ଆରମ୍ଭ ହେଲା ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲର ପଞ୍ଚମ ସଂସ୍କରଣ ସୋମବାର ସୂଚନା ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ୩ଦିନ ଧରି ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ଏହାକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀ, କାନାଡାର ଫିଲ୍ମମେକର ଆଲ୍‌ସନ ରିଚାର୍ଡସ ଏବଂ ଇଟାଲୀର ଫିଲ୍ମ ଜର୍ନାଲିଷ୍ଟ ସିଞ୍ଜିଆ ଘିଆନୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତବର୍ଷ ଉତ୍ସବରେ ଭାରତର ବିଭିନ୍ନ ରାଜ୍ୟ ସମେତ, ଚାଇନା, ଇରାନ, ଇଟାଲୀ ଏବଂ ରୁଷିଆ ଭଳି ରାଷ୍ଟ୍ରରୁ ଆସିଥିବା ମୋଟ ୩୭ଟି ଫିଲ୍ମ ପ୍ରଦର୍ଶିତ ହେବ। ଉଦ୍‌ଘାଟନୀ ଦିବସରେ ବିଭିନ୍ନ ଭାଷାର ୧୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବାବେଳେ ତେଲୁଗୁ ଫିଲ୍ମ ‘ଦି ଡେଥ୍‌ ସେଣ୍ଟେନ୍ସ’ ପ୍ରଦର୍ଶନରୁ ଉତ୍ସବ ଆରମ୍ଭ ହୋଇଥିଲା। ରଙ୍ଗନାଥ ସ୍ବାମୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଜଣେ ହ୍ୟାଙ୍ଗ୍‌ମ୍ୟାନ୍‌ଙ୍କ କାହାଣୀ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ଫିଲ୍ମ ‘ଉଡ଼ା’, ‘ଲଞ୍ଚ୍‌ ବ୍ରେକ୍‌’, ‘ଡିଟେକ୍ଟିଭ୍‌ ଚାଇନାଟାଉନ୍‌’, ‘ଏ ଗିଫ୍ଟ ଫର୍‌ ଏ ଗ୍ଲୁମି ଡେ’, ‘କିଙ୍ଗ୍‌ ଅଫ୍‌ ଡ୍ୟାମେଜେସ୍‌’, ‘ଡିୟର ଡେଥ୍‌’ ଫିଲ୍ମ ଉଦ୍‌ଘାଟନୀ ଦିବସରେ ପ୍ରଦର୍ଶିତ ହୋଇଥିଲା। ସେହିଭଳି ଓଡ଼ିଆ ଫିଲ୍ମ ‘କଥା’ ଏବଂ ‘ମହା ନାଟକ’ ଉତ୍ସବର ପ୍ରଥମ ଦିନରେ ଅନ୍ୟତମ ଆକର୍ଷଣ ରହିଥିଲା।
କାର୍ଯ୍ୟକ୍ରମରେ ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲର ସଭାପତି ପ୍ରିୟରଞ୍ଜନ ସାହୁ ଯୋଗଦେଇ କହିଥିଲେ, ଚଳିତବର୍ଷ ଇଟାଲୀ ଏବଂ କାନାଡାରୁ ପ୍ରତିନିଧିମାନେ ଏହି ଫେଷ୍ଟିଭାଲରେ ଯୋଗଦେଇଛନ୍ତି। ପରିବେଶ ପ୍ରଦୂଷଣ ରୋକିବା ଏବଂ ଜୈବିକ ଇନ୍ଧନର କୁପରିଣାମ ସମ୍ପର୍କରେ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ଏହି ଫିଲ୍ମ ଫେଷ୍ଟିଭାଲର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଫେବୃୟାରୀ ୧୨ରେ ଶେଷ ହେବାକୁ ଥିବା ଉତ୍ସବରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଫିଲ୍ମ ଏବଂ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏସ୍‌, ଓପିଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ୨ଜଣ ଆଇପିଏସ୍‌ ଏବଂ ୩ଜଣ ଓପିଏସ୍‌ଙ୍କୁ ବଦଳି କରିଛନ୍ତି। ଇଓଡବ୍ଲ୍ୟୁରେ ଥିବା ୧୯୯୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ...

ଧବଳେଶ୍ୱର ପୀଠରେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼

ଖୁଣ୍ଟୁଣୀ,୧୦।୧୧(ଡି.ଏନ୍‌.ଏ.): ବଡ଼ଓଷା ଉପଲକ୍ଷେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କଠାରେ ରବିବାର ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ପ୍ରତ୍ୟୁଷରେ ଠାକୁରଙ୍କ ପହଡ଼ ଖୋଲିବା...

କଠୋର ହେଲା ବିଏମ୍‌ସି: ଏଣିକି ମାସ୍କ ନ ପିନ୍ଧିଲେ କିଛି ମିଳିବ ନାହିଁ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିରୁ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ...

CORONAVIRUS UPDATE: ରାଜ୍ୟରେ ଆଜି ୩୩୨୬ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ରବିବାର ମୋଟ୍‌ ୩୦ ଜିଲାରୁ ୩୩୨୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ରେ ପହଞ୍ଚିଥିବା ରାଜ୍ୟ...

ରୁଦ୍ରପୁର ଗୋଷ୍ଠୀ ସଂଘର୍ଷ ଘଟଣା: ପୋଲିସର କାର୍ଯ୍ୟଧାରାକୁ ନେଇ ଥାନା ଘେରିଲା ଭାଜପା ମହିଳା ମୋର୍ଚ୍ଚା

ବିଞ୍ଝାରପୁର,୫ା୧୨(ଡି.ଏନ୍‌.ଏ): ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଗ୍ରାମରେ ସୋମବାର ସନ୍ଧ୍ୟାରେ ରାଜନୈତିକ ବିବାଦରୁ ସଂଘଠିତ ଗୋଷ୍ଠୀ ସଂର୍ଘଷ ଘଟଣାରେ ପୋଲିସର କାର୍ଯ୍ୟଧାରାକୁ ନେଇ...

୪୦ ବର୍ଷ ପରେ ବି ପ୍ରକଳ୍ପ ସରୁନି

ଭୁବନେଶ୍ୱର,୬ା୪(ବ୍ୟୁରୋ): ଚାଷୀଙ୍କ ଜମିକୁ ଜଳସେଚନ କରିବାକୁ ରାଜକୋଷ ଖୋଲି ଦିଆଯାଉଛି। ସେଚ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରତିବର୍ଷ ବଜେଟରେ ବିପୁଳ ଟଙ୍କା ବ୍ୟୟବରାଦ କରାଯାଉଛି। ହେଲେ...

ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ : ସରକାରୀ ସ୍କୁଲରେ ଇଂଲିଶ କହିବା ଶିଖିବେ ପିଲା

କଟକ ଅଫିସ, ୭ା୬:  ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରମାନଙ୍କୁ ଇଂଲିଶରେ କହିବା (ସ୍ପୋକନ ଇଂଲିଶ) ଶିକ୍ଷା ଦିଆଯିବ। ଗତ ମାଟ୍ରିକ ପରୀକ୍ଷାରେ ୮୨ଟି ସ୍କୁଲର ଫଳାଫଳ...

ଚାଷୀଙ୍କ ବୀମାଭୁକ୍ତ ଅବଧି ୫ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ୱର,୩।୮(ବ୍ୟୁରୋ): ଚଳିତ ଖରିଫ୍‌ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟସୀମା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ...

Advertisement
Archives

Model This Week