ଆରମ୍ଭ ହେଲା ରଥ ଭଙ୍ଗା

ପୁରୀ ଅଫିସ, ୨୬ା୭: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ମଧ୍ୟରୁ ଶୁକ୍ରବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଆରମ୍ଭ ହୋଇଛିି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଏହା ଭଙ୍ଗା ଯାଉଛି। ଏହି କାମରେ ୧୦ ଜଣ ଭୋଇ ସେବକ ନିୟୋଜିତ ହୋଇଛନ୍ତିି। ସୂଚନା ମୁତାବକ, ସକାଳ ୯ଟାରେ ଦର୍ପଦଳନ ରଥରେ ଭୋଇ ସେବକମାନେ ଲଡୁ ମାହାର୍ଦ୍ଦ ଓ ନଡ଼ିଆ ଆଣି ରଖିଥିଲେ। ଭୋଇ ସର୍ଦ୍ଦାର ରଥରେ ନଡ଼ିଆ ବାଡେଇବା ପରେ ଆରମ୍ଭ ହୋଇଥିଲା ରଥଭଙ୍ଗା କାମ। ଉପର ଆଡୁ ରଥ ଭଙ୍ଗା ଯାଉଛିି। ପ୍ରଥମ ଦିନରେ ରଥର କଳସ, ଖପୁରି, ପାରାଭାଡ଼ି, ପୋଟଳ, ପୋଟଳ ପାରେଣି, ଖମ୍ବି ଏବଂ ଓରା, ତୃତୀୟ ଭୂଇଁ, ଦ୍ୱିତୀୟ ଭୂଇଁ, ଅନ୍ଧାରୀ ତାଗ, କଇଞ୍ଚତ୍, ମୂଳ ଭୂଇଁ, ସିଂହାସନ, ପ୍ରଭା ଓ ଚାରିଦ୍ୱାର ଭଙ୍ଗାଯାଇଛିି। ରଥ ଭଙ୍ଗାଯାଇ ବାହାରୁଥିବା କାଠକୁ ଦୋଳବେଦି ପରିସରରେ ରଖାଯାଇଛିି। ଏହାକୁ ଠାକୁରଙ୍କ କୋଠଭୋଗ ଜାଳେଣି ପାଇଁ ବ୍ୟବହାର କରାଯିବ। ରଥର ପ୍ରଭା, ଚକ, ଗୁଜ, ଅସୁଆରୀ ପ୍ରଭୃତି ବିକ୍ରି କରାଯିବ। ଦର୍ପଦଳନ ରଥ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ଆହୁରି ପ୍ରାୟ ୩ ଦିନ ସମୟ ଲାଗିବ ବୋଲି ଭୋଇ ସର୍ଦ୍ଦାର ସୂଚନା ଦେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ୪ ନଂ. ମାଛ ମାର୍କେଟ

ଭୁବନେଶ୍ୱର,୧୯।୮: ୧୦ ଦିନ ଧରି ସିଲ୍‌ ହୋଇ ରହିଥିବା ୟୁନିଟ୍‌-୪ ମାଛ ମାର୍କେଟ ବୁଧବାରଠାରୁ ଖୋଲିଛି। ବ୍ୟବସାୟୀ ସଂଘର ଅନୁରୋଧକୁ ବିଚାର କରି କୋଭିଡ୍‌ କଟକଣା...

ଆଜିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ ଅଫିସ,୨୪।୭: ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କ ସହ ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିଛନ୍ତି। ଶନିବାରଠାରୁ ପୁଣି ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା...

ପୁରୀର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣତନ୍ତ୍ର ଦିବସ: ନିଜକୁ ଭାରତୀୟ ଭାବେ ଗର୍ବ କରିବା ଉଚିତ

ପୁରୀ ଅଫିସ,୨୬।୧: ରାଜ୍ୟବ୍ୟାପୀ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହେଉଥିବା ବେଳେ ରବିବାର ପୁରୀ ଜିଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲା...

ଆଜି ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଅନୁଷ୍ଠିତ ହେବ। କାର୍ଯ୍ୟକାରିଣୀ ବୈଠକ ଭର୍ଚୁଆଲ ମୋଡ୍‌ରେ ପୂର୍ବାହ୍ନ ୧୦ଟା ୪୫ରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ...

ବିଧାୟିକା ଭାବେ ଶପଥ ନେଲେ ବର୍ଷା

ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ସୋମବାର ବିଧାୟିକା ଭାବେ ଶପଥ ନେଇଛନ୍ତି ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା। ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ବିଧାନସଭାରେ ବାଚସ୍ପତି ବିକ୍ରମ...

CORONAVIRUS UPDATE: ରାଜ୍ୟରେ ପୁଣି ୫୨୭ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଲା

ଭୁବନେଶ୍ୱର, ୮।୭(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୫୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ ରେ...

ଏପ୍ରିଲ୍‌ ୫ରୁ ଆର୍ମି ନିଯୁକ୍ତି ମେଳା

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଏପ୍ରିଲ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ। ଏଥିରେ ମୋଟ ୧୦ ଜିଲା...

ମାଲିକର ବଇରି ସାଜିଲେ କର୍ମଚାରୀ: ଭୁଜାଲି ଦେଖାଇ ୫ ଲକ୍ଷର ସାମଗ୍ରୀ ନେଇଗଲେ

ପୁରୁଣା ଭୁବନେଶ୍ୱର,୨।୩ (ଡି.ଏନ.ଏ.): ମାତ୍ର ୩ ମାସ ମାଲିକ ପାଖରେ କାମ କରି ରାତାରାତି ବଡ ଲୋକ ହେବାର ସ୍ବପ୍ନ ଦେଖିଥିଲେ ଜଣେ ଯୁବକ। ଯୁବକ...

Advertisement
Archives

Model This Week