃ ରାଜ୍ୟ ନଦୀଜଳ ବିବାଦର ବିଚାରକୁ ସରଳ ଓ ସୁସଙ୍ଗତ କରିବା ପାଇଁ ଉଦ୍ଦିଷ୍ଟ ଇଣ୍ଟର ଷ୍ଟେଟ୍‌ ରିଭର ଓ୍ବାଟର ଡିସ୍‌ପ୍ୟୁଟ୍‌ (ଆମେଣ୍ଡମେଣ୍ଟ)...

ମନଇଚ୍ଛା ବୋହି ନେଉଛନ୍ତି ମୋରମ

ବଇଣ୍ଡା,୨୭ା୮(ପରିକ୍ଷିତ ସାହୁ) ରାତିରେ ଚାଲିଛି ଲଘୁ ଖଣିଜ ଲୁଟ୍‌। ବେଆଇନ ଭାବେ ପାହାଡ଼ ଖୋଳାଯାଇ ମନଇଚ୍ଛା ବୁହା ହେଉଛି ମୋରମ ଓ ମାଟି। ଏପରିକି ସଂରକ୍ଷିତ...

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ: ଅପରାହ୍ନ ୪ଟାରେ ହେବ ପହଣ୍ଡି

ପୁରୀ ଅଫିସ,୨୩ା୭:ନବଦିନାମତ୍କ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀ ଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଅଛନ୍ତି ମହାପ୍ରଭୁ। ଗୁରୁବାର ଅଧରପଣା...

ଆଇପିଏଲ୍‌ ବେଟିଂ: ୯ କୋର୍ଟ ଚାଲାଣ

କୁଆଁରମୁଣ୍ଡା,୧୭ା୪(ଡି.ଏନ୍‌.ଏ.): ସମ୍ପ୍ରତି ଆଇପିଏଲ ମ୍ୟାଚ୍‌ ଚାଲୁଥିବା ବେଳେ ଏହାକୁ ନେଇ ବେଟିଂ ବା ଜୁଆ କାରବାର ବେଶ୍‌ ବୃଦ୍ଧି ପାଉଛି। ଅନ୍‌ଲାଇନ୍‌ରେ ଲୋକେ ଟଙ୍କା ବାଜି...

ଆଡ଼ପ ମଣ୍ଡପରେ ଦର୍ଶନ ଦେଲେ ଦାରୁଦିଅଁ

ପୁରୀ ଅଫିସ,୬।୭: ଆଡ଼ପ ମଣ୍ଡପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ। ଶୁକ୍ରବାର ରାତିରେ ଜନ୍ମବେଦିକୁ ଧାଡ଼ି ପହଣ୍ଡିରେ ଯାତ୍ରା କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଶନିବାର ସକାଳ ୭ଟାରୁ...

ସଭ୍ୟ ସଂଗ୍ରହ ଅଭିଯାନକୁ ନବୀନଙ୍କ ଗୁରୁତ୍ୱ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ...

Advertisement
Archives

Model This Week